ଛୁଆ ପାଇଁ ପାଣି ଗରମ କରୁଥିବା ବେଳେ ଲୁଗାରେ ଲାଗିଲା ନିଆଁ

ଗୁରୁତର ମହିଳାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଛୁଆ ପାଇଁ ପାଣି ଗରମ କରୁଥିବା ବେଳେ ଲୁଗାରେ ଲାଗିଲା ନିଆଁ

ଚୁଲିରେ ପାଣି ଗରମ କରୁଥିବା ବେଳେ ଲୁଗାରେ ଲାଗିଲା ନିଆଁ। ଫଳରେ ଗୁରୁତର ଆହତ ହୋଇଛନ୍ତି ଜଣେ ମହିଳା। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କୃଷ୍ଣପୁର ଗାଁରେ।

ନିଆଁଲାଗି ଆହତ ହୋଇଥିବା ମହିଳାଙ୍କ ନାଁ ସୁନି ପାତ୍ର। ସେ ତାଙ୍କର ଦେଢ଼ ମାସର ଛୁଆ ପାଇଁ ଚୁଲିରେ ପାଣି ଗରମ କରୁଥିଲେ। ହେଲେ ଅସାବଧାନତା ବଶତଃ ତାଙ୍କ ଶାଢ଼ୀରେ ଲାଗି ଯାଇଥିଲା ନିଆଁ।

ସୁନି ପାତ୍ରଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ହାତ, କାନ୍ଧ ଓ ପିଠି ଆଦି ପୋଡ଼ି ଯାଇଛି।