ଛୁଆକୁ ଛାଡି ପ୍ରେମିକ ସହ ଛୁ’ ମାରିଲା ମାଆ

ବଲାଙ୍ଗୀର :  ବଲାଙ୍ଗୀରରେ ଅଭାବନୀୟ ଘଟଣା। ବସ୍ ଟର୍ମିନାଲରେ ୪ ବର୍ଷର ଛୁଆକୁ ଛାଡ଼ି ଫେରାର ମାରିଛି ମାଆ। ଛୁଆକୁ... The post ଛୁଆକୁ ଛାଡି ପ୍ରେମିକ ସହ ଛୁ’ ମାରିଲା ମାଆ appeared first on .

ଛୁଆକୁ ଛାଡି ପ୍ରେମିକ ସହ ଛୁ’ ମାରିଲା ମାଆ

ବଲାଙ୍ଗୀର :  ବଲାଙ୍ଗୀରରେ ଅଭାବନୀୟ ଘଟଣା। ବସ୍ ଟର୍ମିନାଲରେ ୪ ବର୍ଷର ଛୁଆକୁ ଛାଡ଼ି ଫେରାର ମାରିଛି ମାଆ। ଛୁଆକୁ ଜଣେ ଶ୍ରମିକ ପାଖରେ ଛାଡି ମହିଳା ଜଣକ ପ୍ରେମିକ ସହ ବସରେ ଫେରାର୍ ମାରିଥିଲେ । ଛୁଆଟି ବସଷ୍ଟାଣ୍ଡରେ କାନ୍ଦୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଦୀର୍ଘ ୩ରୁ ୪ ଘଣ୍ଟା ଧରି ଛୁଆଟି ମାକୁ ନପାଇ କାନ୍ଦି କାନ୍ଦି ଖୋଜିବାକୁ ଲାଗିଥିଲା । ଶିଶୁଟି ଜଣେ ଶ୍ରମିକ ପାଖରେ ରହିଥିଲା।

ସୂଚନା ପାଇ ଟାଉନ ଥାନା ପୋଲିସ ପହଁଚି ଛୁଆକୁ ଉଦ୍ଧାର କରିବା ସହ ଶ୍ରମିକକୁ ଥାନାକୁ ଆଣି ପଚରାଉଚରା କରିଛି। ଫେରାର ମହିଳା ଜଣକ ଜଣେ ଶ୍ରମିକଙ୍କୁ ଫୋନ କରି ଡାକିବା ସହ ଶିଶୁକୁ ଦେଇ ଚାଲିଯାଇଥିବା ଶ୍ରମିକ ପୋଲିସକୁ କହିଛନ୍ତି। ତେବେ ପ୍ରେମିକ ସହ ବସରେ ଫେରାର ମାରୁଥିବାବେଳେ ଲୋଇସିଂହା ଥାନା ଅନ୍ତର୍ଗତ ଗାଇଖାଇ ନିକଟରୁ ବସ ଅଟକାଇ ମାଆକୁ ଧରି ଆଣିଥିଲା ପୋଲିସ  । ପୋଲିସକୁ ଦେଖି ବସରୁ ଡେଇଁ ଫେରାର ମାରିଥିଲା ପ୍ରେମିକ। ମାକୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛିI ମହିଳା ଜଣକ ପୁଇଁତଳା ଥାନା ଅଂଚଳର। ସେ ଦେଓଗାଁ ଥାନା ଅଞ୍ଚଳରେ ବିବାହ କରିଥିଲେ  । କିଛି ମାସ ହେଲା ସ୍ୱାମୀକୁ ଛାଡି ପଳାଇ ଆସିଥିଲେ। ମହିଳାଙ୍କୁ ନେଇ ଯାଉଥିବା ବ୍ଯକ୍ତି ଜଣକ କିଏ ଖୋଳତାଡ଼ କରୁଛି ପୋଲିସ  ।

The post ଛୁଆକୁ ଛାଡି ପ୍ରେମିକ ସହ ଛୁ’ ମାରିଲା ମାଆ appeared first on .