ଛୁଟିରେ ଅଧିକାରୀ, ଦରମା ନ ପାଇ ହଟହଟା କର୍ମଚାରୀ

ବୈପାରିଗୁଡ଼ା,୧୨ା୧୧ (କଳ୍ପତରୁ ମହାନ୍ତି): ଅଧିକାରୀ ଛୁଟିରେ ଥିବାରୁ ବୈପାରିଗଡ଼ା ବ୍ଲକ୍‌ରେ କାର୍ଯ୍ୟରତ ଗଣଶିକ୍ଷକ ଓ ଏକ୍ସ କ୍ୟାଡର ଶିକ୍ଷକମାନେ ଡିସେମ୍ବର ମାସର ଦରମା ଏ ଯାଏ ପାଇନାହାନ୍ତି। ଅଧିକାରୀ କେବେ ଆସିବେ କେବେ କର୍ମଚାରୀଙ୍କୁ ଦରମା ମିଳିବ ସେନେଇ ଅନିଶ୍ଚିତତା ଦେଖାଦେଇଛି । ଏ ନେଇ ଗଣ ଶିକ୍ଷକ-ଏକ୍ସ କ୍ୟାଡର ଶିକ୍ଷକ ସଂଘ ଗତ ୫ ତାରିଖରେ ବ୍ଲକ ଶିକ୍ଷା ଅଧିକାରୀ ସୁକାନ୍ତ କର୍ତ୍ତାମିଙ୍କୁ ଭେଟି ଅଭିଯୋଗ ପତ୍ର ଦେଇଥିଲେ ମଧ୍ୟ ଏଯାଏ କୌଣସି ପଦକ୍ଷେପ ଗ୍ରହଣ […] The post ଛୁଟିରେ ଅଧିକାରୀ, ଦରମା ନ ପାଇ ହଟହଟା କର୍ମଚାରୀ appeared first on Dharitri Odia News.

ଛୁଟିରେ ଅଧିକାରୀ, ଦରମା ନ ପାଇ ହଟହଟା କର୍ମଚାରୀ

ବୈପାରିଗୁଡ଼ା,୧୨ା୧୧ (କଳ୍ପତରୁ ମହାନ୍ତି): ଅଧିକାରୀ ଛୁଟିରେ ଥିବାରୁ ବୈପାରିଗଡ଼ା ବ୍ଲକ୍‌ରେ କାର୍ଯ୍ୟରତ ଗଣଶିକ୍ଷକ ଓ ଏକ୍ସ କ୍ୟାଡର ଶିକ୍ଷକମାନେ ଡିସେମ୍ବର ମାସର ଦରମା ଏ ଯାଏ ପାଇନାହାନ୍ତି। ଅଧିକାରୀ କେବେ ଆସିବେ କେବେ କର୍ମଚାରୀଙ୍କୁ ଦରମା ମିଳିବ ସେନେଇ ଅନିଶ୍ଚିତତା ଦେଖାଦେଇଛି । ଏ ନେଇ ଗଣ ଶିକ୍ଷକ-ଏକ୍ସ କ୍ୟାଡର ଶିକ୍ଷକ ସଂଘ ଗତ ୫ ତାରିଖରେ ବ୍ଲକ ଶିକ୍ଷା ଅଧିକାରୀ ସୁକାନ୍ତ କର୍ତ୍ତାମିଙ୍କୁ ଭେଟି ଅଭିଯୋଗ ପତ୍ର ଦେଇଥିଲେ ମଧ୍ୟ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।

ଏ ସମ୍ପର୍କରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ଉପରୋକ୍ତ ଶିକ୍ଷକମାନଙ୍କ ଦରମା ବିଲ୍‌ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସ୍ବାକ୍ଷର ରହିବା ନିୟମ ରହିଛି। ତେବେ ଗତ ଡିସେମ୍ବର ମାସରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କନକ ମଞ୍ଜରୀ ଭତ୍ରା ମାସକ ପାଇଁ ଛୁଟି ନେଇଥିବା ବେଳେ ଏବେ ପୁଣି ଛୁଟି ଅବଧି ୧ ମାସ ବୃଦ୍ଧି କରିଛନ୍ତି। ତାଙ୍କ ସ୍ଥାନରେ ଅନ୍ୟ କାହାକୁ ଦାୟିତ୍ବ ଦେବାକୁ ସେ ଜିଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରିଛନ୍ତି। ମାତ୍ର ଏଯାଏ କୌଣସି ନିର୍ଦ୍ଦେଶ ଆସିନାହିଁ। ଅପରପକ୍ଷରେ ଅନ୍ୟ ନିୟମିତ ଶିକ୍ଷକମାନଙ୍କ ପାଇଁ ଭିନ୍ନ ନିୟମ ରହିଛି। କେବଳ ବିଇଓଙ୍କ ସ୍ବାକ୍ଷରରେ ସେମାନେ ଦରମା ପାଇସାଇଛନ୍ତି। କେବଳ ଗଣଶିକ୍ଷକ ଓ ଏକ୍ସ-କ୍ୟାଡର ଶିକ୍ଷକଙ୍କ କ୍ଷେତ୍ରରେ ଏପରି ନିୟମ ରହିଥିବାରୁ ସେମାନେ ଅଧିକାରୀ ଛୁଟିରେ ଗଲେ ହନ୍ତସନ୍ତ ହେଉଛନ୍ତି। ସୂଚନାଯୋଗ୍ୟ, ବୈପାରିଗୁଡା ବ୍ଲକରେ ୧୮୨ ଜଣ ଶିକ୍ଷକ ଓ ୩ ଜଣ ଅଣ ଶିକ୍ଷକ କାର୍ଯ୍ୟ କରୁଛନ୍ତି।

The post ଛୁଟିରେ ଅଧିକାରୀ, ଦରମା ନ ପାଇ ହଟହଟା କର୍ମଚାରୀ appeared first on Dharitri Odia News.