ହିମାଚଳରେ ତୁଷାରପାତ: ୨୨୩ ରାସ୍ତା ଅବରୋଧ

ଶିମ୍‌ଲା,୨୫ା୧୨(ପି.ଟି.): ହିମାଚଳପ୍ରଦେଶର ବିଭିନ୍ନ ଜିଲାରେ ପ୍ରବଳ ତୁଷାରପାତ ଯୋଗୁ ୩ଟି ଜାତୀୟ ରାଜପଥ ସମେତ ୨୨୩ଟି ସଡ଼କ ଅବରୋଧ ହୋଇଯାଇଛି। କିନ୍ନୌର, ଲହାଉଲ, ସ୍ପିଟି ସମେତ ଶିମ୍‌ଲା, କୁଲ୍ଲୁ, ମଣ୍ଡି, ଚାମ୍ବା ଏବଂ ସିର୍ମଉର ଜିଲାର ଉଚ୍ଚ ସ୍ଥାନଗୁଡ଼ିକରେ ତୁଷାରପାତ ହୋଇଛି। ରାସ୍ତା ଅବରୋଧ ହୋଇଥିବାରୁ ଶିମ୍‌ଲାର ହୋଟେଲଗୁଡ଼ିକରେ ପର୍ଯ୍ୟଟକଙ୍କ ସଂଖ୍ୟା ୭୦ ପ୍ରତିଶତ ବୃଦ୍ଧି ପାଇଛି। ରୁମ୍‌ ବୁକିଂ ୩୦ ପ୍ରତିଶତ ବଢ଼ିଛି। ଅଟଳ ଟନେଲ ନିକଟରେ ସୋମବାର ରାତିରୁ ୫୦୦ଟି ଗାଡ଼ିରେ ଫସରହିଥିବା ପର୍ଯ୍ୟଟକମାନଙ୍କୁ ନିରାପଦ […] The post ହିମାଚଳରେ ତୁଷାରପାତ: ୨୨୩ ରାସ୍ତା ଅବରୋଧ appeared first on Dharitri Odia News.

ହିମାଚଳରେ ତୁଷାରପାତ: ୨୨୩ ରାସ୍ତା ଅବରୋଧ

ଶିମ୍‌ଲା,୨୫ା୧୨(ପି.ଟି.): ହିମାଚଳପ୍ରଦେଶର ବିଭିନ୍ନ ଜିଲାରେ ପ୍ରବଳ ତୁଷାରପାତ ଯୋଗୁ ୩ଟି ଜାତୀୟ ରାଜପଥ ସମେତ ୨୨୩ଟି ସଡ଼କ ଅବରୋଧ ହୋଇଯାଇଛି। କିନ୍ନୌର, ଲହାଉଲ, ସ୍ପିଟି ସମେତ ଶିମ୍‌ଲା, କୁଲ୍ଲୁ, ମଣ୍ଡି, ଚାମ୍ବା ଏବଂ ସିର୍ମଉର ଜିଲାର ଉଚ୍ଚ ସ୍ଥାନଗୁଡ଼ିକରେ ତୁଷାରପାତ ହୋଇଛି। ରାସ୍ତା ଅବରୋଧ ହୋଇଥିବାରୁ ଶିମ୍‌ଲାର ହୋଟେଲଗୁଡ଼ିକରେ ପର୍ଯ୍ୟଟକଙ୍କ ସଂଖ୍ୟା ୭୦ ପ୍ରତିଶତ ବୃଦ୍ଧି ପାଇଛି। ରୁମ୍‌ ବୁକିଂ ୩୦ ପ୍ରତିଶତ ବଢ଼ିଛି। ଅଟଳ ଟନେଲ ନିକଟରେ ସୋମବାର ରାତିରୁ ୫୦୦ଟି ଗାଡ଼ିରେ ଫସରହିଥିବା ପର୍ଯ୍ୟଟକମାନଙ୍କୁ ନିରାପଦ ସହ ଉଦ୍ଧାର କରାଯାଇଛି। କେତେକ ସ୍ଥାନରେ ଗାଡ଼ି ରାସ୍ତାରୁ ଖସିଯିବାରୁ ୪ ଜଣଙ୍କ ମୃତ୍ୟୁ ଘଟିବା ସହ କେତେଜଣ ଆହତ ହୋଇଛନ୍ତି। ଶିମ୍‌ଲାରେ ସର୍ବାଧିକ ୧୪୫ ରାସ୍ତା ଅବରୋଧ ହୋଇଥିବାବେଳେ କୁଲ୍ଲୁରେ ୨୫ ଏବଂ ମଣ୍ଡି ଜିଲାରେ ୨୦ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଛି। ୩୫୬ଟି ଟ୍ରାନ୍ସଫର୍ମର କାମ କରୁ ନ ଥିବାରୁ କେତେକ ଅଞ୍ଚଳ ଅନ୍ଧାରରେ ରହିଛି। ଜିଲା ପ୍ରଶାସନ ଓ ପୋଲିସର ଉପଦେଶ ମାନି ତୁଷାରପୂର୍ଣ୍ଣ ରାସ୍ତାରେ ଗାଡ଼ି ଚାଳନା ନ କରିବା ପାଇଁ ପର୍ଯ୍ୟଟକମାନଙ୍କୁ ପରାମର୍ଶ ଦିଆଯାଇଛି।

The post ହିମାଚଳରେ ତୁଷାରପାତ: ୨୨୩ ରାସ୍ତା ଅବରୋଧ appeared first on Dharitri Odia News.