ଛେଳି, ଗୋରୁପଲଙ୍କ ଉପରେ ମାଡ଼ିଗଲା ଟ୍ରେନ୍‌

କୋରାପୁଟ,୨୬।୮: କୋରାପୁଟ ଜିଲା ଭେଜା ଷ୍ଟେସନ ନିକଟରେ ସୋମବାର ଏକ ଅଘଟଣ ଘଟିଛି। କେତେକ ଛେଳି ଏବଂ ଗୋରୁପଲ ଟ୍ରେନ୍‌ ଲାଇନ୍‌ ପାରି ହେଉଥିବା ବେଳେ ଏକ ମାଲବାହୀ ଟ୍ରେନ୍‌ ମାଡ଼ି ଯାଇଥିଲା। ଫଳରେ ଟ୍ରେନ ଧକ୍କାରେ ୧୫ ଛେଳି, ୬ ଗୋରୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏପରିକି ଦୁର୍ଘଟଣାରେ ଅନେକ ଗୃହପାଳିତ ପଶୁ ଆହତ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷେ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଚାଷୀମାନେ […] The post ଛେଳି, ଗୋରୁପଲଙ୍କ ଉପରେ ମାଡ଼ିଗଲା ଟ୍ରେନ୍‌ appeared first on Dharitri Odia News.

ଛେଳି, ଗୋରୁପଲଙ୍କ ଉପରେ ମାଡ଼ିଗଲା ଟ୍ରେନ୍‌

କୋରାପୁଟ,୨୬।୮: କୋରାପୁଟ ଜିଲା ଭେଜା ଷ୍ଟେସନ ନିକଟରେ ସୋମବାର ଏକ ଅଘଟଣ ଘଟିଛି। କେତେକ ଛେଳି ଏବଂ ଗୋରୁପଲ ଟ୍ରେନ୍‌ ଲାଇନ୍‌ ପାରି ହେଉଥିବା ବେଳେ ଏକ ମାଲବାହୀ ଟ୍ରେନ୍‌ ମାଡ଼ି ଯାଇଥିଲା। ଫଳରେ ଟ୍ରେନ ଧକ୍କାରେ ୧୫ ଛେଳି, ୬ ଗୋରୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏପରିକି ଦୁର୍ଘଟଣାରେ ଅନେକ ଗୃହପାଳିତ ପଶୁ ଆହତ ହୋଇଥିବା ଜଣାପଡିଛି।

ଅନ୍ୟପକ୍ଷେ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି। ଏପରିକି କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ଏହାର ତଦନ୍ତ ଦାବି ହୋଇଛି।

The post ଛେଳି, ଗୋରୁପଲଙ୍କ ଉପରେ ମାଡ଼ିଗଲା ଟ୍ରେନ୍‌ appeared first on Dharitri Odia News.