ଛେଳି ଛୁଆର ମୁହଁ ମଣିଷ ଭଳି, ରେଢ଼ାଖୋଲ ଅଞ୍ଚଳରେ ଜନ୍ମ ନେଲା ଅଦଭୁତ ପଶୁ
ରେଢ଼ାଖୋଲ (କେନ୍ୟୁଜ) : ଏକଦମ୍ ଅଦଭୁତ ଛେଳି ଛୁଆ ଜନ୍ମ, ଗୋଡ଼ ସିନା ଥିଲା ହେଲେ ମୁହଁ ପୂରା ମଣିଷ ଭଳି ଦେଖା ଯାଉଥିଲା । ମଣିଷ ମୁହଁ ଆକୃତିର ଛେଳି ଛୁଆ ଜନ୍ମ ହୋଇଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଅନ୍ତର୍ଗତ ନାକଟିଦେଉଳ ବ୍ଲକରେ । ଏଠାକାର ସରାପାଲି ପଞ୍ଚାୟତର ମାରୁଆଡ଼ିମୁଣ୍ଡା ଗାଁରେ ଦେଖଇବାକୁ ମିଳିଛି ଏହି ଅଦଭୁତ ଛେଳିଛଆ। ଗାଁର ମାହାର ସାହିରେ ରହୁଥିବା ଗୋବିନ୍ଦ ମାହାରଙ୍କ ଘରେ ତାଙ୍କର ଛେଳି ଏପରି ଏକ […] The post ଛେଳି ଛୁଆର ମୁହଁ ମଣିଷ ଭଳି, ରେଢ଼ାଖୋଲ ଅଞ୍ଚଳରେ ଜନ୍ମ ନେଲା ଅଦଭୁତ ପଶୁ appeared first on KNews Odisha.

ରେଢ଼ାଖୋଲ (କେନ୍ୟୁଜ) : ଏକଦମ୍ ଅଦଭୁତ ଛେଳି ଛୁଆ ଜନ୍ମ, ଗୋଡ଼ ସିନା ଥିଲା ହେଲେ ମୁହଁ ପୂରା ମଣିଷ ଭଳି ଦେଖା ଯାଉଥିଲା । ମଣିଷ ମୁହଁ ଆକୃତିର ଛେଳି ଛୁଆ ଜନ୍ମ ହୋଇଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଅନ୍ତର୍ଗତ ନାକଟିଦେଉଳ ବ୍ଲକରେ । ଏଠାକାର ସରାପାଲି ପଞ୍ଚାୟତର ମାରୁଆଡ଼ିମୁଣ୍ଡା ଗାଁରେ ଦେଖଇବାକୁ ମିଳିଛି ଏହି ଅଦଭୁତ ଛେଳିଛଆ। ଗାଁର ମାହାର ସାହିରେ ରହୁଥିବା ଗୋବିନ୍ଦ ମାହାରଙ୍କ ଘରେ ତାଙ୍କର ଛେଳି ଏପରି ଏକ ଛୁଆକୁ ଜନ୍ମ ଦେଇଛି। ଯାହାର ମୁହଁଟି ଅବିକଳ ମଣିଷ ଭଳି ଦେଖା ଯାଉଛି ।
ଅବଶ୍ୟ ଛେଳି ଭଳି ତାର୪ଟି ଗୋଡ଼ ମଧ୍ୟ ରହିଛି। ଏହା ଜଣା ପଡିବା ପରେ ଏହି ଅଦ୍ଭୁତ ଛେଳି ଛୁଆକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ବେଶ ଭିଡ଼ ହୋଇଥିଲା। ତେବେ ଏହି ମଣିଷ ମୁହାଁ ଛେଳି ଛୁଆଟି ମୃତ ଭାବେ ଜନ୍ମ ହୋଇଥିଲା । ପରେ ଏହାକୁ ମାଟିରେ ପୋତି ଦିଆଯାଇଥିବା ଜଣାପଡିଛି।
The post ଛେଳି ଛୁଆର ମୁହଁ ମଣିଷ ଭଳି, ରେଢ଼ାଖୋଲ ଅଞ୍ଚଳରେ ଜନ୍ମ ନେଲା ଅଦଭୁତ ପଶୁ appeared first on KNews Odisha.