ସୁରକ୍ଷା ନେଇ ଉପଦେଶ ଦେବାର କୌଣସି ଅଧିକାର ନାହିଁ, ଜାତିସଂଘରେ ପାକିସ୍ତାନକୁ ଭର୍ତ୍ସନା କଲା ଭାରତ

ନୂଆଦିଲ୍ଲୀ ୨୪/୦୫: ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନକୁ କଡା ଭର୍ତ୍ସନା କରିଛି ଭାରତ। ତୀବ୍ର ନିନ୍ଦା କରି କହିଛି ଯେ ଯେଉଁ ଦେଶ ଆତଙ୍କବାଦୀ ଓ ସାଧାରଣ ଲୋକଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ କରେ ନାହିଁ। ତାହାର ନାଗରିକଙ୍କ ସୁରକ୍ଷା ବିଷୟରେ କଥା ହେବାର କୌଣସି ଅଧିକାର ନାହିଁ । ଭାରତ ଏହା ଉପରେ ଆଲୋଚନା କରିଥିଲା କି, ପାକିସ୍ତାନୀ ସେନା ଜାଣିଶୁଣି ଭାରତୀୟ ସୀମାନ୍ତ ଗ୍ରାମଗୁଡ଼ିକରେ ସିଜ୍‌ ଫାୟାର କରିଥିଲା। ସାଧାରଣ ନୀରିହ ଲୋକଙ୍କୁ ହତ୍ୟା କରିଥିଲା । ଧାର୍ମିକ ସ୍ଥାନଗୁଡ଼ିକୁ ଜାଣିଶୁଣି ଟାର୍ଗେଟ କରିଥିଲା। ସଂଯୁକ୍ତ ରାଷ୍ଟ୍ରରେ ଭାରତର ସ୍ଥାୟୀ ପ୍ରତିନିଧି ପାର୍ବତୀନେନି ହରିଶ ଶୁକ୍ରବାର କହିଛନ୍ତି ଯେ ମୁଁ ଅନେକ ପ୍ରସଙ୍ଗରେ ପାକିସ୍ତାନର ପ୍ରତିନିଧିଙ୍କ ଭିତ୍ତିହୀନ ଅଭିଯୋଗର ଜବାବ ଦେବାକୁ ବାଧ୍ୟ। ହରିଶ ଜାତିସଂଘ ସୁରକ୍ଷା ପରିଷଦର ଖୋଲା ଆଲୋଚନାରେ ଏକ ବିବୃତ୍ତି ଦେଇ ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ଦଶନ୍ଧି ଧରି ଏହାର ସୀମାରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଆକ୍ରମଣର ସମ୍ମୁଖୀନ ହୋଇଛି । ଏଥିରେ ମୁମ୍ବାଇ ସହରରେ ହୋଇଥିବା ଭୟଙ୍କର ୨୬/୧୧ ଆକ୍ରମଣ ଓ ଏପ୍ରିଲ ୨୦୨୫ରେ ପହଲଗାମରେ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କ ବର୍ବର ଗଣହତ୍ୟା । ହରିଶ କହିଛନ୍ତି ଯେ, ପାକିସ୍ତାନୀ ଆତଙ୍କବାଦର ଶିକାର ଲୋକମାନେ ମୁଖ୍ୟତଃ ସାଧାରଣ ନାଗରିକ, କାରଣ ଏହାର ଲକ୍ଷ୍ୟ ଆମର ସମୃଦ୍ଧି, ପ୍ରଗତି ଏବଂ ମନୋବଳ ଉପର

ସୁରକ୍ଷା ନେଇ ଉପଦେଶ ଦେବାର କୌଣସି ଅଧିକାର ନାହିଁ, ଜାତିସଂଘରେ ପାକିସ୍ତାନକୁ ଭର୍ତ୍ସନା କଲା ଭାରତ

ନୂଆଦିଲ୍ଲୀ ୨୪/୦୫: ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନକୁ କଡା ଭର୍ତ୍ସନା କରିଛି ଭାରତ। ତୀବ୍ର ନିନ୍ଦା କରି କହିଛି ଯେ ଯେଉଁ ଦେଶ ଆତଙ୍କବାଦୀ ଓ ସାଧାରଣ ଲୋକଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ କରେ ନାହିଁ। ତାହାର ନାଗରିକଙ୍କ ସୁରକ୍ଷା ବିଷୟରେ କଥା ହେବାର କୌଣସି ଅଧିକାର ନାହିଁ । ଭାରତ ଏହା ଉପରେ ଆଲୋଚନା କରିଥିଲା କି, ପାକିସ୍ତାନୀ ସେନା ଜାଣିଶୁଣି ଭାରତୀୟ ସୀମାନ୍ତ ଗ୍ରାମଗୁଡ଼ିକରେ ସିଜ୍‌ ଫାୟାର କରିଥିଲା। ସାଧାରଣ ନୀରିହ ଲୋକଙ୍କୁ ହତ୍ୟା କରିଥିଲା । ଧାର୍ମିକ ସ୍ଥାନଗୁଡ଼ିକୁ ଜାଣିଶୁଣି ଟାର୍ଗେଟ କରିଥିଲା। ସଂଯୁକ୍ତ ରାଷ୍ଟ୍ରରେ ଭାରତର ସ୍ଥାୟୀ ପ୍ରତିନିଧି ପାର୍ବତୀନେନି ହରିଶ ଶୁକ୍ରବାର କହିଛନ୍ତି ଯେ ମୁଁ ଅନେକ ପ୍ରସଙ୍ଗରେ ପାକିସ୍ତାନର ପ୍ରତିନିଧିଙ୍କ ଭିତ୍ତିହୀନ ଅଭିଯୋଗର ଜବାବ ଦେବାକୁ ବାଧ୍ୟ। ହରିଶ ଜାତିସଂଘ ସୁରକ୍ଷା ପରିଷଦର ଖୋଲା ଆଲୋଚନାରେ ଏକ ବିବୃତ୍ତି ଦେଇ ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ଦଶନ୍ଧି ଧରି ଏହାର ସୀମାରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଆକ୍ରମଣର ସମ୍ମୁଖୀନ ହୋଇଛି । 

ଏଥିରେ ମୁମ୍ବାଇ ସହରରେ ହୋଇଥିବା ଭୟଙ୍କର ୨୬/୧୧ ଆକ୍ରମଣ ଓ ଏପ୍ରିଲ ୨୦୨୫ରେ ପହଲଗାମରେ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କ ବର୍ବର ଗଣହତ୍ୟା । ହରିଶ କହିଛନ୍ତି ଯେ, ପାକିସ୍ତାନୀ ଆତଙ୍କବାଦର ଶିକାର ଲୋକମାନେ ମୁଖ୍ୟତଃ ସାଧାରଣ ନାଗରିକ, କାରଣ ଏହାର ଲକ୍ଷ୍ୟ ଆମର ସମୃଦ୍ଧି, ପ୍ରଗତି ଏବଂ ମନୋବଳ ଉପରେ ଆକ୍ରମଣ କରିବା। ଏପରି ଏକ ଦେଶ ପାଇଁ ନାଗରିକଙ୍କ ସୁରକ୍ଷା ଉପରେ ଆଲୋଚନାରେ ଅଂଶଗ୍ରହଣ କରିବା ମଧ୍ୟ ଅନ୍ତର୍ଜାତୀୟ ସମ୍ପ୍ରଦାୟର ଅପମାନ। 

ସେ କହିଛନ୍ତି ଯେ ପାକିସ୍ତାନ ବାରମ୍ବାର ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ପାଇଁ ସାଧାରଣ ନାଗରିକଙ୍କ ଢାଲ କରିଛି। ସେ କହିଛନ୍ତି, ଆମେ ସମ୍ପ୍ରତି ପାକିସ୍ତାନର ବରିଷ୍ଠ ସରକାରୀ, ପୋଲିସ ଏବଂ ସାମରିକ ଅଧିକାରୀମାନଙ୍କୁ ଅପରେସନ ସିନ୍ଦୂର ଦ୍ୱାରା ଟାର୍ଗେଟ କରାଯାଇଥିବା ଆତଙ୍କବାଦୀଙ୍କ ଶବଦାହରେ ଯୋଗଦେବାର ଦେଖିଛୁ। ଯେଉଁ ଦେଶ ଆତଙ୍କବାଦୀ ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ କରେ ନାହିଁ, ସେ ନାଗରିକଙ୍କ ସୁରକ୍ଷା ବିଷୟରେ କହିବାର କୌଣସି ଅଧିକାର ନାହିଁ।