ଚୀନ୍ କମ୍ପାନୀରେ ନିବେଶ କରିଛନ୍ତି ସେବି ମୁଖ୍ୟ: କଂଗ୍ରେସ
ନୂଆଦିଲ୍ଲୀ: ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି)ର ଅଧ୍ୟକ୍ଷ ମାଧବୀ ପୁରୀ ବୁଚ୍ଙ୍କ ପଛରୁ ବିବାଦ ପିଛା ଛାଡୁ ନାହିଁ। କେବେ ହିଣ୍ଡନବର୍ଗ ତ ଆଉ କେବେ ବିରୋଧୀ ଦଳଗୁଡିକ ତାଙ୍କୁ ବିଭିନ୍ନ ପ୍ରସଙ୍ଗକୁ ନେଇ ନିଶାଣ କରିବାରେ ଲାଗିଛନ୍ତି। କଂଗ୍ରେସ ପୁଣି ଶନିବାର ମାଧବୀଙ୍କୁ ନିଶାଣ କରି ତାଙ୍କ ବିରୋଧରେ ନୂଆ ଅଭିଯୋଗ ଲଗାଇଛି। କଂଗ୍ରେସ ନେତା ଜୟରାମ ରମେଶ ଦଳୀୟ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଦାବି କରିଛନ୍ତି ଯେ ସେବି ମୁଖ୍ୟ ଚୀନ୍ […]

ନୂଆଦିଲ୍ଲୀ: ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି)ର ଅଧ୍ୟକ୍ଷ ମାଧବୀ ପୁରୀ ବୁଚ୍ଙ୍କ ପଛରୁ ବିବାଦ ପିଛା ଛାଡୁ ନାହିଁ। କେବେ ହିଣ୍ଡନବର୍ଗ ତ ଆଉ କେବେ ବିରୋଧୀ ଦଳଗୁଡିକ ତାଙ୍କୁ ବିଭିନ୍ନ ପ୍ରସଙ୍ଗକୁ ନେଇ ନିଶାଣ କରିବାରେ ଲାଗିଛନ୍ତି। କଂଗ୍ରେସ ପୁଣି ଶନିବାର ମାଧବୀଙ୍କୁ ନିଶାଣ କରି ତାଙ୍କ ବିରୋଧରେ ନୂଆ ଅଭିଯୋଗ ଲଗାଇଛି। କଂଗ୍ରେସ ନେତା ଜୟରାମ ରମେଶ ଦଳୀୟ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଦାବି କରିଛନ୍ତି ଯେ ସେବି ମୁଖ୍ୟ ଚୀନ୍ କମ୍ପାନୀରେ ବଡ଼ ନିବେଶ କରିଛନ୍ତି। ତେବେ ସବୁଠାରୁ ଚିନ୍ତାର ବିଷୟ ଏହି କି ଯେ ଭାରତ ଏବଂ ଚୀନ୍ ମଧ୍ୟରେ ଭୂ-ରାଜନୈତିକ ଉତ୍ତେଜନା ଦେଖାଦେଇଥିବାବେଳେ ବୁଚ୍ ଚୀନ୍ ଫଣ୍ଡ୍ରେ ନିବେଶ କରିଥିଲେ। ଏହା ବ୍ୟତୀତ ବୁଚ୍ ପଦରେ ଥାଇ ସମ୍ପୂର୍ଣ୍ଣ ଅନୁଚିତ ଭାବେ ୩୬.୯ କୋଟି ଟଙ୍କାର ପଞ୍ଜିକୃତ କମ୍ପାନୀରେ କାରବାର କରିଥିଲେ। ଏହା ସେବି ନିୟମ ୨୦୦୮ର ଉଲ୍ଲଙ୍ଘନ। ସେହିପରି ମାଧବୀଙ୍କ ପାଖରେ ୨୦୧୭ରୁ ୨୦୨୧ ମଧ୍ୟରେ ବିଦେଶୀ ସମ୍ପତ୍ତି ଥିଲା। ଏଥିରେ ଆମେରିକା ଭେନଗାର୍ଡ ଟୋଟଲ ଷ୍ଟକ୍ ମାର୍କେଟ ଇଟିଏଫ (ଭିଟିଆଇ), ଏଆରକେ ଇନୋଭେସନ ଇଟିଏଫ (ଏଆରକେକେ), ଗ୍ଲୋବାଲ ଏକ୍ସ ଏମଏସ୍ସିଆଇ ଚାଇନା କଞ୍ଜୁମର (ସିଏଚଆଇକ୍ୟୁ) ଏବଂ ଇନ୍ଭେସ୍କୋ ଚାଇନା ଟେକ୍ନୋଲୋଜି ଇଟିଏଫ (ସିକ୍ୟୁକ୍ୟୁକ୍ୟୁ)ରେ ନିବେଶ ସାମିଲ ଥିଲା।
କଂଗ୍ରେସ ନେତା ପୱନ ଖେଡ଼ା କହିଛନ୍ତି ଯେ ସେବି ମୁଖ୍ୟ ନିୟମ ଉଲ୍ଲଙ୍ଘନ କରି କ୍ଷମତାର ଅପବ୍ୟବହାର କରିଥିଲେ। ବ୍ୟକ୍ତିଗତ ଲାଭ ପାଇବା ପାଇଁ ବେଆଇନ କାର୍ଯ୍ୟ କରିଥିଲେ। ଗତ ୨ ତାରିଖରୁ ତାଙ୍କ ବେଆଇନ କାର୍ଯ୍ୟକଳାପ ଉପରୁ ପରଦା ଉଠାଇବା କାର୍ଯ୍ୟ ଜାରି ରହିଛି। ସେ ଦେଶର ଲୋକଙ୍କୁ ଧୋକା ଦେଇଛନ୍ତି। ଭାରତ ବାହାରେ ମାଧବୀ ବଡ଼ ନିବେଶ କରିଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାଣିଥିଲେ କି ନାହିଁ? ଯଦି ଜାଣିଥିଲେ ତେବେ ନିବେଶ ଏବଂ ଏ ବିଷୟରେ ସେ କେବେ ତଥ୍ୟ ତାହାର ସୂଚନା ଦିଆଯାଉ। ମାଧବୀ ଅଗୋରା ପାର୍ଟନର୍ସ ପିଟିଇ (ସିଙ୍ଗାପୁର)ରେ ସକ୍ରିୟ ସଦସ୍ୟ ଥିଲେ କି? ବ୍ୟାଙ୍କ ଆକାଉଣ୍ଟରେ ତାଙ୍କ ସ୍ବାକ୍ଷର ଥିଲା କି ବୋଲି ପଚାରିଛନ୍ତି।