କାଗଜ କପ୍ରେ ଚା ଓ କଫି ପିଉଥିଲେ ସାବଧାନ, IIT ଅଧ୍ୟୟନରୁ ଜଣାପଡିଲା……..
ଆଜିକାଲି ଅଧିକାଂଶ ଲୋକଙ୍କୁ ଚା’ ପିଇବା ବେଶ ପସନ୍ଦ। କାମ ବ୍ୟସ୍ତତା ଭିତରେ ଟିକିଏ ରିଲାକ୍ସ ପାଇଁ ହେଉ ଅବା ଅଭ୍ୟାସଗତ ଭାବେ ଯୁବବର୍ଗଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଚା’ କଫି ଆଦି ପିଇବାକୁ ଭଲପାଆନ୍ତି। ତେଣୁ ସହରଠୁ ଆରମ୍ଭ କରି ଗାଁ ରାସ୍ତାପାର୍ଶ୍ୱ, କଲୋନୀ, ବସ୍ତିରେ ଚା’ଦୋକାନ ଖୋଲିଛି। ଖାଲି ସେତିକି ନୁହେଁ କାର୍ୟ୍ୟାଳୟମାନଙ୍କରେ ମଧ୍ୟ କର୍ମଚାରୀମାନଙ୍କୁ ଚା’ କଫି ମିଳିଥାଏ। ତେବେ ପୂର୍ବରୁ କାଚ ଗ୍ଲାସ୍, ଚିନାମାଟି କିମ୍ବା […]

ଆଜିକାଲି ଅଧିକାଂଶ ଲୋକଙ୍କୁ ଚା’ ପିଇବା ବେଶ ପସନ୍ଦ। କାମ ବ୍ୟସ୍ତତା ଭିତରେ ଟିକିଏ ରିଲାକ୍ସ ପାଇଁ ହେଉ ଅବା ଅଭ୍ୟାସଗତ ଭାବେ ଯୁବବର୍ଗଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଚା’ କଫି ଆଦି ପିଇବାକୁ ଭଲପାଆନ୍ତି। ତେଣୁ ସହରଠୁ ଆରମ୍ଭ କରି ଗାଁ ରାସ୍ତାପାର୍ଶ୍ୱ, କଲୋନୀ, ବସ୍ତିରେ ଚା’ଦୋକାନ ଖୋଲିଛି। ଖାଲି ସେତିକି ନୁହେଁ କାର୍ୟ୍ୟାଳୟମାନଙ୍କରେ ମଧ୍ୟ କର୍ମଚାରୀମାନଙ୍କୁ ଚା’ କଫି ମିଳିଥାଏ।
ତେବେ ପୂର୍ବରୁ କାଚ ଗ୍ଲାସ୍, ଚିନାମାଟି କିମ୍ବା ମାଟି କପ୍ରେ ଚା’ ଦେଉଥିଲେ ଦୋକାନୀ। ହେଲେ ଏବେ ଏହାର ସ୍ଥାନ ନେଇଛି କାଗଜ କପ୍। ଏହା ଦୋକାନୀଙ୍କ ପାଇଁ ସୁବିଧାଜନକ ହେଉଥିଲେ ମଧ୍ୟ ଗ୍ରାହକଙ୍କ ପାଇଁ ବିପଦ ସାଜୁଛି। ଏହି ୟୁଜ୍ ଆଣ୍ଡ୍ ଥ୍ରୋ ବା ଏକକ ବ୍ୟବହାରଯୋଗ୍ୟ କପ୍ ଅଜାଣତରେ ଗ୍ରାହକଙ୍କୁ ରୋଗ ବାଣ୍ଟୁଛି।
ଥରୁଟିଏ ବ୍ୟବହାର କରି ଫିଙ୍ଗି ଦିଆଯାଉଥିବା ଏହି କାଗଜ କପ୍ରେ ଚା ଓ କଫି ଭଳି ଗରମ ପାନୀୟ ପିଇବା ସ୍ୱାସ୍ଥ୍ୟ ପାଇଁ ନିରାପଦ ନୁହେଁ। ଭବିଷ୍ୟତରେ ଏହା ଆମ ଶରୀରରେ ସୃଷ୍ଟି କରିପାରେ କର୍କଟ ରୋଗ! କାଗଜ କପ୍ରେ ଦୈନିକ ତିନି ଥର ଚା ପିଉଥିବା ବ୍ୟକ୍ତିର ଶରୀରରେ ୭୫,୦୦୦ ଅଣୁପ୍ଲାଷ୍ଟିକ୍ (ମାଇକ୍ରୋ ପ୍ଲାଷ୍ଟିକ୍) ଖଣ୍ଡ ପ୍ରବେଶ କରିଥାଏ। ଯାହା ଖଡ଼ଗପୁରସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି।
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଖଡ଼ଗପୁର ପକ୍ଷରୁ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଡିସପୋଜେବଲ୍ ପେପର କପରେ ଚା ପିଇବା ସେତିକି କ୍ଷତିକର ଯେତିକି ପ୍ଲାଷ୍ଟିକ କପରେ ଚା ପିଇବା ସ୍ୱାସ୍ଥ୍ୟ ପାଇଁ ବିପଦଜନକ। ଅଧ୍ୟୟନରୁ ଜଣାପଡିଛି ଯେ ଏହି କପଗୁଡିକ, ଯାହା ପ୍ରାୟତ ଗୋଟିଏ ଗୋଟିଏ ବ୍ୟବହାର ପରେ ଫୋପାଡି ଦିଆଯାଏ, ଏଥିରେ ବହୁ ପରିମାଣର ପ୍ଲାଷ୍ଟିକ୍ ରହିଥାଏ, ଯାହା ଉତ୍ତାପର ସମ୍ମୁଖୀନ ହେଲେ ରାସାୟନିକ ପଦାର୍ଥ ମୁକ୍ତ କରିଥାଏ।
ଖଡ଼ଗପୁର ଆଇଆଇଟିର ଆସୋସିଏଟ୍ ପ୍ରଫେସର୍ ସୁଧା ଗୋଏଲ୍ କହନ୍ତି, କାଗଜ କପ୍ର ବିପଜ୍ଜନକ ପରିଣାମ ଉପରେ ଆମେ ଭଲ ଭାବେ ଅବଗତ ନାହାନ୍ତି। କାଗଜ କପ୍ର ଭିତର ପଟେ ପାଣି ନ ଲାଖିବା ପାଇଁ ରସାୟନର ଏକ ପତଳା ଆବରଣ ଦିଆଯାଇଥାଏ, ଯାହାକି ସାଧାରଣତଃ ପ୍ଲାଷ୍ଟିକ୍ ବା ପଲିମର୍ରୁ ତିଆରି ହୋଇଥାଏ। ଏହି ପରସ୍ତ ଯୋଗୁ କପ୍ରେ ପାନୀୟ ଢଳାଯିବା ପରେ କାଗଜ ଓଦା ହୁଏ ନାହିଁ ଏବଂ କପ୍ଟି ପାନୀୟକୁ ଧରି ରଖେ। ଗରମ ପାନୀୟ ଢଳାଯିବାର ମାତ୍ର ୧୫ ମିନିଟ୍ ମଧ୍ୟରେ ପ୍ଲାଷ୍ଟିକ୍ର ଏହି ପରସ୍ତ ପ୍ରତିକ୍ରିୟାଶୀଳ ହୋଇ କ୍ଷୟ ପାଇଥାଏ। ଯାହାର ଅଂଶ ପାନୀୟକୁ ବିଷାକ୍ତ କରିଥାଏ।
ଏହି ଅଧ୍ୟୟନରୁ ଆହୁରି ମଧ୍ୟ ଜଣାପଡିଛି ଯେ କାଗଜ କପ୍ରେ ୮୫ରୁ ୯୦ ସେଣ୍ଟ୍ରିଗ୍ରେଡ୍ ପର୍ଯ୍ୟନ୍ତ ଉତ୍ତପ୍ତ ୧୦୦ ମିଲିଲିଟର ଗରମ ପାନୀୟ ଢାଳି ୧୫ ମିନିଟ୍ ପର୍ଯ୍ୟନ୍ତ ରଖାଗଲେ ସେଥିରେ ପ୍ରାୟ ୨୫,୦୦୦ ଖଣ୍ଡ ୧୦ରୁ ୧୦୦୦ ମାଇେକ୍ରାନ୍ (ଏକ ମିଲିମିଟର୍ର ୧୦୦୦ ଭାଗରୁ ଭାଗେ) ଆକାରର କ୍ଷୁଦ୍ର ପ୍ଲାଷ୍ଟିକ୍ ଖଣ୍ଡ ମିଶିଥାଏ। ତେଣୁ କାଗଜ କପ୍ରେ ଦୈନିକ ୩ କପ୍ ଚା ବା କଫି ପିଉଥିବା ବ୍ୟକ୍ତିର ଶରୀରରେ ପ୍ରାୟ ୭୫ ହଜାର ଖଣ୍ଡ ଅଣୁପ୍ଲାଷ୍ଟିକ୍ ପ୍ରବେଶ କରିଥାଏ। ଏହି ଅଣୁପ୍ଲାଷ୍ଟିକ୍ ସବୁ ଖାଲି ଆଖିରେ ଦେଖାଯାଏ ନାହିଁ। କିନ୍ତୁ ଶରୀର ପାଇଁ ଏହା ବହୁ ବପଦ ସୃଷ୍ଟି କରେ।