ଶ୍ରୀମନ୍ଦିର ପର୍ବପର୍ବାଣୀ ଓ ଯାନିଯାତ୍ରା ଚୂଡାନ୍ତ : ଜୁନ୍ ୨୨ରେ ସ୍ନାନଯାତ୍ରା, ଜୁଲାଇ ୧୭ରେ ସୁନାବେଶ
ପୁରୀ : ଆସନ୍ତା ଜୁନ୍ ୨୨ ତାରିଖରେ ସ୍ନାନଯାତ୍ରା । ମହାପ୍ରଭୁ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରି ଜ୍ୱରରେ ପଡିବେ । ଏହି ଦିନଠାରୁ ଅନବସର ଘରେ ରହିବେ ଚତୁର୍ଦ୍ଧାବିଗ୍ରହ । ମହାପ୍ରଭୁ ସୁସ୍ଥ ହେବା ପରେ ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଗୁଣ୍ଡିଚା ଯାତ୍ରା। ଚଳିତବର୍ଷ ଏହି ରଥଯାତ୍ରା ଦିନ ହିଁ ମହାପ୍ରଭୁଙ୍କର ନେତ୍ରୋତ୍ସବ ଓ ଉଭାଯାତ୍ରା ପଡିଛି। ସେହିପରି ଜୁଲାଇ ୧୫ରେ ହେବ ବାହୁଡା ଯାତ୍ରା । ପ୍ରାୟ ପ୍ରତିବର୍ଷ […]

ପୁରୀ : ଆସନ୍ତା ଜୁନ୍ ୨୨ ତାରିଖରେ ସ୍ନାନଯାତ୍ରା । ମହାପ୍ରଭୁ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରି ଜ୍ୱରରେ ପଡିବେ । ଏହି ଦିନଠାରୁ ଅନବସର ଘରେ ରହିବେ ଚତୁର୍ଦ୍ଧାବିଗ୍ରହ । ମହାପ୍ରଭୁ ସୁସ୍ଥ ହେବା ପରେ ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଗୁଣ୍ଡିଚା ଯାତ୍ରା। ଚଳିତବର୍ଷ ଏହି ରଥଯାତ୍ରା ଦିନ ହିଁ ମହାପ୍ରଭୁଙ୍କର ନେତ୍ରୋତ୍ସବ ଓ ଉଭାଯାତ୍ରା ପଡିଛି।
ସେହିପରି ଜୁଲାଇ ୧୫ରେ ହେବ ବାହୁଡା ଯାତ୍ରା । ପ୍ରାୟ ପ୍ରତିବର୍ଷ ବାହୁଡ଼ା ପରଦିନ ରଥ ଉପରେ ଠାକୁରଙ୍କର ଅତ୍ୟନ୍ତ ମନୋମୁଗ୍ଧକର ସୁନାବେଶ ଅନୁଷ୍ଠିତ ହୋଇଥାଏ। ହେଲେ ଚଳିତବର୍ଷ ଏଥିରେ ବି ବ୍ୟତିକ୍ରମ ଘଟିଛି। ଅର୍ଥାତ୍ ସିଂହଦ୍ୱାର ସମ୍ମୁଖରେ ବାହୁଡ଼ା ପରଦିନ ଠାକୁରଙ୍କର ସୁନାବେଶ ହେବ ନାହିଁ । ଦୁଇଦିନ ପରେ ଅର୍ଥାତ୍ ଜୁଲାଇ ୧୭ ତାରିଖରେ ରଥ ଉପରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଦାରୁବିଗ୍ରହ । ସେହିପରି ନଭେମ୍ବର ୧୨ରୁ ଆରମ୍ଭ ହେବ ପଞ୍ଚୁକ । ଏଥର ୪ ଦିନ ପଡୁଛି ପଞ୍ଚକ। ଏମିତି ୨୦୨୪-୨୫ ବର୍ଷର ର୍ପପର୍ବାଣି ଓ ଯାନିଯାତ୍ରା ଚୂଡ଼ାନ୍ତ କରିବା ସହ ତିଥି, ବାର ଓ ତାରିଖ ଉପରେ ମୋହର ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରର ଏହି ପର୍ବପର୍ବାଣି ଓ ଯାନିଯାତ୍ରାର ତିଥି, ବାର ଓ ତାରିଖକୁ ସାର୍ବଜନୀନ କରିବା ଲାଗି ଶ୍ରୀମନ୍ଦିର ୱେବ୍ସାଇଟ୍ରେ ଅପ୍ଲୋଡ କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
୨୦୨୪-୨୫ ବର୍ଷର ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ଏପ୍ରିଲ ୧୪ରେ ମହାବିଷୁବ ସଂକ୍ରାନ୍ତି, ମେ ୧୦ରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ଆରମ୍ଭ, ମେ ୨୨ରେ ନୃସିଂହ ଜନ୍ମ, ଜୁଲାଇ ୧୧ରେ ହେରାପଞ୍ଚମୀ, ଜୁଲାଇ ୧୪ରେ ସନ୍ଧ୍ୟା ଦର୍ଶନ, ଜୁଲାଇ ୧୮ରେ ଅଧରପଣା, ଜୁଲାଇ ୧୯ରେ ନୀଳାଦ୍ରିବଜେ କରିବେ ମହାପ୍ରଭୁ । ସେହିପରି ଅଗଷ୍ଟ ୪ରେ ଚିତାଲାଗି ଅମାବାସ୍ୟା, ଅଗଷ୍ଟ ୧୪ରେ ଝୁଲଣ ଯାତ୍ରା ଆରମ୍ଭ, ଅଗଷ୍ଟ ୨୪ରେ ରାହୁରେଖା ଲାଗି, ଅଗଷ୍ଟ ୨୬ରେ ଜନ୍ମାଷ୍ଟମୀ, ଅଗଷ୍ଟ ୨୭ରେ ନନ୍ଦୋତ୍ସବ, ଅଗଷ୍ଟ ୨୮ରେ ବନଭୋଜି ବେଶ, ଅଗଷ୍ଟ ୨୯ରେ କାଳୀୟଦଳନ, ସେପ୍ଟେମ୍ବର ୩ରେ ସାତପୁରୀ ଅମାବାସ୍ୟା, ସେପ୍ଟେମ୍ବର ୭ରେ ଗଣେଶ ଚତୁର୍ଥୀ, ସେପ୍ଟେମ୍ବର ୧୫ରେ ବାମନ ଜନ୍ମ ଓ ସୁନିଆଁ, ସେପ୍ଟେମ୍ବର ୧୬ରେ ବଳିବାମନ ବେଶ, ସେପ୍ଟେମ୍ବର ୨୪ରେ ଷୋଡ଼ଶଦିନାତ୍ମକ ପୂଜା ଆରମ୍ଭ, ଅକ୍ଟୋବର ୯ରେ ମହାସପ୍ତମୀ, ଅକ୍ଟୋବର ୧୦ରେ ମହାଷ୍ଟମୀ, ଅକ୍ଟୋବର ୧୧ରେ ମହାନବମୀ, ଅକ୍ଟୋବର ୧୩ରେ ଦଶହରା, ଅକ୍ଟୋବର ୧୪ରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଓ ବାଳଧୂପ ଆରମ୍ଭ, ଅକ୍ଟୋବର ୧୭ରେ କୁମାର ପୂର୍ଣ୍ଣିମା, ନଭେମ୍ବର ୧ରେ ଦୀପାବଳି ଅମାବାସ୍ୟା, ନଭେମ୍ବର ୧୫ରେ କାର୍ତ୍ତିକ ପୂର୍ଣ୍ଣିମା ଓ ଶ୍ରୀଜୀଉଙ୍କ ରାଜାଧିରାଜ ବେଶ, ନଭେମ୍ବର ୩୦ରେ ଦେବ ଦୀପାବଳି ଆରମ୍ଭ, ଡିସେମ୍ବର ୧୬ ଧନୁ ସଂକ୍ରାନ୍ତି ଓ ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ ହେବ ।
ସେହିପରି ୨୦୨୫ ଜାନୁୟାରୀ ୧୩ରେ ଦେବାଭିଷେକ ବା ପୁଷ୍ୟାଭିଷେକ ପୂର୍ଣ୍ଣିମା, ୧୪ରେ ମକର ସଂକ୍ରାନ୍ତି, ଫେବୃୟାରୀ ୧ରେ ପଦ୍ମବେଶ, ଫେବୃୟାରୀ ୨ରେ ବସନ୍ତ ପଞ୍ଚମୀ ଓ ରଥକାଠ ଅନୁକୂଳ ପୂଜା, ଫେବୃୟାରୀ ୧୨ରେ ଗଜଉଦ୍ଧାରଣ ବେଶ ଓ ମାର୍ଚ୍ଚ ୧୪ରେ ଦୋଳ ପୂର୍ଣ୍ଣିମା ଓ ମହାପ୍ରଭୁଙ୍କ ରାଜାରାଜେଶ୍ୱର ବେଶ ଅନୁଷ୍ଠିତ ହେବ ।