ନୂଆ ବର୍ଷରେ ଦୁଃଖଦ ଖବର, ବୋରୱେଲରୁ ଉଦ୍ଧାର ହେଲା ୩ ବର୍ଷର ଚେତନା, ମୃତ ଘୋଷଣା କଲେ ଡାକ୍ତର

କୋଟପୁତଲୀ ୧।୧: ରାଜସ୍ଥାନ କୋଟପୁତଲୀରେ ବୋରୱେଲକୁ ଖସିପଡିଥିବା ୩ ବର୍ଷର ଝିଅ ଚେତନା ଜୀବନ ଯୁଦ୍ଧ ହାରି ଯାଇଛି। ଚେତନାକୁ ବୋରୱେଲରୁ ୧୦ମ ଦିନରେ ବାହାର କରାଯାଇଛି। ବୋରୱେଲରୁ ବାହାରିବାମାତ୍ରେ ତାକୁ ବିଡିଏମ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଛନ୍ତି। ହସ୍ପିଟାଲର ଜିଲ୍ଲା କଲେକ୍ଟର କଳ୍ପନା ଅଗ୍ରୱାଲଙ୍କ ସମେତ ଅନ୍ୟ ଉଚ୍ଚ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ୨୩ ଡିସେମ୍ବର ୨୦୨୪ ମଧ୍ୟାହ୍ନ ପ୍ରାୟ ସାଢେ ଗୋଟାଏ ବେଳେ ଖେଳୁଥିବା ଚେତନା ଖେଳୁ ଖେଳୁ ବୋରୱେଲରେ ଗଳିପଡିଥିଲା। ବୋରୱେଲରୁ ତାର କାନ୍ଦଣା ଶୁଣି ପରିବାର ଲୋକେ ପ୍ରଥମେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ ଓ ତୁରନ୍ତ ଚେତନାକୁ ଊଦ୍ଧାର କରିବା ନିମନ୍ତେ ଅଭିଯାନ ଆରମ୍ଭ ହୋଇଥିଲା। ରିଂ ରଡ ଓ ଅମ୍ବ୍ରେଲା ଟେକନିକ୍‌ରେ ଚେତନାକୁ ଉଦ୍ଧାର କରିବା ପାଇଁ ୨୪ ତାରିଖ ଦିନ ଉଦ୍ୟମ କରାଯାଇଥିଲା। ତେବେ ତାହା ବିଫଳ ହୋଇଥିଲା। ଏଥିପାଇଁ ବୋରୱେଲ ଗାତ ଭିତରକୁ ୧୫ଟି ଲୁହା ଛଡ ଦିଆଯାଇଥିଲା ଓ ପିଲାକୁ ୧୫୦ ଫୁଟ ଗଭୀର ଗର୍ତ୍ତରୁ ୩୦ ଫୁଟ ଉପର ପର୍ଯ୍ୟନ୍ତ ଟାଣି ଅଣାଯାଇଥିଲା। ତେବେ ଏହା ପରେ ତାକୁ ବୋରୱେଲରୁ କାଢିବା ଆହୁରି ଅସୁବିଧା ହୋଇଥିଲା। ଉଦ୍ୟମ ବିଫଳ ହେବା ପରେ ଡିସେମ୍ବର ୨୫ ତାରିଖ ଦିନ ଫରିଦାବାଦରୁ ପାଇଲିଂ ମେସିନ ମଗାଯାଇଥିଲା। ତେବେ ଏହି ମେସିନରେ ଉଦ୍ଧାର ଅଭିଯାନ ଆରମ୍ଭ ହେବା ପୂର୍ବରୁ ଜେସିବି ସହାୟତାରେ ବୋରୱେଲ କଡରେ ଗାତ

ନୂଆ ବର୍ଷରେ ଦୁଃଖଦ ଖବର, ବୋରୱେଲରୁ ଉଦ୍ଧାର ହେଲା ୩ ବର୍ଷର ଚେତନା, ମୃତ ଘୋଷଣା କଲେ ଡାକ୍ତର

କୋଟପୁତଲୀ ୧।୧: ରାଜସ୍ଥାନ କୋଟପୁତଲୀରେ ବୋରୱେଲକୁ ଖସିପଡିଥିବା ୩ ବର୍ଷର ଝିଅ ଚେତନା ଜୀବନ ଯୁଦ୍ଧ ହାରି ଯାଇଛି। ଚେତନାକୁ ବୋରୱେଲରୁ ୧୦ମ ଦିନରେ ବାହାର କରାଯାଇଛି। ବୋରୱେଲରୁ ବାହାରିବାମାତ୍ରେ ତାକୁ ବିଡିଏମ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଛନ୍ତି। ହସ୍ପିଟାଲର ଜିଲ୍ଲା କଲେକ୍ଟର କଳ୍ପନା ଅଗ୍ରୱାଲଙ୍କ ସମେତ ଅନ୍ୟ ଉଚ୍ଚ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। 

୨୩ ଡିସେମ୍ବର ୨୦୨୪ ମଧ୍ୟାହ୍ନ ପ୍ରାୟ ସାଢେ ଗୋଟାଏ ବେଳେ ଖେଳୁଥିବା ଚେତନା ଖେଳୁ ଖେଳୁ ବୋରୱେଲରେ ଗଳିପଡିଥିଲା। ବୋରୱେଲରୁ ତାର କାନ୍ଦଣା ଶୁଣି ପରିବାର ଲୋକେ ପ୍ରଥମେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ ଓ ତୁରନ୍ତ ଚେତନାକୁ ଊଦ୍ଧାର କରିବା ନିମନ୍ତେ ଅଭିଯାନ ଆରମ୍ଭ ହୋଇଥିଲା। ରିଂ ରଡ ଓ ଅମ୍ବ୍ରେଲା ଟେକନିକ୍‌ରେ ଚେତନାକୁ ଉଦ୍ଧାର କରିବା ପାଇଁ ୨୪ ତାରିଖ ଦିନ ଉଦ୍ୟମ କରାଯାଇଥିଲା। ତେବେ ତାହା ବିଫଳ ହୋଇଥିଲା। 

ଏଥିପାଇଁ ବୋରୱେଲ ଗାତ ଭିତରକୁ ୧୫ଟି ଲୁହା ଛଡ ଦିଆଯାଇଥିଲା ଓ ପିଲାକୁ ୧୫୦ ଫୁଟ ଗଭୀର ଗର୍ତ୍ତରୁ ୩୦ ଫୁଟ ଉପର ପର୍ଯ୍ୟନ୍ତ ଟାଣି ଅଣାଯାଇଥିଲା। ତେବେ ଏହା ପରେ ତାକୁ ବୋରୱେଲରୁ କାଢିବା ଆହୁରି ଅସୁବିଧା ହୋଇଥିଲା। ଉଦ୍ୟମ ବିଫଳ ହେବା ପରେ ଡିସେମ୍ବର ୨୫ ତାରିଖ ଦିନ ଫରିଦାବାଦରୁ ପାଇଲିଂ ମେସିନ ମଗାଯାଇଥିଲା। ତେବେ ଏହି ମେସିନରେ ଉଦ୍ଧାର ଅଭିଯାନ ଆରମ୍ଭ ହେବା ପୂର୍ବରୁ ଜେସିବି ସହାୟତାରେ ବୋରୱେଲ କଡରେ ଗାତ ଖୋଳିବା ଆରମ୍ଭ ହୋଇଥିଲା। 

ଏହି ସମୟରେ ବୋରୱେଲ ଭିତରକୁ ଅକ୍ସିଜେନ ମଧ୍ୟ ଛଡାଯାଉଥିଲା ସେତେବେଳେ ମଧ୍ୟ କ୍ୟାମେରାରେ ଝିଅର ମୁଭମେଣ୍ଟ ଦେଖା ଯାଉନଥିଲା।  ଡିସେମ୍ବର ୨୬ ତାରିଖ ଦିନ ଉଦ୍ଧାର ଅଭିଯାନ ନିମନ୍ତେ ଉତ୍ତରାଖଣ୍ଡରୁ ସ୍ପେଶାଲ ଟିମକୁ ଡକାଯାଇଥିଲା। ଏହା ପରେ ପାଇଲିଂ ମେସିନରେ ଲଗାତାର ଗାତ ଖୋଳିବା ଆରମ୍ଭ ହୋଇଥିଲା। ୨୭ ତାରିଖ ଦିନ ‘ରାଟ୍ ମାଇନର୍ସ’ଙ୍କ ସହାୟତା ନିଆଯାଇଥିଲା। ଏହି ମାଇନରମାନେ ଉତ୍ତରାଖଣ୍ଡରେ ଗତବର୍ଷ ଫଶିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ। 

ଏହିପରି ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କେବଳ ଖୋଳାଖୋଳି କାମ ଚାଲିଥିଲା। ଶେଷରେ ୧୭୦ ଫୁଟ ତଳେ ବୋରୱେଲକୁ ଟ୍ରେସ୍ କରାଯାଇଥିଲା ଓ ନୂଆ ବର୍ଷ ୧ ଜାନୁୟାରୀରେ ଚେତନାକୁ ବୋରୱେଲରୁ ବେହୋସ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାକୁ ତୁରନ୍ତ ଗ୍ରିନ କରିଡର କରି ବିଡିଏମ ହସ୍ପିଟାଲ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି।