ଛୋଟ ଛୋଟ ପିଲାଙ୍କର ବି ରକ୍ତ ଗରମ, ନବମ ଶ୍ରେଣୀ ଛାତ୍ରକୁ ଛୁରୀ ମାରିଲା ଦଶମ ଶ୍ରେଣୀ ଛାତ୍ର

ଅନୁଗୁଳ : ମାଆକୁ ସ୍କୁଲରୁ ଫୋନ୍‌ ଆସିଲା…ହେଲୋ, ଆପଣ ଓମ୍‌ ପ୍ରକାଶର ମାଆ କହୁଛନ୍ତି ତ । ଜଲଦି ଆସି ହସ୍ପିଟାଲରେ ପହଁଚ । ତାର ବର୍ତ୍ତମାନ ଡ୍ରେସିଙ୍ଗ୍‌ ଚାଲିଛି, ଶୀଘ୍ର ଆସି ପହଁଚ । ବାସ୍‌ ଏତିକି ଶୁଣିବା ପରେ ମାଆ ମୁଣ୍ଡ କାମ କଲାନି । ସିଧା ଧାଇଁଗଲା ହସ୍ପିଟାଲକୁ । ହସ୍ପିଟାଲରେ ଯାଇ ଦେଖନ୍ତି ତ ପୁଅ ମୁଣ୍ଡ ଫାଟି ଯାଇଛି, ବ୍ୟାଣ୍ଡେଜ୍‌ ହେଇଛି । ପୁଅକୁ ଏପରି ଅବସ୍ଥାରେ ଦେଖି କୋଉ […] The post ଛୋଟ ଛୋଟ ପିଲାଙ୍କର ବି ରକ୍ତ ଗରମ, ନବମ ଶ୍ରେଣୀ ଛାତ୍ରକୁ ଛୁରୀ ମାରିଲା ଦଶମ ଶ୍ରେଣୀ ଛାତ୍ର appeared first on KNews Odisha.

ଛୋଟ ଛୋଟ ପିଲାଙ୍କର ବି ରକ୍ତ ଗରମ, ନବମ ଶ୍ରେଣୀ ଛାତ୍ରକୁ ଛୁରୀ ମାରିଲା ଦଶମ ଶ୍ରେଣୀ ଛାତ୍ର
students

ଅନୁଗୁଳ : ମାଆକୁ ସ୍କୁଲରୁ ଫୋନ୍‌ ଆସିଲା…ହେଲୋ, ଆପଣ ଓମ୍‌ ପ୍ରକାଶର ମାଆ କହୁଛନ୍ତି ତ । ଜଲଦି ଆସି ହସ୍ପିଟାଲରେ ପହଁଚ । ତାର ବର୍ତ୍ତମାନ ଡ୍ରେସିଙ୍ଗ୍‌ ଚାଲିଛି, ଶୀଘ୍ର ଆସି ପହଁଚ । ବାସ୍‌ ଏତିକି ଶୁଣିବା ପରେ ମାଆ ମୁଣ୍ଡ କାମ କଲାନି । ସିଧା ଧାଇଁଗଲା ହସ୍ପିଟାଲକୁ । ହସ୍ପିଟାଲରେ ଯାଇ ଦେଖନ୍ତି ତ ପୁଅ ମୁଣ୍ଡ ଫାଟି ଯାଇଛି, ବ୍ୟାଣ୍ଡେଜ୍‌ ହେଇଛି । ପୁଅକୁ ଏପରି ଅବସ୍ଥାରେ ଦେଖି କୋଉ ମାଆ କଣ ସହିପାରିବ । କାନ୍ଦି ଚାଲିଲା ଆଉ ସଙ୍ଗେ ସଙ୍ଗେ ଯାଇ ଥାନାରେ ଏତଲା ଦେଲା ।

ଏବେ ଆପଣ ଭାବୁଥିବେ ସ୍କୁଲରେ ପୁଅର ମୁଣ୍ଡ କେମିତି ଫାଟିଲା? ଆଉ କାହା ନାଁରେ ମାଆ ଥାନାରେ ଏଫଆଇଆର ଦେଲା ? ତାହେଲେ ଜାଣନ୍ତୁ ପୂରା ଘଟଣା । ସ୍କୁଲ ଛୁଟି ହେବା ପରେ ସ୍କୁଲ ସାମ୍ନାରେ ଛାତ୍ରକୁ ମରଣାନ୍ତକ ଆକ୍ରମଣ । ଦଶମ ଶ୍ରେଣୀ ଛାତ୍ର କଲା ନବମ ଶ୍ରେଣୀ ଛାତ୍ରକୁ ଆକ୍ରମଣ । ଯାହାପରେ ଗୁରୁତର ହୋଇପଡିଛନ୍ତି ଛାତ୍ର ଜଣଙ୍କ । ବିଦ୍ୟାଳୟ ଛୁଟି ହେବାପରେ ସ୍କୁଲ ଫାଟକ ଆଗରେ ହୋଇଥିଲା ସ୍କୁଲ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ।

ବିଦ୍ୟାଳୟ ଛୁଟି ହେବାପରେ ସ୍କୁଲ ସାମ୍ନାରେ ଏଭଳି ଘଟଣା ଘଟିବା ପରେ ସ୍କୁଲ ଦାୟିତ୍ୱରେ ଥିବା କର୍ମଚାରୀ ଏହାକୁ ପ୍ରତିହତ କାହିଁକି କଲେନି । ସ୍କୁଲରେ ଛାତ୍ରଛାତ୍ରୀ କେତେ ସୁରକ୍ଷିତ । ତେବେ କୁହାଯାଉଛି ଯେ ପୂର୍ବ ଗଣ୍ଡଗୋଳରୁ ଏହି ଆକ୍ରମଣ ହୋଇଛି । ଦଶମ ଶ୍ରେଣୀର ଛାତ୍ର ସୁବୋଧ ନାୟକ ପୂର୍ବ ଶତ୍ରୁତାକୁ ନେଇ ନବମ ଶ୍ରେଣୀର ଛାତ୍ର ଓମ୍‌ ପ୍ରକାଶ ମାଝୀଙ୍କୁ ନିଜ ବ୍ୟାଗରେ ରଖିଥିବା ଛୁରୀରେ ଆକ୍ରମଣ କରିଥିଲା ।

ଯାହାପରେ ଓମ୍‌ ପ୍ରକାଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଛାତ୍ରଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ମୁଣ୍ଡକୁ ବ୍ୟାଣ୍ଡେଜ୍‌ କରାଯାଇଥିଲା । ତେବେ ଆକ୍ରମଣ କରିଥିବା ଛାତ୍ରକୁ ପୋଲିସ ଚିହ୍ନଟ କରିବା ସହ ଘଟଣାର ଅଧିକ ଅନୁସନ୍ଧାନ ଜାରି ରଖିଥିବା ନେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ସାଇକେଲ ଷ୍ଟାଣ୍ଡରେ ସାଇକେଲ ରଖିବାକୁ ନେଇ ଏଭଳି ଘଟଣା ଘଟିଥିବା ଜଣା ପଡ଼ିଥିବାବେଳେ ଆକ୍ରମଣରେ ଆହତ ଛାତ୍ରର ଆଜି ପୁଣିଥରେ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଜିଲ୍ଲା ଶିକ୍ଷା ବିଭାଗର ଅଧିକାରୀଗଣ ଆକ୍ରମଣରେ ଆହତ ଛାତ୍ରର ଘରେ ଓ ହସ୍ପିଟାଲରେ ପହଞ୍ଚି ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି କାହିଁକି ଏଭଳି ଘଟଣା ଘଟିଲା ସେ ନେଇ ଏକ ତଦନ୍ତ ରିପୋର୍ଟ DEOଙ୍କୁ ପ୍ରଦାନ କରିବା ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୂଚନା ଦେଇଛନ୍ତି ।

ଗତକାଲିର ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିବା ସହ ଆହତ ଛାତ୍ରଙ୍କୁ ମାଗଣା ଚିକିତ୍ସାସେବା ଯୋଗାଇଦେବା ପାଇଁ ନିର୍ଦେଶ ଦେଇଥିଲେ । ଗତକାଲି ରାତିରେ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ। ଆହତ ଛାତ୍ରଙ୍କୁ ବିନା ମୂଲ୍ୟରେ ଉନ୍ନତ ଚିକିତ୍ସା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଗତକାଲି ରାତିରେ ଏକ ଡାକ୍ତରୀ ଟିମ ମଧ୍ୟ ଆହତ ଛାତ୍ରଙ୍କ ଘରେ ପହଞ୍ଚି ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ ବୋଲି କହିଛନ୍ତି ତାଙ୍କ ମାଆ ।

The post ଛୋଟ ଛୋଟ ପିଲାଙ୍କର ବି ରକ୍ତ ଗରମ, ନବମ ଶ୍ରେଣୀ ଛାତ୍ରକୁ ଛୁରୀ ମାରିଲା ଦଶମ ଶ୍ରେଣୀ ଛାତ୍ର appeared first on KNews Odisha.