ଛୋଟ ପିଲା ବ୍ୟବହାର କରିପାରିବେନି ସୋସିଆଲ ମିଡିଆ: ବ୍ୟାନ ଲଗାଇବେ ଅଷ୍ଟ୍ରେଲିଆ ସରକାର

ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ୍ ମିଡିଆରେ ଯେଉଁଭଳି ଭାବେ କଣ୍ଟେଣ୍ଟ ଆସିଲାଣି, ଏଭଳି ସ୍ଥିତିରେ ଛୋଟ ପିଲା ଓ କିଶୋରମାନଙ୍କ ପାଇଁ ଏହା ଆଉ ପ୍ରଯୁଜ୍ୟ ମନେ ହେଉ ନାହିଁ। ତେଣୁ ନାବାଳକଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ବ୍ୟାନ ଲଗାଇବାକୁ ବିଚାର କରୁଛନ୍ତି ଅଷ୍ଟ୍ରେଲିଆ ସରକାର। ଅର୍ଥାତ୍ ସୋସିଆଲ୍ ମିଡିଆ ବ୍ୟବହାର ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ବୟସ ସୀମା ଧାର୍ଯ୍ୟ କରାଯିବ।ଏନେଇ ମଙ୍ଗଳବାର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ କହିଛନ୍ତି ଯେ ଅଷ୍ଟ୍ରେଲିଆ ଛୋଟପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟାନ୍ କରିବ। ୧୬ ବର୍ଷରୁ କମ ବୟସର ପିଲା ଏହା ବ୍ୟବହାର କରିପାରିବେ ନାହିଁ। ପିଲାମାନଙ୍କୁ ସେମାନଙ୍କର ଡିଭାଇସ ଠାରୁ ଦୂରେଇ ନେଇ ଫୁଟବଲ ପଡିଆକୁ ଟାଣି ନେବକାକୁ ଶପଥ ନେଇଛନ୍ତି ଅଷ୍ଟ୍ରେଲିଆ ପିଏମ। ପିଲାମାନଙ୍କୁ ସୋସିଆଲ ମିଡିଆରୁ ଦୂରେଇ ରଖିବା ପାଇଁ ଚଳିତ ବର୍ଷ ଫେଡେରାଲ ଆଇନ ଅଣାଯିବ। ତେବେ ଯୁବକମାନଙ୍କ ଉପରେ ଏହି ସୋସିଆଲ୍ ମିଡିଆର  ପ୍ରଭାବକୁ ଏକ ବିପଦ ବୋଲି ଅଲବାନିସ କହିଛନ୍ତି। ତେବେ ଫେସ୍‌ବୁକ୍‌, ଇନଷ୍ଟଗ୍ରାମ ଏବଂ ଟିକଟକ ଭଳି ସୋସିଆଲ୍ ମିଡିଆ ସାଇଟ୍‌କୁ ଲଗ୍ ଇନ କରିବାକୁ ବର୍ତ୍ତମାନ କୌଣସି ବୟସ ସୀମା ଧାର୍ଯ୍ୟ ହୋଇ ନାହିଁ। ତେବେ ଏହା ୧୪ କିମ୍ବା ୧୬ ବୟସ ରଖାଯାଇପାରେ ବୋଲି ଅଲବାନିସ କହିଛନ୍ତି। ତେବେ ୧୬ ବର୍ଷରୁ କମ ବୟସ ପିଲା ସୋସିଆଲ୍ ମିଡିଆ ୟୁଜ କରିବା କଥା ନୁହେଁ ବୋଲି ସେ ମତ ଦେଇ

ଛୋଟ ପିଲା ବ୍ୟବହାର କରିପାରିବେନି ସୋସିଆଲ ମିଡିଆ: ବ୍ୟାନ ଲଗାଇବେ ଅଷ୍ଟ୍ରେଲିଆ ସରକାର

ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ୍ ମିଡିଆରେ ଯେଉଁଭଳି ଭାବେ କଣ୍ଟେଣ୍ଟ ଆସିଲାଣି, ଏଭଳି ସ୍ଥିତିରେ ଛୋଟ ପିଲା ଓ କିଶୋରମାନଙ୍କ ପାଇଁ ଏହା ଆଉ ପ୍ରଯୁଜ୍ୟ ମନେ ହେଉ ନାହିଁ। ତେଣୁ ନାବାଳକଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ବ୍ୟାନ ଲଗାଇବାକୁ ବିଚାର କରୁଛନ୍ତି ଅଷ୍ଟ୍ରେଲିଆ ସରକାର। ଅର୍ଥାତ୍ ସୋସିଆଲ୍ ମିଡିଆ ବ୍ୟବହାର ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ବୟସ ସୀମା ଧାର୍ଯ୍ୟ କରାଯିବ।

ଏନେଇ ମଙ୍ଗଳବାର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ କହିଛନ୍ତି ଯେ ଅଷ୍ଟ୍ରେଲିଆ ଛୋଟପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟାନ୍ କରିବ। ୧୬ ବର୍ଷରୁ କମ ବୟସର ପିଲା ଏହା ବ୍ୟବହାର କରିପାରିବେ ନାହିଁ। ପିଲାମାନଙ୍କୁ ସେମାନଙ୍କର ଡିଭାଇସ ଠାରୁ ଦୂରେଇ ନେଇ ଫୁଟବଲ ପଡିଆକୁ ଟାଣି ନେବକାକୁ ଶପଥ ନେଇଛନ୍ତି ଅଷ୍ଟ୍ରେଲିଆ ପିଏମ। 

ପିଲାମାନଙ୍କୁ ସୋସିଆଲ ମିଡିଆରୁ ଦୂରେଇ ରଖିବା ପାଇଁ ଚଳିତ ବର୍ଷ ଫେଡେରାଲ ଆଇନ ଅଣାଯିବ। ତେବେ ଯୁବକମାନଙ୍କ ଉପରେ ଏହି ସୋସିଆଲ୍ ମିଡିଆର  ପ୍ରଭାବକୁ ଏକ ବିପଦ ବୋଲି ଅଲବାନିସ କହିଛନ୍ତି। ତେବେ ଫେସ୍‌ବୁକ୍‌, ଇନଷ୍ଟଗ୍ରାମ ଏବଂ ଟିକଟକ ଭଳି ସୋସିଆଲ୍ ମିଡିଆ ସାଇଟ୍‌କୁ ଲଗ୍ ଇନ କରିବାକୁ ବର୍ତ୍ତମାନ କୌଣସି ବୟସ ସୀମା ଧାର୍ଯ୍ୟ ହୋଇ ନାହିଁ। ତେବେ ଏହା ୧୪ କିମ୍ବା ୧୬ ବୟସ ରଖାଯାଇପାରେ ବୋଲି ଅଲବାନିସ କହିଛନ୍ତି। ତେବେ ୧୬ ବର୍ଷରୁ କମ ବୟସ ପିଲା ସୋସିଆଲ୍ ମିଡିଆ ୟୁଜ କରିବା କଥା ନୁହେଁ ବୋଲି ସେ ମତ ଦେଇଛନ୍ତି। 

ମୁଁ ଚାହୁଁଛି ପିଲାମାନେ ସୋସିଆଲ୍ ମିଡିଆରେ ବୁଡି ରହିବା ପରିବର୍ତ୍ତେ ସେମାନେ ସ୍ୱିମିଂ ପୁଲରେ ପହଁରିବା କିମ୍ବା ଟେନିସ କୋର୍ଟରେ ଖେଳନ୍ତୁ। ବାସ୍ତବରେ ଲୋକଙ୍କ ସହିତ ମିଶି ବାସ୍ତବିକତାକୁ ଜାଣନ୍ତୁ। କାରଣ ସୋସିଆଲ ମିଡିଆ ସେମାନଙ୍କ ପାଇଁ କ୍ଷତିକାରକ। ଅଷ୍ଟ୍ରେଲିଆ ଗଣମାଧ୍ୟମ ଏବିସି ଚ୍ୟାନେଲ୍‌କୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ଆଲବାନୀ। 

ସୋସିଆଲ୍ ମିଡିଆ ବ୍ୟବହାର ଦ୍ୱାରା ଯୁବପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟାବସ୍ଥାରେ ଯେଉଁଭଳି ଭାବେ ସଂକଟ ଦେଖା ଯାଉଛି ଛୋଟ ପିଲାମାନଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିବ। ଅଷ୍ଟ୍ରେଲିଆ ସରକାରଙ୍କ ଏଭଳି ପ୍ରସ୍ତାବକୁ ବିରୋଧୀମାନେ ମଧ୍ୟ ସମର୍ଥନ କରିଛନ୍ତି।