ଜଗତସିଂହପୁର ପଲିଟିକ୍ସରେ ବିଜେଡି କନ୍ଦଳ

ଜଗତସିଂହପୁର ପଲିଟିକ୍ସରେ ବିଜେଡି କନ୍ଦଳ। ସ୍ଥିତି ସାଂଘାତିକ। ଟିକେଟ ଅଙ୍କ ଛିଡୁନଥିବାବେଳେ ଦାବିଦାରଙ୍କ ସଂଖ୍ୟା ବଢୁଛି। ରାଲି, ସମାବେଶ, ଶୋଭାଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ଆଶାୟୀ।

ଜଗତସିଂହପୁର ପଲିଟିକ୍ସରେ ବିଜେଡି କନ୍ଦଳ

ବିଜେଡି ପାଇଁ ଜଗତସିଂହପୁର ଜିଲ୍ଲାର ୪ ନିର୍ବାଚନ ମଣ୍ଡଳୀରେ ବିଦ୍ରୋହ ଏବେ ଚରମ ସୀମାରେ। କେହି କାହାରିକୁ ଛାଡିବାକୁ ନାରାଜ। ଜଗତସିଂହପୁର, ତିର୍ତ୍ତୋଲ, ପାରାଦ୍ୱୀପ ଓ ବାଲିକୁଦା-ଏରସମାରେ ମାଳ ମାଳ ଆଶାୟୀ। ଏପରି ସ୍ଥିତିରେ କଂଗ୍ରେସର ପୂର୍ବତନ ଜଗତସିଂହପୁର ବିଧାୟକ ଚିରଞ୍ଜୀବ ବିଶ୍ୱାଳ ବିଜେଡିରେ ସାମିଲ ହେବା ପରେ ରୋଚକ ମୋଡରେ ଜିଲ୍ଲା ରାଜନୀତି।