ଜଗନ ରେଡ୍ଡିଙ୍କୁ ବଡ଼ ଝଟକା, ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଲେ ୨ ୱାଇଏସ୍‌ଆରସିପି ସାଂସଦ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ହୋଇଥିବା ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନରେ ପରାଜିତ ଜଗନ ମୋହନ ରେଡ୍ଡିଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ଗୁରୁବାର ୱାଇଏସଆରସିପିର ଦୁଇ ସାଂସଦ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ବିଧା ମସତାନ ରାଓ ଯାଦବ ଏବଂ ଭେଙ୍କଟରମଣା ରାଓ ମୋପିଦେବୀ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଉପରାଷ୍ଟ୍ରପତି ଦୁହିଁଙ୍କ ଇସ୍ତଫା ପତ୍ରକୁ ସ୍ୱୀକାର କରିଛନ୍ତି ।ଭେଙ୍କଟରମଣା ରାଓ ମୋପିଦେବୀ ରାଜ୍ୟସଭାର ସଦସ୍ୟତା ଛାଡ଼ିବା ପୂର୍ବରୁ ୱାଇଏସଆରସିପି ଛାଡ଼ୁଥିବା ସ୍ପଷ୍ଟ କରିଥିଲେ । ଭେଙ୍କଟରମଣାଙ୍କ କାର୍ଯ୍ୟକାଳ ୨୦୨୬ ଯାଏ ଥିବା ବେଳେ ତା’ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ ଶିଳ୍ପପତିରୁ ରାଜନେତା ହୋଇଥିବା ବିଧା ମସତାନ ରାଓ ଏବଂ ମୋପିଦେବୀ ଖୁବଶୀଘ୍ର ଟିଡିପିରେ ଯୋଗ ଦେଇପାରନ୍ତି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଦୁହେଁ ଭେଟି ଦଳରେ ସାମିଲ ହେବା ପାଇଁ ଇଚ୍ଛା ବ୍ୟକ୍ତ କରିସାରିଛନ୍ତି । ଉପନର୍ବାଚନରେ ବିଧା ମସତାନ ରାଓଙ୍କୁ ପୁଣି ଥରେ ରାଜ୍ୟସଭା ପାଇଁ ପ୍ରାର୍ଥୀ କରାଯାଇପାରେ । ତେବେ ମୋପିଦେବୀ ବିନା କୌଣସି ସର୍ତ୍ତରେ ଟିଡିପିରେ ସାମିଲ ହେବେ ବୋଲି ଜଣାପଡିଛି ।ବର୍ତ୍ତମାନ ସମୟରେ ରାଜ୍ୟସଭାରେ ଟିଡିପିର ଉପସ୍ଥିତି ଶୂନ

ଜଗନ ରେଡ୍ଡିଙ୍କୁ ବଡ଼ ଝଟକା, ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଲେ ୨ ୱାଇଏସ୍‌ଆରସିପି ସାଂସଦ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ହୋଇଥିବା ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନରେ ପରାଜିତ ଜଗନ ମୋହନ ରେଡ୍ଡିଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ଗୁରୁବାର ୱାଇଏସଆରସିପିର ଦୁଇ ସାଂସଦ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ବିଧା ମସତାନ ରାଓ ଯାଦବ ଏବଂ ଭେଙ୍କଟରମଣା ରାଓ ମୋପିଦେବୀ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଉପରାଷ୍ଟ୍ରପତି ଦୁହିଁଙ୍କ ଇସ୍ତଫା ପତ୍ରକୁ ସ୍ୱୀକାର କରିଛନ୍ତି ।

ଭେଙ୍କଟରମଣା ରାଓ ମୋପିଦେବୀ ରାଜ୍ୟସଭାର ସଦସ୍ୟତା ଛାଡ଼ିବା ପୂର୍ବରୁ ୱାଇଏସଆରସିପି ଛାଡ଼ୁଥିବା ସ୍ପଷ୍ଟ କରିଥିଲେ । ଭେଙ୍କଟରମଣାଙ୍କ କାର୍ଯ୍ୟକାଳ ୨୦୨୬ ଯାଏ ଥିବା ବେଳେ ତା’ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ ଶିଳ୍ପପତିରୁ ରାଜନେତା ହୋଇଥିବା ବିଧା ମସତାନ ରାଓ ଏବଂ ମୋପିଦେବୀ ଖୁବଶୀଘ୍ର ଟିଡିପିରେ ଯୋଗ ଦେଇପାରନ୍ତି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଦୁହେଁ ଭେଟି ଦଳରେ ସାମିଲ ହେବା ପାଇଁ ଇଚ୍ଛା ବ୍ୟକ୍ତ କରିସାରିଛନ୍ତି । ଉପନର୍ବାଚନରେ ବିଧା ମସତାନ ରାଓଙ୍କୁ ପୁଣି ଥରେ ରାଜ୍ୟସଭା ପାଇଁ ପ୍ରାର୍ଥୀ କରାଯାଇପାରେ । ତେବେ ମୋପିଦେବୀ ବିନା କୌଣସି ସର୍ତ୍ତରେ ଟିଡିପିରେ ସାମିଲ ହେବେ ବୋଲି ଜଣାପଡିଛି ।

ବର୍ତ୍ତମାନ ସମୟରେ ରାଜ୍ୟସଭାରେ ଟିଡିପିର ଉପସ୍ଥିତି ଶୂନ ରହିଛି । ୱାଇଏସଆରସିପି ସାଂସଦଙ୍କ ଇସ୍ତଫା ପରେ ଟିଡିପି ପୁଣି ଥରେ ରାଜ୍ୟସଭାରେ ଏଣ୍ଟ୍ରି କରିବ । ରାଜ୍ୟସଭା ପାଇଁ ଉପନିର୍ବାଚନରେ ଟିଡିପି ସମସ୍ତ ଆସନରେ ବିଜୟୀ ହେବା ନିଶ୍ଚିତ ରହିଛି । ସୂତ୍ର ଅନୁସାରେ ଗତ ବିଧାନସଭା ନିର୍ବାଚନରେ ଟିକଟ ନପାଇବା ପରଠୁ ମୋପିଦେବୀ ପାର୍ଟି ନେତୃତ୍ୱକୁ ନେଇ ଅସନ୍ତୁଷ୍ଟ ଥିଲେ । ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ଘନିଷ୍ଠ ଥିବା ମୋପିଦେବୀ, ୨୦୧୨ରେ ଜଗନ ରେଡ୍ଡିଙ୍କ ବେଆଇନ ସମ୍ପତ୍ତି ମାମଲାରେ ସିବିଆଇ ଦ୍ୱାରା ଗିରଫ ପ୍ରଥମ ମନ୍ତ୍ରୀ ଥିଲେ ।