ଜଗନ୍ନାଥ ମନ୍ଦିର ସିଂହାସନରୁ ନେଇଗଲେ ସୁନା, ରୁପା ଅଳଙ୍କାର

ନୟାଗଡ଼,୨୧।୨: ନୟାଗଡ଼ ପୁରୁଣା ସହରସ୍ଥିତ ଜଗନ୍ନାଥଙ୍କ ମନ୍ଦିରରୁ ଏକ ବଡ଼ ଧରଣର ଚୋରି ହୋଇଛି। କେତେକ ଦୁର୍ବୃତ୍ତ ମନ୍ଦିର ଦକ୍ଷିଣ ଦ୍ୱାର କବାଟ ତାଲା ଭାଙ୍ଗି ମନ୍ଦିର ଭିତରେ ପଶି ସିଂହାସନ ଉପରୁ ଲକ୍ଷାଧିକ ଟଙ୍କାର ସୁନା ଏବଂ ରୁପା ଅଳଙ୍କାର ଲୁଟି ନେଇଛନ୍ତି। ଶୁକ୍ରବାର ମନ୍ଦିର ପୂଜକ ପୂଜା ପାଇଁ ସମ୍ମୁଖ ଦ୍ୱାର ଫିଟାଇ ମନ୍ଦିର ଭିତରକୁ ଯାଇଥିବା ବେଳେ ମନ୍ଦିର ଦକ୍ଷିଣ ଦ୍ୱାର କବାଟ ତାଲା ଭାଙ୍ଗି ଯାଇଥିବା ଦେଖିବାକୁ ପାଇଥିଲେ। ଏପରିକି ସେ […] The post ଜଗନ୍ନାଥ ମନ୍ଦିର ସିଂହାସନରୁ ନେଇଗଲେ ସୁନା, ରୁପା ଅଳଙ୍କାର appeared first on Dharitri Odia News.

ଜଗନ୍ନାଥ ମନ୍ଦିର ସିଂହାସନରୁ ନେଇଗଲେ ସୁନା, ରୁପା ଅଳଙ୍କାର

ନୟାଗଡ଼,୨୧।୨: ନୟାଗଡ଼ ପୁରୁଣା ସହରସ୍ଥିତ ଜଗନ୍ନାଥଙ୍କ ମନ୍ଦିରରୁ ଏକ ବଡ଼ ଧରଣର ଚୋରି ହୋଇଛି। କେତେକ ଦୁର୍ବୃତ୍ତ ମନ୍ଦିର ଦକ୍ଷିଣ ଦ୍ୱାର କବାଟ ତାଲା ଭାଙ୍ଗି ମନ୍ଦିର ଭିତରେ ପଶି ସିଂହାସନ ଉପରୁ ଲକ୍ଷାଧିକ ଟଙ୍କାର ସୁନା ଏବଂ ରୁପା ଅଳଙ୍କାର ଲୁଟି ନେଇଛନ୍ତି।

ଶୁକ୍ରବାର ମନ୍ଦିର ପୂଜକ ପୂଜା ପାଇଁ ସମ୍ମୁଖ ଦ୍ୱାର ଫିଟାଇ ମନ୍ଦିର ଭିତରକୁ ଯାଇଥିବା ବେଳେ ମନ୍ଦିର ଦକ୍ଷିଣ ଦ୍ୱାର କବାଟ ତାଲା ଭାଙ୍ଗି ଯାଇଥିବା ଦେଖିବାକୁ ପାଇଥିଲେ। ଏପରିକି ସେ ସିଂହାସନ ଉପରୁ ଲକ୍ଷାଧିକ ଟଙ୍କାର ସୁନା ଏବଂ ରୁପା ଅଳଙ୍କାର ଚୋରି ହୋଇଥିବା ଦେଖି ମନ୍ଦିର କର୍ମକର୍ତ୍ତାଙ୍କୁ ଜଣାଇଥିଲେ। ମନ୍ଦିର କର୍ମକର୍ତ୍ତା ଚୋରି ସମ୍ପର୍କରେ ଅନୁଧ୍ୟାନ କରି ପୋଲିସକୁ ଖବର ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ତନାଘନା ଚଳାଇଛି। ଅନ୍ୟପକ୍ଷେ ଦୁର୍ବୃତ୍ତମାନଙ୍କ ଏତେ ସାହସ ସିଂହାସନ ଉପରୁ ସୁନା, ରୁପା ଅଳଙ୍କାର ନେଇଗଲେ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

The post ଜଗନ୍ନାଥ ମନ୍ଦିର ସିଂହାସନରୁ ନେଇଗଲେ ସୁନା, ରୁପା ଅଳଙ୍କାର appeared first on Dharitri Odia News.