ଜଗନ୍ନାଥ ହେଉଛନ୍ତି ଆମର ଅସ୍ମିତା

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନର ୪୫ ତମ ପ୍ରତିଷ୍ଠା ଦିବସ ଭିଏସଏସ ନଗର ମା ଭୁବନେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।  ଏହି ଉତ୍ସବରେ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ ମହାରାଜ ଉଦଘାଟକ ଭାବରେ ଯୋଗଦେଇ କହିଥିଲେ ଯେ ଜଗନ୍ନାଥ ହେଉଛନ୍ତି ଆମର ଅସ୍ମିତା।  ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ନିମିତ୍ତ ପ୍ରତିଷ୍ଠାନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ପ୍ରସଂଶନୀୟ। ମୁଖ୍ୟ ଅତିଥି ଭାବରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାପ୍ତନ କୁଳପତି ପ୍ର.ଗୋକୁଳାନନ୍ଦ ଦାସ ଯୋଗଦେଇ କହିଥଲେ ଯେ […]

ଜଗନ୍ନାଥ ହେଉଛନ୍ତି ଆମର ଅସ୍ମିତା

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନର ୪୫ ତମ ପ୍ରତିଷ୍ଠା ଦିବସ ଭିଏସଏସ ନଗର ମା ଭୁବନେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।  ଏହି ଉତ୍ସବରେ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ ମହାରାଜ ଉଦଘାଟକ ଭାବରେ ଯୋଗଦେଇ କହିଥିଲେ ଯେ ଜଗନ୍ନାଥ ହେଉଛନ୍ତି ଆମର ଅସ୍ମିତା।  ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ନିମିତ୍ତ ପ୍ରତିଷ୍ଠାନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ପ୍ରସଂଶନୀୟ।

ମୁଖ୍ୟ ଅତିଥି ଭାବରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାପ୍ତନ କୁଳପତି ପ୍ର.ଗୋକୁଳାନନ୍ଦ ଦାସ ଯୋଗଦେଇ କହିଥଲେ ଯେ ଜଗନ୍ନାଥ ନିର୍ଗୁଣ ଓ ସଗୁଣ ବ୍ରହ୍ମଙ୍କ ସମନ୍ୱୟ ।  ତାଙ୍କୁ ବୁଝିବା ବହୁ କଷ୍ଟ ।  ଏହା ସହ ସେ ଜଗନ୍ନାଥଙ୍କୁ ନେଇ ନିଜ ର ସ୍ମୃତି ବାଣ୍ଟିଥିଲେ। ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ଆଲୋଚକ ଡ଼ ଅସିତ ମହାନ୍ତି ଯୋଗଦେଇ କହିଥିଲେ ଯେ ଜଗନ୍ନାଥଙ୍କ ଆକାର ଅବର୍ଣ୍ଣନୀୟ । ସେ କାହା ପାଇଁ ସାକାର ତ କାହା ପାଇଁ ନିରାକାର । ଏହା ସହ ସେ ଜଗନ୍ନାଥଙ୍କ ମହିମା ସମ୍ପର୍କ ରେ ଆଲୋଚନା କରିଥିଲେ।  ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ କାର୍ଯ୍ୟ କରି ଆସୁଛି । ବହୁ ଛାତ୍ର ଛାତ୍ରୀ ଏହି ଅନୁଷ୍ଠାନ ସହାୟତାରେ ଜଗନ୍ନାଥ ସଂସ୍କୃତିର ଗବେଷଣା କ୍ଷେତ୍ରରେ ପିଏଚଡି ପାଇଛନ୍ତି ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରି ଓଡିଶାର ଗୌରବ ବୃଦ୍ଧି କରିଥିବା ଡାକ୍ତର ମହେନ୍ଦ୍ର କୁମାର ତ୍ରିପାଠୀ, ପ୍ରସାଦ ହରିଚନ୍ଦନ, ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ପ୍ରବୀର କୁମାର ପଟ୍ଟନାୟକ, ବିଜୟ କୁମାର ମହାପାତ୍ର ଓ ପ୍ରତିଷ୍ଠାନର ମୁଖ୍ୟ ପୃଷ୍ଠ ପୋଷକ ଅଲେଖ କୁମାର ଦାସଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ପ୍ରତିଷ୍ଠାନ ତରଫରୁ ମଦଳାପାଞ୍ଜି, ଚଇନି ଚକଡା, ଉଦ୍ର ରାଜବଂଶାବଳୀ ଓ ଜୟ ବିଜୟ ଶିଳାଲେଖକୁ ସଂକଳିତ କରି ମାଦଳା ପାଞ୍ଜି ଓ ପ୍ରାଚୀନ ଗଦ୍ୟସୌରଭ ନାମରେ ପ୍ରକାଶିତ କରାଯାଇଥିଲା ।  ପ୍ରଫେସର ସୁରେନ୍ଦ୍ରନାଥ ଦାଶଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ଉତ୍ସବରେ ଅନେକ ଗବେଷକ, ସାହିତ୍ୟିକ ଓ ଛାତ୍ରଛାତ୍ରୀ ଯୋଗ ଦେଇ ଥିଲେ।  ପ୍ରଫେସର ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।