ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ ବ୍ୟବସାୟୀମାନେ ରୀତିମତ ବେଆଇନ ମୋରମ ଉତ୍ତୋଳନ କରି ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି । ଏନେଇ ଖଣି ବିଭାଗଠାରୁ ଆରମ୍ଭ କରି ତହସିଲ ଏବଂ ବନବିଭାଗ ନିକଟରେ ଯେତେ ଅଭିଯୋଗ ହେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ବରଂ ବ୍ୟବସାୟୀଙ୍କଠାରୁ ହାତଗୁଞ୍ଜା ନେଇ ପ୍ରଶାସନିକ […] The post ଜଙ୍ଗଲ ଜମିରୁ ମୋରମ ଲୁଟ୍‌ appeared first on Dharitri Odia News.

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ ବ୍ୟବସାୟୀମାନେ ରୀତିମତ ବେଆଇନ ମୋରମ ଉତ୍ତୋଳନ କରି ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି । ଏନେଇ ଖଣି ବିଭାଗଠାରୁ ଆରମ୍ଭ କରି ତହସିଲ ଏବଂ ବନବିଭାଗ ନିକଟରେ ଯେତେ ଅଭିଯୋଗ ହେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ବରଂ ବ୍ୟବସାୟୀଙ୍କଠାରୁ ହାତଗୁଞ୍ଜା ନେଇ ପ୍ରଶାସନିକ ଅଧିକାରୀମାନେ ସୁରକ୍ଷା ଦେଇଆସୁଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା
ସୂଚନା ଅନୁଯାୟୀ, ଗତ କିଛିଦିନ ତଳେ କଟକ ବନଖଣ୍ଡ ଯାଜପୁର ରୋଡ଼ ରେଞ୍ଜ ପଛିକୋଟ ଡିମାର୍କେଟ ପ୍ରୋଟେକ୍ଟ ଫରେଷ୍ଟ (ଡ଼ିପିଏଫ୍‌) ଅଧୀନ କୋରବନ୍ଦୀ ଶାଳ ଜଙ୍ଗଲ ନିକଟରୁ ଜଣେ ଗ୍ରାମ୍ୟ ଉନ୍ନୟନ ଠିକାଦାର ପ୍ରାୟ ୫୦ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର ମୋରମ ଲୁଟ୍‌ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଯାଜପୁର ରୋଡ଼ ବନାଞ୍ଚଳ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ ହେଁ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଓଲଟା ଠିକାଦାରଙ୍କୁ ନକଲି କାଗଜପତ୍ର ଜରିଆରେ ମୋରମ ଲୁଟ କରିବାକୁ ପ୍ରୋତ୍ସାହନ ଯୋଗାଇଦେବାକୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଥିବା ଅଭିଯୋଗ ହୋଇଛି । ଗୋହିରାଗଡ଼ିଆ ( ଭାଲୁକାହୁଡ଼ି ) ସାହି ନିକଟରୁ ପାଟରଙ୍ଗା ଜଙ୍ଗଲକୁ ଲାଗି ଥିବା ରାସ୍ତାର ସମ୍ପ୍ରସାରଣ ନିମନ୍ତେ ସମ୍ପୃକ୍ତ ଠିକାଦାର ଜଣକ ଭାଲୁକାହୁଡ଼ି ଆଦିବାସୀ ବସ୍ତି ପ୍ରାଥମିକ ବିଦ୍ୟାଳୟ ନିକଟ ଗୋହିରାଗଡ଼ିଆ ମୌଜା ଖାତା ନଂ. ୨୨୯ ଏବଂ ପ୍ଲଟ ନଂ. ୩୧ ଜଙ୍ଗଲ ଜମିରୁ ଆଦିବାସୀ ଲୋକଙ୍କୁ ଧମକଚମକ ଦେଇ ପ୍ରାୟ ୫୦ ଲକ୍ଷ ଟଙ୍କାର ମୋରମ ଲୁଟି ନେଇ ରାସ୍ତାର ମୂଳଦୁଆ ପ୍ରସ୍ତୁତ କରିଛନ୍ତି । ଫଳରେ ସ୍କୁଲ ନିକଟରେ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି । ଏହି ବିଦ୍ୟାଳୟର ସାମାନ୍ୟ ଦୂରରେ ଅନ୍ୟ ୨ ଜଙ୍ଗଲ ଜମିରୁ ମଧ୍ୟ ଅନୁରୂପ ଭାବେ ସମାନ ଢଙ୍ଗରେ ସମ୍ପୃକ୍ତ ଠିକାଦାର ଜଣକ ବେଆଇନ ଭାବେ ବିପୁଳ ମୋରମ ଖନନ କରି ବଡ଼ ଗର୍ତ୍ତ ସୃଷ୍ଟି କରିଛନ୍ତି । ରାସ୍ତାର ମୂଳଦୁଆ ପାଇଁ ଅଳ୍ପ କିଛି ମୋରମ ଲାଗିଥିବା ବେଳେ ୧୦୦ ଟ୍ରିପ୍‌ରୁ ଊଦ୍ଧର୍‌ବ ମୋରମ ଅନ୍ୟତ୍ର ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଫଳରେ ଜଙ୍ଗଲ କଡ଼ରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇ ଜୀବଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଏଥିସହିତ ସରକାରଙ୍କ ପ୍ରାୟ ୫୦ ଲକ୍ଷ ଟଙ୍କାର ରାଜସ୍ବ ହାନି ହୋଇଥିବା ଅକଳନ କରାଯାଇଛି । ଏନେଇ ବନବିଭାଗଠାରୁ ଆରମ୍ଭ କରି ବ୍ୟାସନଗର ତହସିଲ ପର୍ଯ୍ୟନ୍ତ ଅଭିଯୋଗ ହୋଇଥିଲେ ମଧ୍ୟ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ଜରିମାନା କରାଯାଇନାହିଁ । ଏପରି କି ଏହି ଅଭିଯୋଗ ଉପରେ ମାପଚୁପ କରିବାକୁ ମଧ୍ୟ ଅଧିକାରୀ ମାନେ ଆଗ୍ରହ ପ୍ରକାଶ କରିନାହାନ୍ତି । ଯାହାକୁ ନେଇ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ବଡ଼ ଧରଣର ମୂଳଚାଲ ହୋଇଥିବା ସନ୍ଦେହ ଘନୀଭୂତ ହୋଇଛି । ଯାଜପୁର ଜିଲାରେ ଏହା ଏକମାତ୍ର ଶାଳ ଜଙ୍ଗଲ ହୋଇଥିବା ବେଳେ ରକ୍ଷଣାବେକ୍ଷଣକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏନେଇ ଯାଜପୁର ରୋଡ଼ ରେଞ୍ଜ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ପଚାରିବାରେ ଏହା ଗ୍ରାମ୍ୟ ଜଙ୍ଗଲ ହୋଇଥିବାରୁ ଏହାର ଉତ୍ତର ଦାୟିତ୍ୱ ତହସିଲଦାର ନେବା କଥା ବୋଲି ସେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ ବ୍ୟାସନଗର ତହସିଲଦାର ଦେବାଶିଷ ରାଉତଙ୍କୁ ଏ ସଂକ୍ରାନ୍ତରେ ପଚାରିବା ପାଇଁ ଏକାଧିକ ଥର ଫୋନ୍‌ କରିଥିଲେ ହେଁ ସେ କଲ ଗ୍ରହଣ କରିନାହାଁନ୍ତି ।

The post ଜଙ୍ଗଲ ଜମିରୁ ମୋରମ ଲୁଟ୍‌ appeared first on Dharitri Odia News.