ଜଙ୍ଗଲ ନିଆଁ ପାଇଁ ବିପଦରେ ବନ୍ୟପ୍ରାଣୀ
ଭଞ୍ଜନଗର,୧୦ା୩(ବାବୁଲା ପ୍ରଧାନ):ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଜଙ୍ଗଲ ପୋଡ଼ି ବଢ଼ିବାରେ ଲାଗିଛି। ରବିବାର ମଧ୍ୟାହ୍ନରେ ଆସିଥିବା ସାଟେଲାଇଟ୍ ତଥ୍ୟରୁ କେନ୍ଦ୍ରୀୟ ବନାଞ୍ଚଳର ୨ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। କିନ୍ତୁ ଧରିତ୍ରୀ ପ୍ରତିନିଧି ରବିବାର ଗାଲେରି ଓ ମୁଜାଗଡ଼ ରେଞ୍ଜ ଅଞ୍ଚଳ ବୁଲିବା ସମୟରେ ୪ଟି ସ୍ଥାନରେ ନିଆଁ ଲାଗିଥିବା ଦେଖିଥିଲେ। ମୁଜାଗଡ଼ ରେଞ୍ଜ ବ୍ରାହ୍ମଣପଦର ନିକଟସ୍ଥ ଜଙ୍ଗଲ ହୁହୁ ହୋଇ ଜଳୁଥିଲା। ସେହିଭଳି ଖୁରୁଡ଼ୁଗୋଛାର ସଂରକ୍ଷିତ ଜଙ୍ଗଲକୁ ଲାଗି ଥିବା ଏକ ବେସରକାରୀ ବଣରେ ନିଆଁ […] The post ଜଙ୍ଗଲ ନିଆଁ ପାଇଁ ବିପଦରେ ବନ୍ୟପ୍ରାଣୀ appeared first on Dharitri Odia News.
ଭଞ୍ଜନଗର,୧୦ା୩(ବାବୁଲା ପ୍ରଧାନ):ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଜଙ୍ଗଲ ପୋଡ଼ି ବଢ଼ିବାରେ ଲାଗିଛି। ରବିବାର ମଧ୍ୟାହ୍ନରେ ଆସିଥିବା ସାଟେଲାଇଟ୍ ତଥ୍ୟରୁ କେନ୍ଦ୍ରୀୟ ବନାଞ୍ଚଳର ୨ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। କିନ୍ତୁ ଧରିତ୍ରୀ ପ୍ରତିନିଧି ରବିବାର ଗାଲେରି ଓ ମୁଜାଗଡ଼ ରେଞ୍ଜ ଅଞ୍ଚଳ ବୁଲିବା ସମୟରେ ୪ଟି ସ୍ଥାନରେ ନିଆଁ ଲାଗିଥିବା ଦେଖିଥିଲେ। ମୁଜାଗଡ଼ ରେଞ୍ଜ ବ୍ରାହ୍ମଣପଦର ନିକଟସ୍ଥ ଜଙ୍ଗଲ ହୁହୁ ହୋଇ ଜଳୁଥିଲା। ସେହିଭଳି ଖୁରୁଡ଼ୁଗୋଛାର ସଂରକ୍ଷିତ ଜଙ୍ଗଲକୁ ଲାଗି ଥିବା ଏକ ବେସରକାରୀ ବଣରେ ନିଆଁ ଲାଗିଥିଲା। ଶନିବାର ଖୁରୁଡ଼ୁଗୋଛାକୁ ଲାଗିଥିବା ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିତ୍ବା ଜଙ୍ଗଲରେ ନିଆଁ ଲାଗିଥିଲା । ତେଣୁ ରବିବାର ମଧ୍ୟାହ୍ନରେ ଖୁରୁଡ଼ୁଗୋଛାରେ ରେଞ୍ଜର ବିମ୍ବାଧର ସାହୁଙ୍କ ଉପସ୍ଥିତିରେ ଜଙ୍ଗଲ ନିଆଁ ରୋକିବା ଉପରେ ଏକ ସଚେତନତା ସଭା ହୋଇଥିଲା। ଏହାର ୩ ଘଣ୍ଟା ପରେ ସେହି ଅଞ୍ଚଳରେ ନିଆଁ ଲାଗିଛି। ସେହିଭଳି ଗାଲେରି ରେଞ୍ଜ କାର୍ଯ୍ୟାଳୟ ଠାରୁ ଅଳ୍ପ ଦୂରରେ ଜଙ୍ଗଲ ହୁହୁ ହୋଇ ଜଳୁଥିଲା। ବିଭାଗୀୟ କର୍ମଚାରୀ ଅପରାହ୍ନ ୫ଟାରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି।
ସାଟେଲାଇଟ୍ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ମଧ୍ୟରେ ପ୍ରଥମ ରିପୋର୍ଟ ଦେଇଥାଏ। ଦ୍ୱିତୀୟ ରିପୋର୍ଟ ରାତି ୧୨ଟାରୁ ୨ଟା ମଧ୍ୟରେ ଦେଇଥାଏ। ସାଟେଲାଇଟ୍ ସମସ୍ତ ଜଙ୍ଗଲ ନିଆଁକୁ ଧରି ପାରୁନାହିଁ। ପାହାଡ଼ର ଶୀର୍ଷକୁ ନିଆଁ ବ୍ୟାପିଲେ ଯାଇ ଅଧିକାଂଶ ଚିତ୍ର ଆସୁଛି। କେତେକ ସ୍ଥାନରେ ନିଆଁ ଆପେ ଆପେ ଲାଗି ଲିଭିଯାଉଛି। ଅନେକ ସମୟରେ ଦେଖାଯାଉଛି ସାଟେଲାଇଟ୍ ଚିତ୍ର ଆସିଲେ ଯାଇ କର୍ମଚାରୀମାନେ ନିଆଁ ଲିଭାଇବାକୁ ଯାଉଛନ୍ତି । ଗ୍ରାମବାସୀ ଏବଂ ବନ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଯୋଗୁ ଜଙ୍ଗଲ ନିଆଁକୁ ତୁରନ୍ତ ନିୟନ୍ତ୍ରଣ କରିବାରେ କର୍ମଚାରୀ ମାନେ ବିଫଳ ହେଉଛନ୍ତି। ମାସ ମାସ ଧରି ବନ କର୍ମଚାରୀ ଲୋକଙ୍କ ସହ ସୁ ସମ୍ପର୍କ ରଖୁନାହାନ୍ତି। ଯେଉଁଥିପାଇଁ ଲୋକେ ଜଙ୍ଗଲରେ ନିଆଁ ଲାଗିଲେ ତୁରନ୍ତ ଖବର ଦେଉନାହାନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ହୋଇପଡ଼ିଛି। ଅନ୍ୟପକ୍ଷରେ ଜଙ୍ଗଲ ନିଆଁରେ ଅନେକ ପଶୁ, ପକ୍ଷୀ ଜଳି ପୋଡ଼ି ପାଉଁଶ ହୋଇଯାଉଛନ୍ତି। ଏ ନେଇ ଡିଏଫଓ ହିମାଂଶୁ ଶେଖର ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଯେଉଁଠି ସୂଚନା ଆସୁଛି ତୁରନ୍ତ ନିଆଁକୁ ଲିଭାଇବା ପାଇଁ ପଦକ୍ଷେପ ନିଆଯାଉଛି । ଖୁରୁଡ଼ୁଗୋଚ୍ଛାରେ ବେସରକାରୀ ଜମିରେ ନିଆଁ ଲାଗିଛି। ତଥାପି ନିଆଁକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉଛି। ଜଙ୍ଗଲ ସୁରକ୍ଷାରେ କୈଣସି ଅବହେଳା କରାଯାଉନାହିଁ ବୋଲି ଡ଼ିଏଫଓ ମହାନ୍ତି କହିଛନ୍ତି।
The post ଜଙ୍ଗଲ ନିଆଁ ପାଇଁ ବିପଦରେ ବନ୍ୟପ୍ରାଣୀ appeared first on Dharitri Odia News.