ପରିବା ବଜାରରେ ପ୍ରଶାସନିକ ଚଢାଉ, କଳାବଜାରୀଙ୍କୁ ତାଗିଦ

ବୁଗୁଡା,୨୪।୧୦(କାଳିଚରଣ ଦାଶ): ବଙ୍ଗୋପସାଗରରେ ସୃଷ୍ଟି ସମ୍ଭାବ୍ୟ ବାତ୍ୟା ‘ଦାନା’ ସମ୍ପର୍କେ ପାଣିପାଗ ବିଭାଗର ସୂଚନା ପରଠୁ ବୁଗୁଡା ବଜାରରେ ପରିବା ଦର ହୁ ହୁ ହୋଇ ବଢି ଚାଲିଥିଲା। ପରିସ୍ଥିତିର ଫାଇଦା ଉଠାଇବାକୁ ଯାଇ କିଛି ବ୍ୟବସାୟୀ ବିଭିନ୍ନ ପରିବା ଦରରେ ଅହେତୁକ ବୃଦ୍ଧି ଘଟାଇଥିଲେ। ବିଶେଷ କରି ଆଳୁର କୃତିମ ଅଭାବ ସୃଷ୍ଟି କରି ଦୁଇ ଦିନ ମଧ୍ୟରେ ଦର ଦୁଇ ଗୁଣା କରିଦେଲେ। ଏ ନେଇ ସାଧାରଣରେ ପ୍ରବଳ ଅସନ୍ତୋଷ ଦେଖାଦେବା ସହ ବିଭିନ୍ନ […] The post ପରିବା ବଜାରରେ ପ୍ରଶାସନିକ ଚଢାଉ, କଳାବଜାରୀଙ୍କୁ ତାଗିଦ appeared first on Dharitri Odia News.

ପରିବା ବଜାରରେ ପ୍ରଶାସନିକ ଚଢାଉ, କଳାବଜାରୀଙ୍କୁ ତାଗିଦ

ବୁଗୁଡା,୨୪।୧୦(କାଳିଚରଣ ଦାଶ): ବଙ୍ଗୋପସାଗରରେ ସୃଷ୍ଟି ସମ୍ଭାବ୍ୟ ବାତ୍ୟା ‘ଦାନା’ ସମ୍ପର୍କେ ପାଣିପାଗ ବିଭାଗର ସୂଚନା ପରଠୁ ବୁଗୁଡା ବଜାରରେ ପରିବା ଦର ହୁ ହୁ ହୋଇ ବଢି ଚାଲିଥିଲା। ପରିସ୍ଥିତିର ଫାଇଦା ଉଠାଇବାକୁ ଯାଇ କିଛି ବ୍ୟବସାୟୀ ବିଭିନ୍ନ ପରିବା ଦରରେ ଅହେତୁକ ବୃଦ୍ଧି ଘଟାଇଥିଲେ। ବିଶେଷ କରି ଆଳୁର କୃତିମ ଅଭାବ ସୃଷ୍ଟି କରି ଦୁଇ ଦିନ ମଧ୍ୟରେ ଦର ଦୁଇ ଗୁଣା କରିଦେଲେ। ଏ ନେଇ ସାଧାରଣରେ ପ୍ରବଳ ଅସନ୍ତୋଷ ଦେଖାଦେବା ସହ ବିଭିନ୍ନ ଗଣମାଧ୍ୟମରେ ପ୍ରଶାସନିକ ଉଦାସୀନତାକୁ ଦାୟୀ କରାଯିବା ପରେ ସ୍ଥାନୀୟ ପ୍ରଶାସନର ଚେତା ପଶିଥିଲା।

ତେବେ ଗୁରୁବାର ସକାଳେ ଏନଏସିର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଏଟିଓ ସୁନନ୍ଦ ଶେଖର ସାହାଣିଙ୍କ ନିର୍ଦେଶ କ୍ରମେ ପ୍ରଶାସନ ପକ୍ଷରୁ ପରିବା ବଜାରରେ ଚଢାଉ କରାଯାଇ କେତେକ ମୁନାଫାଖୋର ବ୍ୟବସାୟୀଙ୍କୁ ଚଢା ଦରରେ ପରିବା ବିକ୍ରି ନ କରିବାକୁ ତାଗିଦ କରାଯିବାର ଦେଖିବାକୁ ମିଳିଥିଲା। ବିଶେଷକରି ଆଳୁ ଅଢେଇ କିଲୋଗ୍ରାମ ପ୍ରତି ୯୦ ଟଙ୍କାରୁ ଅଧିକ ଦରରେ ବିକ୍ରି କଲେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା। ଉକ୍ତ ଚଢାଉ କାର୍ଯ୍ୟରେ ସ୍ଥାନୀୟ ପୋଲିସ ଓ ଏନଏସି କର୍ମଚାରୀଙ୍କ ସମେତ ମାର୍କେଟିଂ ଇନ୍ସପେକ୍ଟର ହେମନ୍ତ କୁମାର ପ୍ରଧାନ ସାମିଲ ଥିଲେ।

The post ପରିବା ବଜାରରେ ପ୍ରଶାସନିକ ଚଢାଉ, କଳାବଜାରୀଙ୍କୁ ତାଗିଦ appeared first on Dharitri Odia News.