ଜଙ୍ଗଲ ନିଆଁରେ ଜଳିଗଲେ ମହିଳା, ଜଙ୍ଗଲ ନିଆଁକୁ ଅଟକାଇବାକୁ ଲିଭାଉଥିଲେ
କାମାକ୍ଷାନଗର : ଜଙ୍ଗଲ ନିଆଁରେ ଜଳିଗଲେ ମହିଳା । ଘର ଆଡ଼କୁ ମାଡ଼ି ଆସୁଥିବା ଜଙ୍ଗଲ ନିଆଁକୁ ଅଟକାଇବାକୁ ଲିଭାଉଥିବା ବେଳେ ନିଆଁରେ ପୋଡ଼ି ମହିଳା ପ୍ରାଣ ହରାଇଛନ୍ତି । କାମାକ୍ଷାନଗର ମହାବିରୋଡ଼ ଥାନା ଗୋବରୀ ଗାଁରେ ଅଭାବନୀୟ ଘଟଣା । ଗୋବରୀ ଗାଁର ଅତି ନିକଟରେ ଜଙ୍ଗଲ ରହିଛି । କୌଣସି କାରଣକୁ ଆଜି ଜଙ୍ଗଲରେ ନିଆଁ ଲାଗି ତାହା ଚାରିଆଡ଼କୁ ବ୍ୟାପି ଯାଇଥିଲା । ବୁଧିନୀ ମହାନ୍ତଙ୍କ ଘର ଆଡ଼କୁ ନିଆଁ ମାଡ଼ିଆସୁଥିବା ଦେଖି […] The post ଜଙ୍ଗଲ ନିଆଁରେ ଜଳିଗଲେ ମହିଳା, ଜଙ୍ଗଲ ନିଆଁକୁ ଅଟକାଇବାକୁ ଲିଭାଉଥିଲେ appeared first on KNews Odisha.

କାମାକ୍ଷାନଗର : ଜଙ୍ଗଲ ନିଆଁରେ ଜଳିଗଲେ ମହିଳା । ଘର ଆଡ଼କୁ ମାଡ଼ି ଆସୁଥିବା ଜଙ୍ଗଲ ନିଆଁକୁ ଅଟକାଇବାକୁ ଲିଭାଉଥିବା ବେଳେ ନିଆଁରେ ପୋଡ଼ି ମହିଳା ପ୍ରାଣ ହରାଇଛନ୍ତି । କାମାକ୍ଷାନଗର ମହାବିରୋଡ଼ ଥାନା ଗୋବରୀ ଗାଁରେ ଅଭାବନୀୟ ଘଟଣା । ଗୋବରୀ ଗାଁର ଅତି ନିକଟରେ ଜଙ୍ଗଲ ରହିଛି । କୌଣସି କାରଣକୁ ଆଜି ଜଙ୍ଗଲରେ ନିଆଁ ଲାଗି ତାହା ଚାରିଆଡ଼କୁ ବ୍ୟାପି ଯାଇଥିଲା ।
ବୁଧିନୀ ମହାନ୍ତଙ୍କ ଘର ଆଡ଼କୁ ନିଆଁ ମାଡ଼ିଆସୁଥିବା ଦେଖି ପାଖରେ ଥିବା କେନାଲ ହୁଡ଼ା ଉପରେ ଛିଡ଼ା ହୋଇ ବାଡ଼ିରେ ନିଆଁକୁ ହଟାଉଥିଲା। କିନ୍ତୁ ଗୋଡ଼ ଖସିଯିବାରୁ ସେ ନିଆଁରେ ଖସି ପଡ଼ିଥିଲେ। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ସେ ନିଆଁ ମଧ୍ୟରୁ ବାହାରି ପାରିନଥିଲେ। କିଛି ସମୟରେ ଜୀବନ୍ତ ଦଗଧ ହୋଇଯାଇଥିଲେ ବୁଧିନୀ । ସ୍ଥାନୀୟ ଲୋକେ ଏହାକୁ ଦେଖି ମହାବିରୋଡ଼ ପୋଲିସକୁ ଖବରଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
The post ଜଙ୍ଗଲ ନିଆଁରେ ଜଳିଗଲେ ମହିଳା, ଜଙ୍ଗଲ ନିଆଁକୁ ଅଟକାଇବାକୁ ଲିଭାଉଥିଲେ appeared first on KNews Odisha.