ଜଙ୍ଗଲ ସୃଷ୍ଟି ପାଇଁ ପ୍ରତିଶ୍ରୁତିବଦ୍ଧ, ୫୦ ହେକ୍ଟର ଜଙ୍ଗଲ ଜମିକୁ…

ଭୁବନେଶ୍ୱର,୨୪ା୧୧: ଧରିତ୍ରୀ ପକ୍ଷରୁ ଆୟୋଜିତ ଯୁବ ସମ୍ମିଳନୀରେ ଯୋଗଦେଇଛନ୍ତି ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ‘ଲେଡି ଟାର୍ଜନ’ ଭାବେ ପରିଚିତ ମୟୂରଭଞ୍ଜ ଜିଲାର ଯମୁନା ଟୁଡୁ। ଯମୁନା ୫୦ ହେକ୍ଟର ଜଙ୍ଗଲ ଜମିକୁ ସୁରକ୍ଷିତ କରିପାରିଛନ୍ତି। ଏଥିସହ ୧୦ହଜାର ମହିଳାଙ୍କୁ ଏକାଠି କରି ବୃକ୍ଷ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରିପାରିଛନ୍ତି। ସେ ନିଜ ଗ୍ରାମର ମହିଳାମାନଙ୍କୁ ପରିବେଶ ସମ୍ବନ୍ଧୀୟ ଶିକ୍ଷା ମଧ୍ୟ ପ୍ରଦାନ କରିଛନ୍ତି। ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଦ୍ୟମ ଯୋଗୁ ୨୦୧୯ରେ ସେ ପଦ୍ମଶ୍ରୀ […] The post ଜଙ୍ଗଲ ସୃଷ୍ଟି ପାଇଁ ପ୍ରତିଶ୍ରୁତିବଦ୍ଧ, ୫୦ ହେକ୍ଟର ଜଙ୍ଗଲ ଜମିକୁ… appeared first on Dharitri Odia News.

ଜଙ୍ଗଲ ସୃଷ୍ଟି ପାଇଁ ପ୍ରତିଶ୍ରୁତିବଦ୍ଧ, ୫୦ ହେକ୍ଟର ଜଙ୍ଗଲ ଜମିକୁ…

ଭୁବନେଶ୍ୱର,୨୪ା୧୧: ଧରିତ୍ରୀ ପକ୍ଷରୁ ଆୟୋଜିତ ଯୁବ ସମ୍ମିଳନୀରେ ଯୋଗଦେଇଛନ୍ତି ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ‘ଲେଡି ଟାର୍ଜନ’ ଭାବେ ପରିଚିତ ମୟୂରଭଞ୍ଜ ଜିଲାର ଯମୁନା ଟୁଡୁ। ଯମୁନା ୫୦ ହେକ୍ଟର ଜଙ୍ଗଲ ଜମିକୁ ସୁରକ୍ଷିତ କରିପାରିଛନ୍ତି। ଏଥିସହ ୧୦ହଜାର ମହିଳାଙ୍କୁ ଏକାଠି କରି ବୃକ୍ଷ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରିପାରିଛନ୍ତି। ସେ ନିଜ ଗ୍ରାମର ମହିଳାମାନଙ୍କୁ ପରିବେଶ ସମ୍ବନ୍ଧୀୟ ଶିକ୍ଷା ମଧ୍ୟ ପ୍ରଦାନ କରିଛନ୍ତି। ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଦ୍ୟମ ଯୋଗୁ ୨୦୧୯ରେ ସେ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ହୋଇଛନ୍ତି। ଯମୁନାଙ୍କ ପରିବେଶ ସୁରକ୍ଷା ପ୍ରୀତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଲେଡି ଟାର୍ଜନ୍‌ ଆଖ୍ୟା ଦେଇଛନ୍ତି।
୧୯୮୦ ମସିହାରେ ମୟୂରଭଞ୍ଜ ଜିଲାରେ ଜନ୍ମିତ ଯମୁନା ଝାଡ଼ଖଣ୍ଡର ପୋଟ୍‌୍‌କା ଜଙ୍ଗଲ ସୁରକ୍ଷା ନେଇ ଅନେକ କାର୍ଯ୍ୟ କରିଛନ୍ତି। ମାଓବାଦୀ, ଜଙ୍ଗଲ ମାଫିଆଙ୍କ ଦ୍ୱାରା ବ୍ୟାପକ ଜଙ୍ଗଲ ନଷ୍ଟହେବା ଯମୁନାଙ୍କୁ ବହୁ କଷ୍ଟ ଦେଇଥିଲା। ସେ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ। ପ୍ରାରମ୍ଭିକ ସ୍ତରରେ ସେ ଗ୍ରାମର ମହିଳାମାନଙ୍କୁ ରୋଷେଇ ପାଇଁ ଜଙ୍ଗଲରୁ କାଠ କାଟିବାକୁ ବାରଣ କରିଥିଲେ। ଯଦି ଆମେ ଜାଳେଣି ପାଇଁ ଏପରି ଭାବେ ଗଛ କାଟି ଚାଲିବା, ତେବେ ଦିନ ଆସିବ ଜଙ୍ଗଲ ସମ୍ପୂର୍ଣ୍ଣ ସଫା ହୋଇଯିବ ବୋଲି ସେ ମହିଳାମାନଙ୍କୁ ବୁଝାଇଥିଲେ। ଯମୁନା କୁହନ୍ତି, ମହିଳାମାନଙ୍କୁ ବୁଝାଇବା ପାଇଁ ସେ ବହୁତ କଷ୍ଟ କରିଛନ୍ତି। କ୍ରମଶଃ ଗ୍ରାମାଞ୍ଚଳର ମହିଳାମାନେ ତାଙ୍କ କଥା ବୁଝି ଜାଳେଣି ପାଇଁ ଗଛ କାଟିବା ବନ୍ଦ କରିଦେଇଛନ୍ତି। ମାଓବାଦୀ ଏବଂ ମାଫିଆଙ୍କ ଭୟ ତାଙ୍କୁ ଅଟକାଇପାରି ନାହିଁ। ୧୯୯୮ରୁ ୨୦୦୫ ପର୍ଯ୍ୟନ୍ତ ଜଙ୍ଗଲରେ ଗଛ କଟା ବନ୍ଦ ପାଇଁ ସେ ସଚେତନତା ସୃଷ୍ଟି କରି ଏହାକୁ ସୁରକ୍ଷା ଦେଇପାରିଛନ୍ତି। ସେ ପ୍ରଥମେ ତାଙ୍କ ଗ୍ରାମର ମହିଳାମାନଙ୍କୁ ଜଙ୍ଗଲ ସୁରକ୍ଷା ପାଇଁ ସଚେତନ କରାଇବା ପରେ ଅନ୍ୟ ଗ୍ରାମର ମହିଳାମାନଙ୍କୁ ସଚେତନ କରାଇଥାନ୍ତି ବୋଲି କହନ୍ତି ଯମୁନା। ସେ ପରିବେଶ ସୁରକ୍ଷା ପାଇଁ ମହିଳାମାନଙ୍କୁ ଶିକ୍ଷାଦାନ କରିଛନ୍ତି। ସେ ପରିବେଶ ସଂରକ୍ଷଣ ପାଇଁ ନିରନ୍ତର ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଇଆସିଛନ୍ତି। ବିଶ୍ୱ ସ୍ତରରେ ଦେଖିଲେ ଭାରତରେ ଅଧିକ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅନୁଭୂତ ହେଉଛି। ତାପମାତ୍ରା ଅଧିକ ରହିବା ସହିତ ଅଂଶୁଘାତଜନିତ ମୃତ୍ୟୁ, ଖାଦ୍ୟ ଉତ୍ପାଦନ ହ୍ରାସ, ଅଧିକ ଦିନ ଧରି ଗ୍ରୀଷ୍ମ ପ୍ରବାହ, ଜଳ ବିବାଦ ଭଳି ସ୍ଥିତି ଉପୁଜୁଛି। ତେଣୁ ଏବେ ନିଷ୍ପତ୍ତି ନେବାର ସମୟ ଆସିଛି। ଏକ ସୁରକ୍ଷିତ ସବୁଜ ଦେଶ ଗଠନ କରିବା ନିମନ୍ତେ ସମସ୍ତେ ବଦ୍ଧପରିକର ହେବା ଆବଶ୍ୟକ ବୋଲି ଯମୁନା କୁହନ୍ତି।
ପ୍ରକୃତିକୁ ଭଲ ପାଉଥିବା ଯମୁନା ପ୍ରତ୍ୟେକ ବର୍ଷ ରାଖୀ ପୂର୍ଣ୍ଣମୀରେ ଗଛରେ ରାଖୀ ବାନ୍ଧିବା ପରିବେଶ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ସୂଚାଇଥାଏ। ଏହା ମାଧ୍ୟମରେ ସେ ସମାଜକୁ ପରିବେଶର ସୁରକ୍ଷା ବାର୍ତ୍ତା ମଧ୍ୟ ଦେଇ ଆସୁଛନ୍ତି। ଗଛ ପ୍ରତି ଥିବା ତାଙ୍କ ଅନାବିଳ ଭଲ ପାଇବା ଯୋଗୁ ସେ ଗ୍ରାମବାସୀଙ୍କୁ ସଚେତନ କରାଇବାରେ ସଫଳ ହେବା ସହ ବନ ସୁରକ୍ଷା ସମିତି ଗଠନ କରିପାରିଥିଲେ। ତାଙ୍କର ଏହି ପ୍ରଚେଷ୍ଟା ଅନେକ ହଜାର ଲୋକଙ୍କୁ ଏକାଠି କରିବା ସହ ବେଆଇନ ଭାବେ ଗଛ କଟାକୁ ରୋକିପାରିଛି। ଯମୁନାଙ୍କ ଏହି ମହତ୍‌ କାର୍ଯ୍ୟକୁ ସମ୍ମାନ ଜଣାଇ ତାଙ୍କୁ ୨୦୧୮ରେ ନୀତି ଆୟୋଗ ଦ୍ୱାରା ପ୍ରଦତ୍ତ ଓମ୍ୟାନ ଟ୍ରାନ୍ସଫରିଂ ଇଣ୍ଡିଆ(ଡବ୍ଲ୍ୟୁଟିଆଇ) ଆଓ୍ବାର୍ଡ ପ୍ରଦାନ କରାଯାଇଥିଲା।

The post ଜଙ୍ଗଲ ସୃଷ୍ଟି ପାଇଁ ପ୍ରତିଶ୍ରୁତିବଦ୍ଧ, ୫୦ ହେକ୍ଟର ଜଙ୍ଗଲ ଜମିକୁ… appeared first on Dharitri Odia News.