ଜଙ୍ଗଲକୁ ଜଙ୍ଗଲ ଡେଉଁଛି ନିଆଁ; ୮ ହଜାର ଏକର ଅଞ୍ଚଳ ହୁତୁ ହୁତୁ ହୋଇ ଜଳୁଛି
ନୂଆଦିଲ୍ଲୀ: ଲସ୍ ଆଞ୍ଜେଲ୍ସରେ ଥମୁନି ବନାଗ୍ନି । ପୁଣି ଏକ ଜଙ୍ଗଲକୁ ଡେଇଁଲା ନିଆଁ । ଏହା ଧୀରେ ଧୀରେ ଜନବସତି ମୁହାଁ ହେଉଥିବାରୁ ବାସହରା ହେଉଛନ୍ତି ଲୋକେ । ହଜାରେରୁ ଅଧିକ ଲୋକ ଘରଦ୍ବାର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯାଉଛନ୍ତି । ଏହା ପୂର୍ବରୁ ଲସ୍ ଆଞ୍ଜେଲ୍ସରେ ଜଙ୍ଗଲ ନିଆଁ ଭୟଙ୍କର ଧାରଣ କରିଥିଲା । ଏହି ଭୟାବହ ଅଗ୍ନିକାଣ୍ଡରେ ପ୍ରାୟ ୨୭ଜଣ ପ୍ରାଣ ହରାଇଥିଲେ । ଏବେ ପୁଣି ଏକ ଜଙ୍ଗଲରେ ନିଆଁ ଲାଗିବା ଘଟଣା ସ୍ଥାନୀୟ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପଲଟିଛି । କାଲିଫର୍ଣ୍ଣିଆର ଲସ୍ ଆଞ୍ଜେଲ୍ସର କାଷ୍ଟେଇକ୍ ହ୍ରଦ ନିକଟରେ ନିଆଁ ଲାଗିଛି । ଏହି ଅଞ୍ଚଳ ଉତ୍ତର-ପଶ୍ଚିମ ଲସ୍ ଆଞ୍ଜେଲ୍ସରେ ଅବସ୍ଥିତ । ନିଆଁ ପ୍ରାୟ ୮ ହଜାର ଏକର ବା ୩,୨୦୦ ହେକ୍ଟର ଜମିରେ ଲାଗିଛି । ତେଣୁ ହ୍ରଦର ଆଖପାଖ ଅଞ୍ଚଳରେ ଅବସ୍ଥିତ ଲୋଲଙ୍କୁ ସତର୍କ ରହିବାକୁ କୁହାଯାଇଛି । ସ୍ଥାନୀୟ ଅଞ୍ଚଳରେ ଦ୍ରୁତଗତିରେ ଶୁଷ୍କ ପବନ ବୋହୁ ଥିବାରୁ ନିଆଁ ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ଡେଇଁବାରେ ଲାଗିଛି । କାଷ୍ଟେଇକ୍ ହ୍ରଦ ନିକଟରେ ଆକାଶ ପୂରା ଧୂଆଁମୟ ହୋଇଯାଇଛି । ଆମେରିକୀୟ ମିଡିଆ ରିପୋର୍ଟ ଅନୁଯାୟୀ, ଲସ୍ ଆଞ୍ଜେଲ୍ସର କାଉଣ୍ଟି ଶରିଫ୍ ରବର୍ଟ ଜେନ୍ସନ ଲୋକଙ୍କୁ ତୁରନ ସ୍ଥାନ ଛାଡ଼ିବାକୁ ଅପିଲ୍ କରିଛନ୍ତି । ସେପଟେ ଲୋକେ ମଧ୍ୟ ଘରଦ୍ବାର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯାଉଛନ୍ତି । ଏହା ପୂର୍ବରୁ ଲସ୍ ଆଞ୍ଜେଲ୍ସ ଜଙ୍ଗଳରେ ଯେଉଁ ବନାଗ୍ନ
ନୂଆଦିଲ୍ଲୀ: ଲସ୍ ଆଞ୍ଜେଲ୍ସରେ ଥମୁନି ବନାଗ୍ନି । ପୁଣି ଏକ ଜଙ୍ଗଲକୁ ଡେଇଁଲା ନିଆଁ । ଏହା ଧୀରେ ଧୀରେ ଜନବସତି ମୁହାଁ ହେଉଥିବାରୁ ବାସହରା ହେଉଛନ୍ତି ଲୋକେ । ହଜାରେରୁ ଅଧିକ ଲୋକ ଘରଦ୍ବାର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯାଉଛନ୍ତି । ଏହା ପୂର୍ବରୁ ଲସ୍ ଆଞ୍ଜେଲ୍ସରେ ଜଙ୍ଗଲ ନିଆଁ ଭୟଙ୍କର ଧାରଣ କରିଥିଲା । ଏହି ଭୟାବହ ଅଗ୍ନିକାଣ୍ଡରେ ପ୍ରାୟ ୨୭ଜଣ ପ୍ରାଣ ହରାଇଥିଲେ । ଏବେ ପୁଣି ଏକ ଜଙ୍ଗଲରେ ନିଆଁ ଲାଗିବା ଘଟଣା ସ୍ଥାନୀୟ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପଲଟିଛି ।
କାଲିଫର୍ଣ୍ଣିଆର ଲସ୍ ଆଞ୍ଜେଲ୍ସର କାଷ୍ଟେଇକ୍ ହ୍ରଦ ନିକଟରେ ନିଆଁ ଲାଗିଛି । ଏହି ଅଞ୍ଚଳ ଉତ୍ତର-ପଶ୍ଚିମ ଲସ୍ ଆଞ୍ଜେଲ୍ସରେ ଅବସ୍ଥିତ । ନିଆଁ ପ୍ରାୟ ୮ ହଜାର ଏକର ବା ୩,୨୦୦ ହେକ୍ଟର ଜମିରେ ଲାଗିଛି । ତେଣୁ ହ୍ରଦର ଆଖପାଖ ଅଞ୍ଚଳରେ ଅବସ୍ଥିତ ଲୋଲଙ୍କୁ ସତର୍କ ରହିବାକୁ କୁହାଯାଇଛି । ସ୍ଥାନୀୟ ଅଞ୍ଚଳରେ ଦ୍ରୁତଗତିରେ ଶୁଷ୍କ ପବନ ବୋହୁ ଥିବାରୁ ନିଆଁ ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ଡେଇଁବାରେ ଲାଗିଛି । କାଷ୍ଟେଇକ୍ ହ୍ରଦ ନିକଟରେ ଆକାଶ ପୂରା ଧୂଆଁମୟ ହୋଇଯାଇଛି ।
ଆମେରିକୀୟ ମିଡିଆ ରିପୋର୍ଟ ଅନୁଯାୟୀ, ଲସ୍ ଆଞ୍ଜେଲ୍ସର କାଉଣ୍ଟି ଶରିଫ୍ ରବର୍ଟ ଜେନ୍ସନ ଲୋକଙ୍କୁ ତୁରନ ସ୍ଥାନ ଛାଡ଼ିବାକୁ ଅପିଲ୍ କରିଛନ୍ତି । ସେପଟେ ଲୋକେ ମଧ୍ୟ ଘରଦ୍ବାର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯାଉଛନ୍ତି । ଏହା ପୂର୍ବରୁ ଲସ୍ ଆଞ୍ଜେଲ୍ସ ଜଙ୍ଗଳରେ ଯେଉଁ ବନାଗ୍ନି ଲାଗିଥିଲେ, ସେଥିରେ ହଜାରେରୁ ଅଧିକ ଘର ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ଜଙ୍ଗଲ ନିଆଁ ଯୋଗୁ ୨୭ ଜଣ ପ୍ରାଣ ହରାଇଥିବା ବେଳେ ୨ ଲକ୍ଷ ଲୋକ ବିସ୍ଥାପିତ ହୋଇଥିଲେ ।