ଇଣ୍ଡିଆନ ଆଇଡଲ୍‌ର ଟପ୍-୧୫ରେ କଟକର ପୁଅ ଜ୍ୟୋତି ପ୍ରକାଶ ଓଝା

କଟକ: ଇଣ୍ଡିଆନ ଆଇଡଲରେ ପ୍ଲାଟିନମ ମାଇକ ପାଇ ଟପ୍ ୧୫ ରେ କଟକର ପୁଅ ଜ୍ୟୋତି ପ୍ରକାଶ ଓଝା। ଜଣେ ଗୋ ସେବକ ଭାବରେ ସାରା ଭାରତରେ ପ୍ରଶଂସା ସାଉଁଟିଛନ୍ତି ଜ୍ୟୋତି । ଗୋ ସେବା ପାଇଁ ଆଜି ଏହି ସଫଳତା ହାସଲ କଥା କହିଛନ୍ତି ଜ୍ୟୋତି। ସେହିଭଳି ପୁଅର ଏହି ସଫଳତା ପାଇଁ ପରିବାର ଲୋକେ ବେଶ୍ ଖୁସି ଅଛନ୍ତି। ଇଣ୍ଡିଆନ ଆଇଡଲ୍ ରେ ନିଜର ଜଲଵା ଦେଖାଉଥିବା ଏହି ଯୁବକ ଜଣଙ୍କ ହେଉଛନ୍ତି କଟକ ଗୋଶାଳା ଅଞ୍ଚଳର ରବୀନ୍ଦ୍ରନାଥ ଓଝା ଓ ରୂପାଞ୍ଜଳି ଓଝା ଙ୍କ ପୁଅ ଜ୍ୟୋତି ପ୍ରକାଶ ଓଝା। ଛୋଟ ବେଳରୁ ସଙ୍ଗୀତ ପ୍ରତି ରୁଚି ରଖୁଥିବା ଜ୍ୟୋତି ଭାରତର ସର୍ବ ବୃହତ୍ ମ୍ୟୁଜିକ ରିଆଲିଟି ସୋ ଇଣ୍ଡିଆନ ଆଇଡଲ୍ ରେ ନିଜକୁ ସ୍ଥାନିତ କରି ପାରିଛନ୍ତି। ବହୁ ସଂଘର୍ଷ ପରେ ଜ୍ୟୋତି ଲକ୍ଷ ଲକ୍ଷ ପ୍ରତିଯୋଗୀ ମାନଙ୍କୁ ପଛରେ ପକାଇ ବର୍ତ୍ତମାନ ପ୍ଲାଟିନମ ମାଇକ ପାଇ ଟପ୍ ୧୫ ରେ ଜାଗା ପାଇଛନ୍ତି। ନିଜର ସୁମଧୁର ଓ ଦମଦାର ସ୍ଵରରେ ଖାଲି ଜଜ୍ ମାନଙ୍କୁ ନୁହେଁ ବରଂ ସାରା ଭାରତବର୍ଷର ଦର୍ଶକ ମାନଙ୍କୁ ଆକୃଷ୍ଟ କରି ସାରିଛନ୍ତି। ସେ ସବୁବେଳେ କିମ୍ବଦନ୍ତୀ ଗାୟକ ମାନଙ୍କୁ ନିଜର ଆଦର୍ଶ ମାନିବା ସହ ଗୋ ସେବା ପାଇଁ ଆଜି ଏହି ମେଗା ପ୍ରତିଯୋଗିତାରେ ନିଜର ସ୍ଥାନ ସୁରକ୍ଷିତ କରି ସାରିଛନ୍ତି। ଛୋଟ ବେଳରୁ ଗୋ ମାତାଙ୍କ ସେବା କରିବାରେ ବେଶ୍ ରୁଚି ରଖନ୍ତି। ପରିବାର ଲୋକଙ୍କ ସହ ମିଶି ସବୁବେଳେ ଗୋ ସେବା କରି ଥାଆନ୍ତି ସେ। ଏମିତିକି କିଛି ମାସ ତଳେ ତାଙ୍କ ଘରେ ପାଳିତ

ଇଣ୍ଡିଆନ ଆଇଡଲ୍‌ର ଟପ୍-୧୫ରେ କଟକର ପୁଅ ଜ୍ୟୋତି ପ୍ରକାଶ ଓଝା

କଟକ: ଇଣ୍ଡିଆନ ଆଇଡଲରେ ପ୍ଲାଟିନମ ମାଇକ ପାଇ ଟପ୍ ୧୫ ରେ କଟକର ପୁଅ ଜ୍ୟୋତି ପ୍ରକାଶ ଓଝା। ଜଣେ ଗୋ ସେବକ ଭାବରେ ସାରା ଭାରତରେ ପ୍ରଶଂସା ସାଉଁଟିଛନ୍ତି ଜ୍ୟୋତି । ଗୋ ସେବା ପାଇଁ ଆଜି ଏହି ସଫଳତା ହାସଲ କଥା କହିଛନ୍ତି ଜ୍ୟୋତି। ସେହିଭଳି ପୁଅର ଏହି ସଫଳତା ପାଇଁ ପରିବାର ଲୋକେ ବେଶ୍ ଖୁସି ଅଛନ୍ତି। 

ଇଣ୍ଡିଆନ ଆଇଡଲ୍ ରେ ନିଜର ଜଲଵା ଦେଖାଉଥିବା ଏହି ଯୁବକ ଜଣଙ୍କ ହେଉଛନ୍ତି କଟକ ଗୋଶାଳା ଅଞ୍ଚଳର ରବୀନ୍ଦ୍ରନାଥ ଓଝା ଓ ରୂପାଞ୍ଜଳି ଓଝା ଙ୍କ ପୁଅ ଜ୍ୟୋତି ପ୍ରକାଶ ଓଝା। ଛୋଟ ବେଳରୁ ସଙ୍ଗୀତ ପ୍ରତି ରୁଚି ରଖୁଥିବା ଜ୍ୟୋତି ଭାରତର ସର୍ବ ବୃହତ୍ ମ୍ୟୁଜିକ ରିଆଲିଟି ସୋ ଇଣ୍ଡିଆନ ଆଇଡଲ୍ ରେ ନିଜକୁ ସ୍ଥାନିତ କରି ପାରିଛନ୍ତି। ବହୁ ସଂଘର୍ଷ ପରେ ଜ୍ୟୋତି ଲକ୍ଷ ଲକ୍ଷ ପ୍ରତିଯୋଗୀ ମାନଙ୍କୁ ପଛରେ ପକାଇ ବର୍ତ୍ତମାନ ପ୍ଲାଟିନମ ମାଇକ ପାଇ ଟପ୍ ୧୫ ରେ ଜାଗା ପାଇଛନ୍ତି। 

ନିଜର ସୁମଧୁର ଓ ଦମଦାର ସ୍ଵରରେ ଖାଲି ଜଜ୍ ମାନଙ୍କୁ ନୁହେଁ ବରଂ ସାରା ଭାରତବର୍ଷର ଦର୍ଶକ ମାନଙ୍କୁ ଆକୃଷ୍ଟ କରି ସାରିଛନ୍ତି। ସେ ସବୁବେଳେ କିମ୍ବଦନ୍ତୀ ଗାୟକ ମାନଙ୍କୁ ନିଜର ଆଦର୍ଶ ମାନିବା ସହ ଗୋ ସେବା ପାଇଁ ଆଜି ଏହି ମେଗା ପ୍ରତିଯୋଗିତାରେ ନିଜର ସ୍ଥାନ ସୁରକ୍ଷିତ କରି ସାରିଛନ୍ତି। ଛୋଟ ବେଳରୁ ଗୋ ମାତାଙ୍କ ସେବା କରିବାରେ ବେଶ୍ ରୁଚି ରଖନ୍ତି। ପରିବାର ଲୋକଙ୍କ ସହ ମିଶି ସବୁବେଳେ ଗୋ ସେବା କରି ଥାଆନ୍ତି ସେ। ଏମିତିକି କିଛି ମାସ ତଳେ ତାଙ୍କ ଘରେ ପାଳିତ ଗାଈ ନନ୍ଦିନୀର ମୃତ୍ୟୁ ପରେ ସେ ବେଶ୍ ମର୍ମାହତ ହୋଇଛନ୍ତି। ଏମିତିକି ଇଣ୍ଡିଆନ ଆଇଡଲ୍ ରେ ନନ୍ଦିନୀର ଆଶୀର୍ବାଦ ନେବାକୁ ମଧ୍ୟ ଭୁଲି ନାହାନ୍ତି। 

ଜ୍ୟୋତି ଆଗକୁ ଅନେକ ପର୍ଯ୍ୟାୟ ଅତିକ୍ରମ କରିବାକୁ ଥିବା ବେଳେ ଗୋ ସେବା ତାଙ୍କୁ ସର୍ବ ଭାରତୀୟ ସ୍ତରରେ ସଫଳତା ଆଣି ପାରିବ ବୋଲି ଆଶା ରଖିଛନ୍ତି। ଅନ୍ୟପଟେ ଜ୍ୟୋତିଙ୍କ ପରିବାର ଲୋକେ ମଧ୍ୟ ସବୁବେଳେ ଗୋ ସେବାରେ ମଗ୍ନ ଥାଆନ୍ତି ।ଘରେ ଓ ବାହାରେ ଗାଈ ଓ ଷଣ୍ଢ ମାନଙ୍କର ସେବା କରି ଚାଲିଛନ୍ତି। ସଙ୍ଗୀତ ପ୍ରତି ଜ୍ୟୋତିଙ୍କ ରୁଚିକୁ ସବୁବେଳେ ସମ୍ମତି ଦେଇ ଆସୁଥିବା ବେଳେ ଆଜି ପ୍ଲାଟିନମ ମାଇକ ପାଇ ଟପ୍ ୧୫ରେ ପହଞ୍ଚିଥିବା କାରଣରୁ ବାପା ରବୀନ୍ଦ୍ର ନାଥ ଓଝା ମାଆ ରୁପାଞ୍ଜଳି ଓଝା ଓ ଜେଜେ ମାଆ ବେଶ୍ ଖୁସି ଅଛନ୍ତି। 

ପ୍ରତ୍ୟେକ ଦିନ ଭିଡିଓ କଲ କରି ପୁଅ କଥା ବୁଝିବା ସହ ଆଗକୁ ଯିବା ପାଇଁ ମନୋବଳ ବୃଦ୍ଧି କରାଇଥାନ୍ତି। ପୁଅର ଏହି ସଫଳତାରେ ନାହିଁ ନଥିବା ଖୁସି ଅଛନ୍ତି ପରିବାର ଲୋକେ। ବର୍ତ୍ତମାନ ଏକମାତ୍ର ଓଡ଼ିଆ ଭାବେ ଜ୍ୟୋତି ପ୍ରକାଶ ଇଣ୍ଡିଆନ ଆଇଡଲ୍ ରେ ଥିବା ବେଳେ ଆଗକୁ ଅଧିକ ଭଲ ପ୍ରଦର୍ଶନ କରି ତାଇଟଲ ହାସଲ କରନ୍ତୁ ଏତିକି କାମନା କରୁଅଛୁ।