ଜଙ୍ଗଲକୁ ଯାଇଥିଲେ ବୃଦ୍ଧ; ଆକ୍ରମଣ କଲା ଭାଲୁ

ଆଜି ସକାଳେ ଅଭିମନ୍ୟୁ ଘର ନିକଟ ଜଙ୍ଗଲକୁ ଯାଇଥିଲେ।

ଜଙ୍ଗଲକୁ ଯାଇଥିଲେ ବୃଦ୍ଧ; ଆକ୍ରମଣ କଲା ଭାଲୁ

ଭାଲୁ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ସମ୍ବଲପୁର ଜିଲ୍ଳା ରେଢ଼ାଖୋଲ ବନଖଣ୍ଡ ବଡବାହାଲ ରେଞ୍ଜ ଟାଲଗାଁରେ ଏହି ଘଟଣା ଘଟିଛି। ମୃତ ବୃଦ୍ଧ ଜଣଙ୍କ ହେଲେ ଅଭିମନ୍ୟୁ ସେଠୀ।

ଆଜି ସକାଳେ ଅଭିମନ୍ୟୁ ଘର ନିକଟ ଜଙ୍ଗଲକୁ ଯାଇଥିଲେ। ସେଠାରେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା। ଅଭିମନ୍ୟୁ ଜୀବନବିକାଳେ ଭାଲୁ କବଳରୁ ଖସି ଯିବାକୁ ଉଦ୍ୟମ କରିଥିଲେ। ଚିତ୍କାର କରି ଭାଲୁ କବଳରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀଙ୍କୁ ଡାକିଥିଲେ।

ଗ୍ରାମବାସୀ ତାଙ୍କ ଡାକ ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଭିମନ୍ୟୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବନ ବିଭାଗ ଘଟଣାର ତଦନ୍ତ କରୁଛି।