ଜଙ୍ଗଲରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ

ଜଙ୍ଗଲରୁ ୧୫୬୦ କେଜିର ଗଞ୍ଜେଇ ଜବତ ହୋଇଛି

ଜଙ୍ଗଲରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ

ବୌଦ୍ଧ ଜିଲ୍ଲା ଡ଼ିମିରିଖୋଲ ଗ୍ରାମ ନିକଟସ୍ଥ ବିଡ଼ାମାସ୍କା ଜଙ୍ଗଲରୁ ୧୫୬୦ କେଜିର ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଛପନ ଲକ୍ଷ ଟଙ୍କା ହେବ।

ବିଡ଼ାମାସ୍କା ଜଙ୍ଗଲରେ ଗଞ୍ଜେଇ ବସ୍ତା ଥିବା ବୌଦ୍ଧ ଏସପି ବିଶେଷ ସୂତ୍ରରୁ ସୂଚନା ପାଇଥିଲେ। ଏହାପରେ ବୌଦ୍ଧ ଆଦର୍ଶ ଥାନା ଅଧକାରୀ ରଞ୍ଜିତ କୁମାର ମୁନୀଙ୍କ ନେତୃତ୍ୱରେ ଏକ ଟିମ୍‌ ବିଡାମାସ୍କା ଜଙ୍ଗଲରେ ଚଢ଼ଉ କରିଥିଲେ। ଚଢଉ ସମ୍ପର୍କରେ ଜାଣିପାରି ଗଞ୍ଜେଇ ମାଫିଆମାନେ ଚମ୍ପଟ୍‌ ମାରିଥିଲେ।

ଚଢଉ ସମୟରେ ଜଙ୍ଗଲରୁ ୧୫୬୦ କେଜିର ଗଞ୍ଜେଇ ଜବତ ହୋଇଥିଲା। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ଏକ କୋଟି ଛପନ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଜବତ ହୋଇଥିବା ଗଞ୍ଜେଇ କିଏ ଓ କେଉଁଠୁ ଆଣିଥିଲେ, ତାହା ଜଣାପଡ଼ିନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।