ଜଙ୍ଗଲରୁ ଗାଁ ମୁହାଁ ବାଘ, ତଦନ୍ତ କରୁଛି ମାଧପୁର ବନବିଭାଗ
ବୌଦ୍ଧ ୧୭/୦୩: ଗାଁରେ ବୁଲୁଛି ବାଘ । ଆତଙ୍କିତ ଗାଁର ଲୋକ । ବାରିଙ୍ଗି ଗାଁରେ ମହାବଳ ବାଘ ବୁଲୁଥିବା ନେଇ ଭୟ ବଢିଯାଇଛି । ମୁଣ୍ଡେଶ୍ୱର ଜଙ୍ଗଲରେ ମହାବଳ ବାଘ ବୁଲୁଥିବା ଜଣାପଡିଛି । ଜଙ୍ଗଲ ନିକଟରେ ଏକ ପୋଖରୀ ଖୋଳା ଚାଲିଥିବା ବେଳେ ଜଙ୍ଗଲ ଭିତରୁ ବାହାରିଲା ବାଘ । ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ।ସୂଚନା ଥାଉକି, ଗତ କିଛିଦିନ ହେବ ବୌଦ୍ଧ ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଗାଁରେ ମହାବଳ ବାଘ ବୁଲୁଥିବା ନେଇ ଲୋକେ ଭୟଭୀତ ହୋଇପଡିଛନ୍ତି । ସେପଟେ ବନବିଭାଗ ପହଞ୍ଚି ବାଘକୁ କାବୁ କରିବାକୁ ଯୋଜନା କରୁଛି ।
ବୌଦ୍ଧ ୧୭/୦୩: ଗାଁରେ ବୁଲୁଛି ବାଘ । ଆତଙ୍କିତ ଗାଁର ଲୋକ । ବାରିଙ୍ଗି ଗାଁରେ ମହାବଳ ବାଘ ବୁଲୁଥିବା ନେଇ ଭୟ ବଢିଯାଇଛି । ମୁଣ୍ଡେଶ୍ୱର ଜଙ୍ଗଲରେ ମହାବଳ ବାଘ ବୁଲୁଥିବା ଜଣାପଡିଛି । ଜଙ୍ଗଲ ନିକଟରେ ଏକ ପୋଖରୀ ଖୋଳା ଚାଲିଥିବା ବେଳେ ଜଙ୍ଗଲ ଭିତରୁ ବାହାରିଲା ବାଘ । ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ।
ସୂଚନା ଥାଉକି, ଗତ କିଛିଦିନ ହେବ ବୌଦ୍ଧ ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଗାଁରେ ମହାବଳ ବାଘ ବୁଲୁଥିବା ନେଇ ଲୋକେ ଭୟଭୀତ ହୋଇପଡିଛନ୍ତି । ସେପଟେ ବନବିଭାଗ ପହଞ୍ଚି ବାଘକୁ କାବୁ କରିବାକୁ ଯୋଜନା କରୁଛି ।