ଜଙ୍ଗଲରୁ ମଣିଷ କଙ୍କାଳ ଠାବ ମାମଲା: ମୃତକ ନାବାଳିକା ବୋଲି ଚିହ୍ନଟ
ସୋରଡ଼ା,୨୩ା୩(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ଜଙ୍ଗଲରୁ ଶନିବାର ମଣିଷ କଙ୍କାଳ ଓ ହାଡ଼ ଠାବ ହେବା ଘଟଣାର ଛାନଭିନ ଜାରି ରଖିଛି ପୋଲିସ। ତଦନ୍ତ ପରେ ପୋଲିସ ମୃତକଙ୍କ ପରିଚୟ ପାଇଛି। ସେ ଜଣେ ନାବାଳିକା। ଖବର ପ୍ରକାଶ ପରେ ନାବାଳିକାଙ୍କ ପରିବାର ଲୋକେ ଏହା ଏକ ହତ୍ୟା ଘଟଣା ଏବଂ ହତ୍ୟା ପରେ ଦୁର୍ବୃତ୍ତମାନେ ମୃତଦେହ ପୋଡି ଦେଇଥିବା ଅଭିଯୋଗ କରିଛନ୍ତି। ଗାଜଲବାଡ଼ି ପଞ୍ଚାୟତର ଖଜୁରିପଲି ଗ୍ରାମ ନିକଟରେ ଥିବା କୋଟାମଣି ପାହାଡ […] The post ଜଙ୍ଗଲରୁ ମଣିଷ କଙ୍କାଳ ଠାବ ମାମଲା: ମୃତକ ନାବାଳିକା ବୋଲି ଚିହ୍ନଟ appeared first on Dharitri Odia News.
ସୋରଡ଼ା,୨୩ା୩(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ଜଙ୍ଗଲରୁ ଶନିବାର ମଣିଷ କଙ୍କାଳ ଓ ହାଡ଼ ଠାବ ହେବା ଘଟଣାର ଛାନଭିନ ଜାରି ରଖିଛି ପୋଲିସ। ତଦନ୍ତ ପରେ ପୋଲିସ ମୃତକଙ୍କ ପରିଚୟ ପାଇଛି। ସେ ଜଣେ ନାବାଳିକା। ଖବର ପ୍ରକାଶ ପରେ ନାବାଳିକାଙ୍କ ପରିବାର ଲୋକେ ଏହା ଏକ ହତ୍ୟା ଘଟଣା ଏବଂ ହତ୍ୟା ପରେ ଦୁର୍ବୃତ୍ତମାନେ ମୃତଦେହ ପୋଡି ଦେଇଥିବା ଅଭିଯୋଗ କରିଛନ୍ତି।
ଗାଜଲବାଡ଼ି ପଞ୍ଚାୟତର ଖଜୁରିପଲି ଗ୍ରାମ ନିକଟରେ ଥିବା କୋଟାମଣି ପାହାଡ ଅଞ୍ଚଳରେ ଶନିବାର ମଣିଷ ଖପୁରି ଓ ହାଡ ଠାବ ପରେ ରବିବାର ସାଇଣ୍ଟିଫିକ ଟିମ ସହ ସୋରଡ଼ା ତହସିଲଦାର ଆକାଶ ରଞ୍ଜନ ସାହୁ, ଆସିକା ଏସ୍ସିପିଓ ସନ୍ତୋଷ ଜେନା, ସୋରଡ଼ା ଥାନା ଅଧିକାରୀ ସୁଧୀର ସାହୁ ପହଞ୍ଚି ପୁଣି ଥରେ ତଦନ୍ତ କରିଥିଲେ। ତଦନ୍ତରୁ ମୃତକ ଜଣକ କନ୍ଧମାଳ ଜିଲା ଟିକାବାଲିର କାମାକ୍ଷାପ୍ରସାଦ ମହାପାତ୍ରଙ୍କ ଝିଅ ବୋଲି ଜଣାପଡିଛି। ଟିକାବାଲି ଥାନା ଗୁଡାରିଗାଁରେ କାମକ୍ଷାପ୍ରସାଦଙ୍କ ଘର। ତାଙ୍କ ନାବଳିକା ଝିଅ (୧୬) ଗତ ଫେବୃଆରୀ ୨୭ରୁ ନିଖୋଜ ଥିଲେ। ଏନେଇ କାମାକ୍ଷା ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଶନିବାର ଜଙ୍ଗଲରୁ ମଣିଷ ଖପୁରି, ପଞ୍ଜାରାହାଡ଼ ପଡିଥିବା ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହାକୁ ଠାବ କରିଥିଲା। ଏହି ସମୟରେ ଏକ ବେକର ଚେନ୍, ଦୁଇଟି ମୋବାଇଲ, ଗୋଟିଏ ଜିନପ୍ୟାଣ୍ଟ, ଚୁଡିଦାର ପୋଲିସ ଜବତ କରି ଆଣିଥିଲା। ଗାଜଲବାଡି ଜଙ୍ଗଲକୁ ଲାଗିଥିବା କନ୍ଧମାଳ ଜିଲାର ବିଭିନ୍ନ ଥାନା ସହ ଯୋଗାଯୋଗ କରିଥିଲା। ପରେ ଟିକାବାଲି ଥାନାରେ ଗୋଟିଏ ନାବାଳିକା ଝିଅ ଗତ ଫେବୃଆରୀରୁ ନିଖୋଜ ଥିବା ଅଭିଯୋଗ ପୋଲିସ ନଜରକୁ ଆସିଥିଲା। ଏହାକୁ ଆଧାରକରି ପୋଲିସ ପରିବାର ଲୋକଙ୍କୁ ଡକାଇ ମୃତଶରୀର ଆଖପାଖରୁ ମିଳିଥିବା ସାମଗ୍ରୀକୁ ଦେଖାଇ ଚିହ୍ନିବା ପାଇଁ କହିଥିଲା। କାମାକ୍ଷା ପ୍ରସାଦ ମିଳିଥିବା ସାମଗ୍ରୀ ଦେଖି ଏହା ତାଙ୍କ ଝିଅର ବୋଲି ସ୍ବୀକାର କରିଥିଲେ। ଏପରିକି ଠାବ ହୋଇଥିବା କଙ୍କାଳ ଓ ଖପୁରି ଝିଅର ବୋଲି କହିଥିଲେ।
ଅନ୍ୟପକ୍ଷେ ସୋରଡ଼ା ପୋଲିସ ସନ୍ଦେହରେ କେତେ ଜଣଙ୍କୁ ଥାନାକୁ ଆଣି ଅଟକରଖି ପଚାରାଉଚୁରା କରୁଛି। ସୂଚନାଯୋଗ୍ୟ, ଶନିବାର କେତେଜଣ ଗ୍ରାମବାସୀ ଜାଲେଣି କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ଜଙ୍ଗଲ ଭିତରେ ଗୋଟିଏ ମଣିଷ କଙ୍କାଳ ଓ ପଞ୍ଜରା ହାଡ ପଡ଼ିଥିବା ଦେଖି ଗ୍ରାମକୁ ଫେରିଆସି ଗାଜଲବାଡି ସରପଞ୍ଚଙ୍କୁ ଜଣାଇଥିଲେ। ପରେ ଏନେଇ ସରପଞ୍ଚ ପୋଲିସକୁ ସୂଚନା ଦେଇଥିଲେ।
The post ଜଙ୍ଗଲରୁ ମଣିଷ କଙ୍କାଳ ଠାବ ମାମଲା: ମୃତକ ନାବାଳିକା ବୋଲି ଚିହ୍ନଟ appeared first on Dharitri Odia News.