ଜଙ୍ଗଲରୁ ମାଓବାଦୀଙ୍କ ସ୍ୱାସ୍ଥ୍ୟ କ୍ୟାମ୍ପ ଠାବ

ମାଲକାନଗିରି : ମାଲକାନଗିରି ପୋଲିସକୁ ବଡ ସଫଳତା। ଜଙ୍ଗଲରେ ଲାଲବାହିନୀଙ୍କ ସ୍ୱାସ୍ଥ୍ୟ କ୍ୟାମ୍ପ ଠାବ । ବୁଧବାର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ବନ୍ଧୁକ ଓ ଗୋଳାବାରୁଦ ପରେ ଏବେ ଜଙ୍ଗଲରୁ ମିଳିଛି ମାଓବାଦୀଙ୍କ ଚକ୍ଷୁ ପରୀକ୍ଷା କରିବା ଅତ୍ୟାଧୁନିକ ମେସିନ୍ । ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାର ମିନାଭଟ୍ଟା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନ ବେଳେ ଠାବ ହୋଇଛି ମେଡିସିନ୍ ଡମ୍ପ । ମାଲକାନଗିରି ସୀମାନ୍ତ ଛତିଶଗଡର ଚିନ୍ତଲନାର ଜଙ୍ଗଲରେ […]

ଜଙ୍ଗଲରୁ ମାଓବାଦୀଙ୍କ ସ୍ୱାସ୍ଥ୍ୟ କ୍ୟାମ୍ପ ଠାବ
ଜଙ୍ଗଲରୁ ମାଓବାଦୀଙ୍କ ସ୍ୱାସ୍ଥ୍ୟ କ୍ୟାମ୍ପ ଠାବ

ମାଲକାନଗିରି : ମାଲକାନଗିରି ପୋଲିସକୁ ବଡ ସଫଳତା। ଜଙ୍ଗଲରେ ଲାଲବାହିନୀଙ୍କ ସ୍ୱାସ୍ଥ୍ୟ କ୍ୟାମ୍ପ ଠାବ । ବୁଧବାର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ବନ୍ଧୁକ ଓ ଗୋଳାବାରୁଦ ପରେ ଏବେ ଜଙ୍ଗଲରୁ ମିଳିଛି ମାଓବାଦୀଙ୍କ ଚକ୍ଷୁ ପରୀକ୍ଷା କରିବା ଅତ୍ୟାଧୁନିକ ମେସିନ୍ । ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାର ମିନାଭଟ୍ଟା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନ ବେଳେ ଠାବ ହୋଇଛି ମେଡିସିନ୍ ଡମ୍ପ ।

ମାଲକାନଗିରି ସୀମାନ୍ତ ଛତିଶଗଡର ଚିନ୍ତଲନାର ଜଙ୍ଗଲରେ ସିଆରପିଏଫ, କୋବ୍ରା ଯବାନଙ୍କ ତଲାସି ଅଭିଯାନ ସମୟରେ ମାଓବାଦୀଙ୍କ ଏହି ସ୍ୱାସ୍ଥ୍ୟ ଶିବିର ଠାବ କରିଥିଲେ । ଏଠାରୁ ବିପୁଳ ପରିମାଣରେ ମେଡିକାଲ୍‌ ସାମଗ୍ରୀ ଜବତ କରାଯାଇଛି । ଆଖି ପରୀକ୍ଷା ମେସିନ୍‌, ହଟ ୱାଟର ବ୍ୟାଗ୍‌ ସହ ବିପୁଳ ପରିମାଣରେ ମେଡିସିନ୍‌ ମଧ୍ୟ ଜବତ କରାଯାଇଛି । ପ୍ରାୟ ୨୦ ଲକ୍ଷ ଟଙ୍କାର ଅତ୍ୟାଧୁନିକ ଚକ୍ଷୁ ପରୀକ୍ଷା କରିବା ଲାଗି ଏକ କମ୍ପୁଟରାଇଜ ମେସିନ ମଧ୍ୟ ଠାବ ହୋଇଛି। ଯାହା କେବଳ ବଡ ବଡ ଡାକ୍ତରଖାନାରେ ଉପଲବ୍ଧ ହୋଇଥାଏ। ଏହି ମେଡିସିନ୍ ଡମ୍ପ ଠାବ ହେବା ପରେ ଆଖପାଖ ଜଙ୍ଗଲରେ ଅପରେସନକୁ ଜୋରଦାର କରାଯାଇଛି ବୋଲି ସୁକୁମା ଏସପି କିରଣ ଚୌହାନ ସୂଚନା ଦେଇଛନ୍ତି

ଗତ କିଛି ଦିନ ହେବ ମାଓ ଅଞ୍ଚଳରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଛି ଜୋରଦାର ଅପରେସନ। ଏଥିରେ ଅନେକ ମାଓବାଦୀ ନିହତ ହୋଇସାରିଲେଣି । ପୋଲିସ ଅପରେସନ ଭୟରେ ଜଙ୍ଗଲ ଭିତରୁ ଆଉ ବାହାରକୁ ବାହାରି ପାରୁନାହାନ୍ତି ମାଓବାଦୀ । ଯାହାଫଳରେ ଜଙ୍ଗଲ ଭିତରେ ରହି ନିଜର ଚିକିତ୍ସା କରୁଛନ୍ତି ।