ପ୍ରଧାନମନ୍ତ୍ରୀଙ୍କୁ ତ୍ରିନିଦାଦ ଏବଂ ଟୋବାଗୋର ସର୍ବୋଚ୍ଚ ସମ୍ମାନ

ପୋର୍ଟ ଅଫ୍‌ ସ୍ପେନ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ତ୍ରିନିଦାଦ ଓ ଟୋବାଗୋ ଗସ୍ତରେ ଥିବାବେଳେ ଶୁକ୍ରବାର ତାଙ୍କୁ ତ୍ରିନିଦାଦ-ଟୋବାଗୋର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦି ଅର୍ଡର ଅଫ୍‌ ଦି ରିପବ୍ଲିକ ଅଫ୍‌ ତ୍ରିନିଦାଦ ଆଣ୍ଡ୍‌ ଟୋବାଗୋ’ ମିଳିଛି। ଏହି ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରହଣ କରିବା ଅବସରରେ ମୋଦୀ କହିଛନ୍ତି, ୧୪୦ କୋଟି ଭାରତୀୟଙ୍କ ପକ୍ଷରୁ ମୁଁ ଏହି ସମ୍ମାନ ଗ୍ରହଣ କରୁଛି। ପ୍ରଥମ ବିଦେଶ ନେତା ଭାବେ ମୋଦୀଙ୍କୁ ଏହି ସମ୍ମାନ ମିଳିଛି। ମୋଦୀଙ୍କର […]

ପ୍ରଧାନମନ୍ତ୍ରୀଙ୍କୁ ତ୍ରିନିଦାଦ ଏବଂ ଟୋବାଗୋର ସର୍ବୋଚ୍ଚ ସମ୍ମାନ

ପୋର୍ଟ ଅଫ୍‌ ସ୍ପେନ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ତ୍ରିନିଦାଦ ଓ ଟୋବାଗୋ ଗସ୍ତରେ ଥିବାବେଳେ ଶୁକ୍ରବାର ତାଙ୍କୁ ତ୍ରିନିଦାଦ-ଟୋବାଗୋର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦି ଅର୍ଡର ଅଫ୍‌ ଦି ରିପବ୍ଲିକ ଅଫ୍‌ ତ୍ରିନିଦାଦ ଆଣ୍ଡ୍‌ ଟୋବାଗୋ’ ମିଳିଛି। ଏହି ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରହଣ କରିବା ଅବସରରେ ମୋଦୀ କହିଛନ୍ତି, ୧୪୦ କୋଟି ଭାରତୀୟଙ୍କ ପକ୍ଷରୁ ମୁଁ ଏହି ସମ୍ମାନ ଗ୍ରହଣ କରୁଛି। ପ୍ରଥମ ବିଦେଶ ନେତା ଭାବେ ମୋଦୀଙ୍କୁ ଏହି ସମ୍ମାନ ମିଳିଛି। ମୋଦୀଙ୍କର ବୈଶ୍ବିକ ନେତୃତ୍ବ, ଭାରତୀୟ ବଂଶୋଦ୍ଭବଙ୍କ ସହ ଲଗାତାର ସଂପର୍କ ଏବଂ କରୋନା ମହାମାରୀ ସମୟରେ ତାଙ୍କ ମାନବୀୟ ସହାୟତା ପାଇଁ ଏହି ସମ୍ମାନ ମିଳିଛି।