ମୁଡ ଅଫ ଦି ନେସନ : ପଶ୍ଚିମବଙ୍ଗରେ ବିଜେପି ଏବଂ ଟିଏମସି ମଧ୍ୟରେ କଡ଼ା ଟକ୍କର
ନୂଆଦିଲ୍ଲୀ : ଇଣ୍ଡିଆ ଟୁଡେ ମୁଡ ଅଫ ଦି ନେସନ୍ ସର୍ଭେ ଅନୁଯାୟୀ ଆଗାମ ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ ୪୨ ଲୋକସଭା ଆସନରୁ ୨୨ଟି ଆସନରେ ଜିତିବ। ଅନ୍ୟପକ୍ଷେ ସର୍ଭେ ଅନୁଯାୟୀ ବିଜେପି ପଶ୍ଚିମବଙ୍ଗରେ ଏହାର ଆସନ ସଂଖ୍ୟା ବଢ଼ାଇବ। ବିଜେପି ପ୍ରାୟ ୧୯ଟି ଆସନରେ ଜିତିବ ବୋଲି ସର୍ଭେରୁ ଜଣାପଡ଼ିଛି। ଅନ୍ୟପକ୍ଷେ ବିଜେପି ନେତୃତ୍ବାଧୀନ ଏନଡିଏ କର୍ଣ୍ଣାଟକରେ ୨୮ ଲୋକସଭା ଆସନରୁ ୨୪ଟି ଆସନରେ ଜିତିବ। ସର୍ଭେ ଅନୁଯାୟୀ କର୍ଣ୍ଣାଟକରେ ଇଣ୍ଡିଆ ମେଣ୍ଟ […]

ନୂଆଦିଲ୍ଲୀ : ଇଣ୍ଡିଆ ଟୁଡେ ମୁଡ ଅଫ ଦି ନେସନ୍ ସର୍ଭେ ଅନୁଯାୟୀ ଆଗାମ ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ ୪୨ ଲୋକସଭା ଆସନରୁ ୨୨ଟି ଆସନରେ ଜିତିବ। ଅନ୍ୟପକ୍ଷେ ସର୍ଭେ ଅନୁଯାୟୀ ବିଜେପି ପଶ୍ଚିମବଙ୍ଗରେ ଏହାର ଆସନ ସଂଖ୍ୟା ବଢ଼ାଇବ। ବିଜେପି ପ୍ରାୟ ୧୯ଟି ଆସନରେ ଜିତିବ ବୋଲି ସର୍ଭେରୁ ଜଣାପଡ଼ିଛି। ଅନ୍ୟପକ୍ଷେ ବିଜେପି ନେତୃତ୍ବାଧୀନ ଏନଡିଏ କର୍ଣ୍ଣାଟକରେ ୨୮ ଲୋକସଭା ଆସନରୁ ୨୪ଟି ଆସନରେ ଜିତିବ। ସର୍ଭେ ଅନୁଯାୟୀ କର୍ଣ୍ଣାଟକରେ ଇଣ୍ଡିଆ ମେଣ୍ଟ ୪ଟି ଆସନରେ ଜିତିବ। କର୍ଣ୍ଣାଟକରେ ବିଜେପିର ଭୋଟ ସେୟାର ୫୩ ପ୍ରତିଶତ ରହିବ। ଅନ୍ୟପକ୍ଷେ ଇଣ୍ଡିଆ ମେଣ୍ଟର ଭୋଟ୍ ସେୟାର ୪୨ ପ୍ରତିଶତ ରହିବ। ସେହିପରି ବିହାରରେ ଏନଡିଏ ଆଗାମୀ ଲୋକସଭା ନିର୍ବାଚନରେ ୪୦ରୁ ୩୨ଟି ଆସନରେ ଜିତିବ ବୋଲି ଆଶା କରାଯାଉଛି। ତେବେ ୨୦୧୯ ଲୋକସଭା ନିର୍ବାଚନ ତୁଳନାରେ ୨୦୨୪ ଲୋକସଭା ନିର୍ବାଚନରେ ବିହାରରେ ଏନଡିଏର ଭୋଟ୍ ପ୍ରତିଶତ କମିବ।