ବାପା ମା'ଙ୍କ ବାହାଘର ଦେଖିଲେ ପୁଅ ଝିଅ
ଗତକାଲି ଝାରସୁଗୁଡ଼ା ରେଳବାଇ କଲୋନୀରେ ଦେଖିବାକୁ ମିଳିଛି ଏଭଳି ନିଆରା ବିହାଘର ଉତ୍ସବ। ୫୦ ଦମ୍ପତି କରିଛନ୍ତି ବିବାହ।
ବୁଢା ବରକୁ ବୁଢୀ କନିଆ। ବାହାଘରର ସାକ୍ଷୀ ରହିଛି ଅଗ୍ନି ନିଆଁ। ବାଜୁଛି ଯୋଡି ନାଗରାକୁ ମହୁରୀ, ଚାଲିଛି ବରକନିଆଙ୍କ ଫେରି। ପରସ୍ପରର ମୁଣ୍ଡରେ ପକାଉନ୍ତି ଫୁଲ ଓ ଚାଉଳ । ସମସ୍ତଙ୍କ ବୟସ ପାଖାପାଖି 60 ରୁ 90 ବର୍ଷ ମଧ୍ୟରେ ହେବ । ଚମ ଧୂଡୁଧୁଡୁ ହେଲାଣି। କିନ୍ତୁ ହାତରେ ପଡିଛି ହାତଗଣ୍ଠି ଓ ବେକରେ ପଡିଛି ବରଣମାଳା। ଗତକାଲି ଝାରସୁଗୁଡ଼ା ରେଳବାଇ କଲୋନୀରେ ଦେଖିବାକୁ ମିଳିଛି ଏଭଳି ନିଆରା ବିହାଘର ଉତ୍ସବ। ୫୦ ଦମ୍ପତି କରିଛନ୍ତି ବିବାହ। ଏହି ବିବାହ ଅୟୋଜନ କରିଛି ଝାରଖଣ୍ଡ ଶ୍ରୀବାରୀ ସେବାଦଳ। ଦେଖନ୍ତୁ ପୂରା ରିପୋର୍ଟ।