ଜଙ୍ଗଲରୁ ମିଳିଲା ହାତୀର ମୃତଦେହ: ଗୋଟିଏ ଦାନ୍ତ କାଟି ନେଇଥିବା ସୂଚନା

ବଲାଙ୍ଗୀର,୮।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଅସୁରଡୁଙ୍ଗୁରି ଗାଁ ମଠଖାଇ ଜଙ୍ଗଲରୁ ମଙ୍ଗଳବାର ଏକ ଦନ୍ତା ହାତୀର ମୃତଦେହ ମିଳିଛି। ହେଲେ ମୃତ ହାତୀର ଗୋଟିଏ ଦାନ୍ତ ନ ଥିବା ଏକ ବଡ଼ ସୂଚନା ମିଳିଛି। ଅନ୍ୟପକ୍ଷେ ଶିକାରୀ ହାତୀକୁ ଶିକାର କରି ଏକ ଦାନ୍ତ କାଟି ନେଇଥିବା ସ୍ଥନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଖବର ପାଇ ଘଟଣାସ୍ଥଳରେ ଡିଏଫ୍‌ଓ ସୁଦର୍ଶନ ବେହେରା ଓ ବନବିଭାଗ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ହେଲେ ହାତୀର […] The post ଜଙ୍ଗଲରୁ ମିଳିଲା ହାତୀର ମୃତଦେହ: ଗୋଟିଏ ଦାନ୍ତ କାଟି ନେଇଥିବା ସୂଚନା appeared first on Dharitri Odia News.

ଜଙ୍ଗଲରୁ ମିଳିଲା ହାତୀର ମୃତଦେହ: ଗୋଟିଏ ଦାନ୍ତ କାଟି ନେଇଥିବା ସୂଚନା

ବଲାଙ୍ଗୀର,୮।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଅସୁରଡୁଙ୍ଗୁରି ଗାଁ ମଠଖାଇ ଜଙ୍ଗଲରୁ ମଙ୍ଗଳବାର ଏକ ଦନ୍ତା ହାତୀର ମୃତଦେହ ମିଳିଛି। ହେଲେ ମୃତ ହାତୀର ଗୋଟିଏ ଦାନ୍ତ ନ ଥିବା ଏକ ବଡ଼ ସୂଚନା ମିଳିଛି। ଅନ୍ୟପକ୍ଷେ ଶିକାରୀ ହାତୀକୁ ଶିକାର କରି ଏକ ଦାନ୍ତ କାଟି ନେଇଥିବା ସ୍ଥନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ଖବର ପାଇ ଘଟଣାସ୍ଥଳରେ ଡିଏଫ୍‌ଓ ସୁଦର୍ଶନ ବେହେରା ଓ ବନବିଭାଗ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ହେଲେ ହାତୀର ବୟସ ୧୦ରୁ ୧୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ହାତୀର ବ୍ୟବଚ୍ଛେଦ ପରେ ପୋତି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଏପରିକି କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ଘଟିଲା ସେନେଇ ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଉଛି।

The post ଜଙ୍ଗଲରୁ ମିଳିଲା ହାତୀର ମୃତଦେହ: ଗୋଟିଏ ଦାନ୍ତ କାଟି ନେଇଥିବା ସୂଚନା appeared first on Dharitri Odia News.