ଜଙ୍ଗଲରୁ ରାସ୍ତାକୁ ଚାଲି ଆସିଥିଲା ହରିଣ ଛୁଆ: ଆଉ ତାପରେ…
ମୋହନା,୨୬ା୫(ମନ୍ମଥ ମିଶ୍ର୍ର): ମୋହନା ସଦର ମହକୁମାର ତାରିଣୀ ମନ୍ଦିର ସାମ୍ନାରେ ଥିବା ଜଙ୍ଗଲରୁ ରାସ୍ତାକୁ ଚାଲି ଆସିଥିବା ଏକ ହରିଣ ଛୁଆକୁ କେତେକ ବୁଲା କୁକୁର ଆକ୍ରମଣ କରିଥିଲେ। ଆକ୍ରମଣରେ ହରିଣ ଛୁଆ ଆହତ ହୋଇଥିଲା। ଗ୍ରାମବାସୀ ଏହା ଦେଖି ବନବିଭାଗକୁ ଜଣାଇଥିଲେ। ମୋହନା ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୁକୁର କାମୁଡ଼ାରେ ଆହତ ହରିଣ ଛୁଆକୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ହରିଣ ଛୁଆକୁ […] The post ଜଙ୍ଗଲରୁ ରାସ୍ତାକୁ ଚାଲି ଆସିଥିଲା ହରିଣ ଛୁଆ: ଆଉ ତାପରେ… appeared first on Dharitri Odia News.
ମୋହନା,୨୬ା୫(ମନ୍ମଥ ମିଶ୍ର୍ର): ମୋହନା ସଦର ମହକୁମାର ତାରିଣୀ ମନ୍ଦିର ସାମ୍ନାରେ ଥିବା ଜଙ୍ଗଲରୁ ରାସ୍ତାକୁ ଚାଲି ଆସିଥିବା ଏକ ହରିଣ ଛୁଆକୁ କେତେକ ବୁଲା କୁକୁର ଆକ୍ରମଣ କରିଥିଲେ। ଆକ୍ରମଣରେ ହରିଣ ଛୁଆ ଆହତ ହୋଇଥିଲା।
ଗ୍ରାମବାସୀ ଏହା ଦେଖି ବନବିଭାଗକୁ ଜଣାଇଥିଲେ। ମୋହନା ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୁକୁର କାମୁଡ଼ାରେ ଆହତ ହରିଣ ଛୁଆକୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ହରିଣ ଛୁଆକୁ ଅବଜରବେସନରେ ରଖାଯାଇଛି। ସୁସ୍ଥ ହେବା ପରେ ପୁଣି ଜଙ୍ଗଲରେ ଛଡାଯିବ ବୋଲି ମୋହନା ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି।
The post ଜଙ୍ଗଲରୁ ରାସ୍ତାକୁ ଚାଲି ଆସିଥିଲା ହରିଣ ଛୁଆ: ଆଉ ତାପରେ… appeared first on Dharitri Odia News.