”ମୁଁ ନବୀନ ପଟ୍ଟନାୟକଙ୍କ ମହାନ ମୂଲ୍ୟବୋଧର ଉତ୍ତରାଧିକାରୀ”: କାର୍ତ୍ତିକ ପାଣ୍ଡିଆନ୍

ଭୁବନେଶ୍ୱର,୨ା୫: ଓଡ଼ିଶାରେ ତୀବ୍ର ରାଜନୈତିକ ମାହୋଲ ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ତଥା ଫାଇଭ ଟି ଅଧ୍ୟକ୍ଷ ଏବଂ ନବୀନ ଓଡ଼ିଶା ଚେୟାରମ୍ୟାନ କାର୍ତ୍ତିକ ପାଣ୍ଡିଆନ। ଗୁରୁବାର ଖବର ସରବରାହ ସଂସ୍ଥା ପିଟିଆଇକୁ ଏକ ସାକ୍ଷାତକାର ଦେଇ ପାଣ୍ଡିଆନ କହିଛନ୍ତି ଯେ, ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ମହାନ ମୂଲ୍ୟବୋଧର ଜଣେ ପ୍ରାକୃତିକ ଉତ୍ତରାଧିକାରୀ ଏବଂ ସେ ତାଙ୍କ ଗୁରୁଙ୍କୁ ସାହାଯ୍ୟ କରିବା ପାଇଁ ସୂର୍ଯ୍ୟଙ୍କ ପ୍ରକୋପ ମଧ୍ୟରେ ସବୁକିଛି କରିବେ। ଯାହାଦ୍ୱାରା ସେ […] The post ”ମୁଁ ନବୀନ ପଟ୍ଟନାୟକଙ୍କ ମହାନ ମୂଲ୍ୟବୋଧର ଉତ୍ତରାଧିକାରୀ”: କାର୍ତ୍ତିକ ପାଣ୍ଡିଆନ୍ appeared first on Dharitri Odia News.

”ମୁଁ ନବୀନ ପଟ୍ଟନାୟକଙ୍କ ମହାନ ମୂଲ୍ୟବୋଧର ଉତ୍ତରାଧିକାରୀ”: କାର୍ତ୍ତିକ ପାଣ୍ଡିଆନ୍

ଭୁବନେଶ୍ୱର,୨ା୫: ଓଡ଼ିଶାରେ ତୀବ୍ର ରାଜନୈତିକ ମାହୋଲ ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ତଥା ଫାଇଭ ଟି ଅଧ୍ୟକ୍ଷ ଏବଂ ନବୀନ ଓଡ଼ିଶା ଚେୟାରମ୍ୟାନ କାର୍ତ୍ତିକ ପାଣ୍ଡିଆନ। ଗୁରୁବାର ଖବର ସରବରାହ ସଂସ୍ଥା ପିଟିଆଇକୁ ଏକ ସାକ୍ଷାତକାର ଦେଇ ପାଣ୍ଡିଆନ କହିଛନ୍ତି ଯେ, ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ମହାନ ମୂଲ୍ୟବୋଧର ଜଣେ ପ୍ରାକୃତିକ ଉତ୍ତରାଧିକାରୀ ଏବଂ ସେ ତାଙ୍କ ଗୁରୁଙ୍କୁ ସାହାଯ୍ୟ କରିବା ପାଇଁ ସୂର୍ଯ୍ୟଙ୍କ ପ୍ରକୋପ ମଧ୍ୟରେ ସବୁକିଛି କରିବେ। ଯାହାଦ୍ୱାରା ସେ ରାଜ୍ୟବାସୀଙ୍କ ସେବା କରି ପାରିବେ।

ତେବେ ଭାଜପା ଉପରେ କୌଣସି ପ୍ରତ୍ୟକ୍ଷ ଟାର୍ଗେଟ ନ କରି ପାଣ୍ଡିଆନ୍ ଏହା ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଅନେକ ଅନୁରୋଧ ପରେ ମଧ୍ୟ କେନ୍ଦ୍ରରେ ଶାସକ ଦଳ ହିଁ ‘ଓଡିଆ ଅସ୍ମିତା’ ପାଇଁ କିମ୍ବା ରାଜ୍ୟର ଭାଷା, କଳା ଏବଂ ସଂସ୍କୃତିର ପ୍ରଚାର ପାଇଁ କିଛି କରିନାହାଁନ୍ତି। ତେବେ କେବଳ ବିରୋଧୀମାନେ ହିଁ ମୋତେ ବାହାର ବ୍ୟକ୍ତି ବୋଲି କହୁଛନ୍ତି।

ଏହି ସାକ୍ଷାତକାରରେ ସେ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଗୁରୁ ବୋଲି କହିଛନ୍ତି। ସେ କହିଥିଲେ ”ମୁଁ ନବୀନ ବାବୁଙ୍କୁ ମୋର ଗୁରୁ ବୋଲି କହୁଛି ଏବଂ ମୁଁ ତାଙ୍କର ଶିଷ୍ୟ। ”

 

The post ”ମୁଁ ନବୀନ ପଟ୍ଟନାୟକଙ୍କ ମହାନ ମୂଲ୍ୟବୋଧର ଉତ୍ତରାଧିକାରୀ”: କାର୍ତ୍ତିକ ପାଣ୍ଡିଆନ୍ appeared first on Dharitri Odia News.