ରେଡ୍ ଡଟ୍ ହେଲ୍ଥ ସହ ଉତ୍କଳ ହସ୍ପିଟାଲର ବୁଝାମଣା
ଭୁବନେଶ୍ୱର,୨୦।୯ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ଏବଂ ରେଡ୍ ଡଟ୍ ହେଲ୍ଥ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଓଡ଼ିଶା ସମେତ ଭୁବନେଶ୍ୱର ସହରରେ ପ୍ରମୁଖ ସମସ୍ୟା ସୃଷ୍ଟି କରୁଥିବା ଓ ସ୍ବାସ୍ଥ୍ୟସେବାର ଜଟିଳ ସମସ୍ୟାର ମୁକାବିଲା ପାଇଁ ଉଭୟ ସଂସ୍ଥା ମଧ୍ୟରେ ଏହି ରଣନୈତିକ ଭାଗୀଦାରି ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ରେଡ୍ ଡଟ୍ ହେଲ୍ଥ ପକ୍ଷରୁ ଉତ୍କଳ ହସ୍ପିଟାଲଠାରେ ଏକ ଅତ୍ୟାଧୁନିକ ଜ୍ଞାନକୌଶଳ […] The post ରେଡ୍ ଡଟ୍ ହେଲ୍ଥ ସହ ଉତ୍କଳ ହସ୍ପିଟାଲର ବୁଝାମଣା appeared first on Dharitri Odia News.
ଭୁବନେଶ୍ୱର,୨୦।୯ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ଏବଂ ରେଡ୍ ଡଟ୍ ହେଲ୍ଥ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଓଡ଼ିଶା ସମେତ ଭୁବନେଶ୍ୱର ସହରରେ ପ୍ରମୁଖ ସମସ୍ୟା ସୃଷ୍ଟି କରୁଥିବା ଓ ସ୍ବାସ୍ଥ୍ୟସେବାର ଜଟିଳ ସମସ୍ୟାର ମୁକାବିଲା ପାଇଁ ଉଭୟ ସଂସ୍ଥା ମଧ୍ୟରେ ଏହି ରଣନୈତିକ ଭାଗୀଦାରି ସମ୍ପର୍କରେ ଘୋଷଣା କରାଯାଇଛି।
ଏହି ପରିପ୍ରେକ୍ଷୀରେ ରେଡ୍ ଡଟ୍ ହେଲ୍ଥ ପକ୍ଷରୁ ଉତ୍କଳ ହସ୍ପିଟାଲଠାରେ ଏକ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ସଜ୍ଜିତ ଆଡଭାନ୍ସ ଲାଇଫ ସପୋର୍ଟ (ଏଏଲ୍ଏସ୍) ଆମ୍ବୁଲାନ୍ସକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ସହ ହସ୍ପିଟାଲର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନିୟୋଜିତ କରାଯିବ ବୋଲି କୁହାଯାଇଛି।
ଏ ସମ୍ପର୍କରେ ରେଡ୍ ଡଟ୍ ହେଲ୍ଥର ପ୍ରତିଷ୍ଠାତା ତଥା ସିଇଓ ପ୍ରଭଦୀପ ସିଂହ କହିଥିଲେ, ଆମେ ଉତ୍କଳ ହସ୍ପିଟାଲ ସହ ଜଡ଼ିତ ହୋଇ ବେଶ୍ ଉତ୍ସାହିତ ଅଛୁ। ଏପରିକି ସଙ୍କଟ ସମୟରେ ପ୍ରତ୍ୟେକ ସେକେଣ୍ଡ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସେହିଭଳି ଉକତ୍ଳ ହସ୍ପିଟାଲର ସିଏଫ୍ଓ ତଥା ୟୁନିଟ୍ ମୁଖ୍ୟ ଅରୁଣ ଖିଲାର ରେଡ୍ ଡଟ୍ ହେଲ୍ଥକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଏପରିକି ଏହି ଭାଗୀଦାରି ଆମର ଜରୁରିକାଳୀନ ସେବାକୁ ବୃଦ୍ଧି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ,ଯାହା ଆମକୁ ଅଭାବୀ ଲୋକଙ୍କୁ ଠିକ୍ ସମୟରେ ଏବଂ ଜୀବନ ରକ୍ଷାକାରୀ ସେବା ଯୋଗାଇବାରେ ସକ୍ଷମ କରିବ। ସେହିପରି ଉକତ୍ଳ ହସ୍ପିଟାଲର ସିଓଓ ମାନବ କହିଛନ୍ତି, ରେଡ୍ ଡଟ୍ ହେଲ୍ଥ ସହ ଆମର ଭାଗୀଦାରି ନୂଆ ସମ୍ଭାବନା ସୃଷ୍ଟି କରିଛି।
The post ରେଡ୍ ଡଟ୍ ହେଲ୍ଥ ସହ ଉତ୍କଳ ହସ୍ପିଟାଲର ବୁଝାମଣା appeared first on Dharitri Odia News.