ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଏଡିଟ୍ କରି ବିଜେପି କରିଥିଲା ଅପପ୍ରଚାର – ବିଜେଡି

ଚଳିତ ନିର୍ବାଚନରେ ସୁନିଶ୍ଚିତ ପରାଜୟ କଥାକୁ ହଜମ କରି ନପାରି ଗୋଟିଏ ପରେ ଗୋଟିଏ ମିଛକୁ ପ୍ରସଙ୍ଗ କରି ହୀନ ରାଜନୀତି କରିବାକୁ ଚେଷ୍ଟା କରୁଛି ବିଜେପି। ମୁଖ୍ଯମନ୍ତ୍ରୀଙ୍କୁ ଗୋଡ଼ ମାରୁଛନ୍ତି ବୋଲି ଭିଡିଓରେ ବିଜେପି ଦର୍ଶାଇ କରୁଛି ଅପପ୍ରଚାର। ଏପରିକି ସୋସିଆଲ୍ ମିଡିଆର ଏହି ବାଜେ କଥା ଏବେ କିଛି ଗଣମାଧ୍ଯମର ହଟ୍ ଟପିକ୍ ହୋଇଛି। ହେଲେ ସତ କଥା ହେଉଛି କେନ୍ଦ୍ରାପଡାର ଏକ ନିର୍ବାଚନୀ ସଭାରେ ମୁଖ୍ଯମନ୍ତ୍ରୀଙ୍କ ଠିକ୍ ପଛରେ ବସିଥିଲେ ପାଣ୍ଡିଆନ୍। ନିଜ […] The post ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଏଡିଟ୍ କରି ବିଜେପି କରିଥିଲା ଅପପ୍ରଚାର – ବିଜେଡି appeared first on Odisha.News.

ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଏଡିଟ୍ କରି ବିଜେପି କରିଥିଲା ଅପପ୍ରଚାର – ବିଜେଡି

ଚଳିତ ନିର୍ବାଚନରେ ସୁନିଶ୍ଚିତ ପରାଜୟ କଥାକୁ ହଜମ କରି ନପାରି ଗୋଟିଏ ପରେ ଗୋଟିଏ ମିଛକୁ ପ୍ରସଙ୍ଗ କରି ହୀନ ରାଜନୀତି କରିବାକୁ ଚେଷ୍ଟା କରୁଛି ବିଜେପି। ମୁଖ୍ଯମନ୍ତ୍ରୀଙ୍କୁ ଗୋଡ଼ ମାରୁଛନ୍ତି ବୋଲି ଭିଡିଓରେ ବିଜେପି ଦର୍ଶାଇ କରୁଛି ଅପପ୍ରଚାର। ଏପରିକି ସୋସିଆଲ୍ ମିଡିଆର ଏହି ବାଜେ କଥା ଏବେ କିଛି ଗଣମାଧ୍ଯମର ହଟ୍ ଟପିକ୍ ହୋଇଛି। ହେଲେ ସତ କଥା ହେଉଛି କେନ୍ଦ୍ରାପଡାର ଏକ ନିର୍ବାଚନୀ ସଭାରେ ମୁଖ୍ଯମନ୍ତ୍ରୀଙ୍କ ଠିକ୍ ପଛରେ ବସିଥିଲେ ପାଣ୍ଡିଆନ୍। ନିଜ ଜୋତା ବାହାର କରିଛନ୍ତି। ଜୋତାଟି ବାହାରି ଯିବା ପରେ ନିଜ ପାଦ ପାଖକୁ ଗୋଡ଼ରେ ଟାଣି ଆଣି ସଜାଡି ରଖିବାକୁ ଚେଷ୍ଟା କରିଛନ୍ତି। ହେଲେ ଏହି ଦୃଶ୍ଯର ଛୋଟିଆ ଅଂଶକୁ ଜୁମ୍ କରି ଦେଖାଇ ତାକୁ ଅତିରଞ୍ଜିତ କରୁଛନ୍ତି ବିଜେପି ଓ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ଯମ। ସତ ଏବେ ସାମ୍ନାକୁ ଆସିଛି । ମୁଳକଥା ହେଉଛି ତିନିଟି ପର୍ଯ୍ଯାୟ ଭୋଟ ଶେଷ ହୋଇଗଲାଣି। ବିଜେଡି ଘୋଷଣା କରି ସାରିଲାଣି ଏହି ତିନିଟି ପର୍ଯ୍ଯାୟରେ ସଂଖ୍ଯା ଗରିଷ୍ଠତା ସେମାନେ ହାସଲ କରି ସାରିଲେଣି। ଯାହାକୁ ନେଇ ଆତଙ୍କିତ ହୋଇ ପଡିଛି ବିଜେପି। ତେଣୁ ଏବେ ଗୋଟିଏ ଟାର୍ଗେଟ୍ ମୁଖ୍ଯମନ୍ତ୍ରୀ ଓ ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଯେନେତେନ ପ୍ରକାରେ ଅପମାନିତ କରିବା।

The post ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଏଡିଟ୍ କରି ବିଜେପି କରିଥିଲା ଅପପ୍ରଚାର – ବିଜେଡି appeared first on Odisha.News.