ଡ଼ଙ୍ଗରପଡା ଦୁର୍ଗାପୂଜାରେ ସଂକୀର୍ତ୍ତନକୁ ଗୁରୁତ୍ୱ, ହେବ ଜିଲ୍ଲା ସ୍ତରୀୟ ସମ୍ମିଳନୀ
ସମ୍ବଲପୁର: ସମଗ୍ର ଯୁଯୋମୁରା ବ୍ଲକରେ ପ୍ରଥମ ଥର ପାଇଁ ଆରମ୍ଭ କରି ଶାରଦୀୟ ଦୁର୍ଗାପୂଜାକୁ ନୁଆଁ ଢଙ୍ଗରେ ପାଳନ କରି ଇତିହାସ ରଚିଥିବା ଡ଼ଙ୍ଗରପଡା ଦୁର୍ଗାପୂଜା କମିଟି ଚଳିତ ବର୍ଷ ଗ୍ରାମାଞ୍ଚଳ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଏକ ନୁଆଁ ପରମ୍ପରା ତିଆରି କରିବାକୁ ପ୍ରୟାସ କରିଛି। ପୂଜା ନାମରେ ବିଭିନ୍ନ ସ୍ଥାନରେ ମନୋରଞ୍ଜନ ପାଇଁ ଅପସଂସ୍କୃତିକୁ ପ୍ରାଧାନ୍ୟ ଦେଉଥିବା ବେଳେ ଡ଼ଙ୍ଗରପଡା ପୂଜା କମିଟି କିନ୍ତୁ ଗ୍ରାମାଞ୍ଚଳ ସଂସ୍କୃତିକୁ ଆଦରି ଜିଲ୍ଲା ସ୍ତରୀୟ ସଂକୀର୍ତ୍ତନ ସମ୍ମିଳନୀ ଆୟୋଜନ […] The post ଡ଼ଙ୍ଗରପଡା ଦୁର୍ଗାପୂଜାରେ ସଂକୀର୍ତ୍ତନକୁ ଗୁରୁତ୍ୱ, ହେବ ଜିଲ୍ଲା ସ୍ତରୀୟ ସମ୍ମିଳନୀ appeared first on Odisha.News.

ସମ୍ବଲପୁର: ସମଗ୍ର ଯୁଯୋମୁରା ବ୍ଲକରେ ପ୍ରଥମ ଥର ପାଇଁ ଆରମ୍ଭ କରି ଶାରଦୀୟ ଦୁର୍ଗାପୂଜାକୁ ନୁଆଁ ଢଙ୍ଗରେ ପାଳନ କରି ଇତିହାସ ରଚିଥିବା ଡ଼ଙ୍ଗରପଡା ଦୁର୍ଗାପୂଜା କମିଟି ଚଳିତ ବର୍ଷ ଗ୍ରାମାଞ୍ଚଳ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଏକ ନୁଆଁ ପରମ୍ପରା ତିଆରି କରିବାକୁ ପ୍ରୟାସ କରିଛି।
ପୂଜା ନାମରେ ବିଭିନ୍ନ ସ୍ଥାନରେ ମନୋରଞ୍ଜନ ପାଇଁ ଅପସଂସ୍କୃତିକୁ ପ୍ରାଧାନ୍ୟ ଦେଉଥିବା ବେଳେ ଡ଼ଙ୍ଗରପଡା ପୂଜା କମିଟି କିନ୍ତୁ ଗ୍ରାମାଞ୍ଚଳ ସଂସ୍କୃତିକୁ ଆଦରି ଜିଲ୍ଲା ସ୍ତରୀୟ ସଂକୀର୍ତ୍ତନ ସମ୍ମିଳନୀ ଆୟୋଜନ କରିବାକୁ ସ୍ତିର କରିଛି।ଆସନ୍ତା ୧୦ ତାରିଖ ଦିନ ଏହା ଆୟୋଜନ ହେବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ୭୦ ରୁ ଅଧିକ ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେବାକୁ ବର୍ତ୍ତମାନ ସୁଦ୍ଧା ସ୍ଥିର ହୋଇଥିବା ବେଳେ ଏହା ଆଗକୁ ବଢିବା ସମ୍ଭାବନା ରହିଛି।ଦିନ ୧୧ଟାରୁ ଏହା ଆରମ୍ଭ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମକୁ କମିଟି ଉପଦେଷ୍ଟା ପ୍ରଫେସର ପ୍ରଦୀପ କୁମାର ପଣ୍ଡା, ରାଧାକାନ୍ତ ବିଶ୍ୱାଳ, ବଂଶୀଧର ବେହେରା ଓ କୃଷ୍ଣଚନ୍ଦ୍ର ବିଶ୍ୱାଳ ଙ୍କ ସହିତ କମିଟିର ବିଭିନ୍ନ ସଦସ୍ୟ ମାନଙ୍କ ପରିଚଳନାରେ ଏହା ଅନୁଷ୍ଠିତ ହେବ।ଏଥିରେ ଯୋଗ ଦେଉଥିବା ସମସ୍ତ ଦଳକୁ ପ୍ରଶଂସା ମାନପତ୍ର ଦେଇ ସମ୍ମାନିତ କରାଯିବ ବୋଲି କମିଟି ସଭାପତି ଦିଲ୍ଲୀପ କୁମାର ପଣ୍ଡା ଓ ସମ୍ପାଦକ ଅୟସକାନ୍ତ ବଡ଼ପଣ୍ଡା ସୂଚନା ଦେଇଛନ୍ତି।
The post ଡ଼ଙ୍ଗରପଡା ଦୁର୍ଗାପୂଜାରେ ସଂକୀର୍ତ୍ତନକୁ ଗୁରୁତ୍ୱ, ହେବ ଜିଲ୍ଲା ସ୍ତରୀୟ ସମ୍ମିଳନୀ appeared first on Odisha.News.