ହିଜାବ ବିରୋଧୀ ମାସୁଦ ହେଲେ ଇରାନର ନୂଆ ରାଷ୍ଟ୍ରପତି

ଦୁବିଇ,୬।୭: ଇରାନରେ ମାସୁଦ ପେଜେଶକିଆନ ଦେଶର ୯ମ ରାଷ୍ଟ୍ରପତି ହୋଇଛନ୍ତି। ସେ ମୌଳବାଦୀ ବା କଟ୍ଟରପନ୍ଥୀ ସୟଦ ଜଲିଲିଙ୍କୁ ପରାସ୍ତ କରିଛନ୍ତି। ମାସୁଦ ପେଜେଶକିଆନ ହିଜାବ ବିରୋଧୀ ତଥା ଉଦାରବାଦୀ ନେତା ଭାବରେ ଜଣାଶୁଣା। ଇରାନର ରାଜ୍ୟ ଗଣମାଧ୍ୟମ IRNA ଅନୁଯାୟୀ, ପେଜେଶକିଆନ ୧୬.୪ ନିୟୁତ ଭୋଟ ପାଇଛନ୍ତି। ଯେତେବେଳେ କି, ଜଲିଲିଙ୍କୁ ୧.୩୬ କୋଟି ଭୋଟ ମିଳିଥିଲା। ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀରେ ଇରାନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଇବ୍ରାହିମ ରାଇସି ପୁଣିଥରେ ଦେଶର […] The post ହିଜାବ ବିରୋଧୀ ମାସୁଦ ହେଲେ ଇରାନର ନୂଆ ରାଷ୍ଟ୍ରପତି appeared first on Dharitri Odia News.

ହିଜାବ ବିରୋଧୀ ମାସୁଦ ହେଲେ ଇରାନର ନୂଆ ରାଷ୍ଟ୍ରପତି

ଦୁବିଇ,୬।୭: ଇରାନରେ ମାସୁଦ ପେଜେଶକିଆନ ଦେଶର ୯ମ ରାଷ୍ଟ୍ରପତି ହୋଇଛନ୍ତି। ସେ ମୌଳବାଦୀ ବା କଟ୍ଟରପନ୍ଥୀ ସୟଦ ଜଲିଲିଙ୍କୁ ପରାସ୍ତ କରିଛନ୍ତି। ମାସୁଦ ପେଜେଶକିଆନ ହିଜାବ ବିରୋଧୀ ତଥା ଉଦାରବାଦୀ ନେତା ଭାବରେ ଜଣାଶୁଣା।

ଇରାନର ରାଜ୍ୟ ଗଣମାଧ୍ୟମ IRNA ଅନୁଯାୟୀ, ପେଜେଶକିଆନ ୧୬.୪ ନିୟୁତ ଭୋଟ ପାଇଛନ୍ତି। ଯେତେବେଳେ କି, ଜଲିଲିଙ୍କୁ ୧.୩୬ କୋଟି ଭୋଟ ମିଳିଥିଲା।
ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀରେ ଇରାନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଇବ୍ରାହିମ ରାଇସି ପୁଣିଥରେ ଦେଶର ରାଷ୍ଟ୍ରପତି ହୋଇଥିଲେ। ହେଲିକପ୍ଟର ଦୁର୍ଘଟଣାରେ ଇବ୍ରାହିମ ରାଇସିଙ୍କ ମୃତ୍ୟୁ ହେତୁ ଏହି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମେ ୧୯ରେ ହେଲିକପ୍ଟର ଦୁର୍ଘଟଣାରେ ରାଇସିଙ୍କର ମୃତ୍ୟୁ ହୋଇଥିଲା।
ମାସୁଦ ପେଜେଶକିଆନ ଜଣେ ସର୍ଜନ ରହି ଆସିଛନ୍ତି। ସେ ବର୍ତ୍ତମାନ ଦେଶର ସ୍ବାସ୍ଥ୍ୟମନ୍ତ୍ରୀ ଅଟନ୍ତି। ନିର୍ବାଚନ ପୂର୍ବରୁ ରାଜନୈତିକ ଭାଷଣ ସମୟରେ ସେ ଅନେକ ଥର ହିଜାବ ବିରୋଧରେ କହିଥିଲେ। ସୂଚନାଯୋଗ୍ୟ ଯେ ଏହି ନିର୍ବାଚନରେ ହିଜାବ ପ୍ରସଙ୍ଗ ପ୍ରାଧାନ୍ୟ ବିସ୍ତାର କରିଥିଲା।

The post ହିଜାବ ବିରୋଧୀ ମାସୁଦ ହେଲେ ଇରାନର ନୂଆ ରାଷ୍ଟ୍ରପତି appeared first on Dharitri Odia News.