ଜଙ୍ଗଲରେ ଚଢାଉ ବେଳେ ବନ କର୍ମଚାରୀଙ୍କୁ ଗୁଳିମାଡ଼, ୪ ଶିକାରୀ ଗିରଫ

ଉଦଳା ୨୪।୦୩ : ଶିକାରୀଙ୍କ ଦୌରାତ୍ମ । ଜଙ୍ଗଲରେ ଚଢାଉ ବେଳେ ବନବକର୍ମଚାରୀଙ୍କୁ ମାରିଲେ ଗୁଳି । ଯାହାର ଜବାବରେ ବନବିଭାଗ ଓ ଏସ୍‌ଟିପିଏଫ୍‌ ମଧ୍ୟ ଫାଙ୍କା ଗୁଳିଚାଳନା କରିଥିଲେ । ମୟୁରଭଞ୍ଜ ଜିଲ୍ଲା ପୋଡ଼ାଡିହା ରେଞ୍ଜ ମନଭଙ୍ଗା ବିଟ୍‌ ଅଞ୍ଚଳରେ ଘଟିଛି ।ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ପୋଡ଼ାଡିହା ବନ ବିଭାଗ ଏସ୍‌ଟିପିଏଫ୍‌ ମିଳିତ ଭାବେ ମନଭଙ୍ଗା ବିଟ୍‌ ଅଞ୍ଚଳରେ ଚଢାଉ କରିଥିଲେ । ଏହି ସମୟରେ ୬ ଜଣ ଶିକାରୀ ଜଙ୍ଗଲରେ ମଧ୍ୟରେ ରୋଷେଇ କରୁଥିବାର ଦେଖିଥିଲେ । ତେବେ ବନବିଭାଗକୁ ଦେଖି ଶିକାରୀମାନେ ଦୁଇ ରାଉଣ୍ଡ ଗୁଳିଚାଳନା କରି ଖସିଯିବାକୁ ଚେଷ୍ଟା କରିଥିଲେ । ହେଲେ ତାହା ସଫଳ ହୋଇନଥିଲା । ଏସ୍‌ଟିପିଏଫ୍‌ ମଧ୍ୟ ଫାଙ୍କା ଗୁଳିଚାଳନା କରିଥିଲେ । ତେବେ ଘଟଣାସ୍ଥଳରେ ଜଣେ ଶିକାରୀ ଏବଂ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଥିବା ବେଳେ ୫ ଜଣ ଖସିଯାଇଥିଲେ । ଗିରଫ ଶିକାରୀଙ୍କୁ ପଚରାଉଚରା ପରେ ଅଶ୍ୱକୁଟି ଅଞ୍ଚଳରେ ଚଢାଉ ହୋଇଥିଲା । ଯେଉଁଠାରେ ଅନ୍ୟ ୩ ଜଣ ଶିକାରୀଙ୍କୁ ଗିରଫ ସହ ଜଙ୍ଗଲରେ ଲୁଚାଇ ରଖିଥିବା ୩ ବନ୍ଧୁକ ଜବତ ହୋଇଥିଲା । ବାକି ଏବେବି ୨ ଶିକାରୀ ଫେରାର ଅଛନ୍ତି । ଗିରଫ ଶିକାରୀ ମାନେ ହେଲେ ଅଶ୍ୱକୁଟି ଗାଁର ଗାନସା ସିଂ, ବରଜୁ ସିଂ, ଗୁରା ସିଂ ବାଂକ୍ଷୀରା , କାର୍ତ୍ତିକ ସିଂ ବାଂକ୍ଷୀରା ବୋଲି ଜଣାପଡିଛି ।

ଜଙ୍ଗଲରେ ଚଢାଉ ବେଳେ ବନ କର୍ମଚାରୀଙ୍କୁ ଗୁଳିମାଡ଼, ୪ ଶିକାରୀ ଗିରଫ

ଉଦଳା ୨୪।୦୩ : ଶିକାରୀଙ୍କ ଦୌରାତ୍ମ । ଜଙ୍ଗଲରେ ଚଢାଉ ବେଳେ ବନବକର୍ମଚାରୀଙ୍କୁ ମାରିଲେ ଗୁଳି । ଯାହାର ଜବାବରେ ବନବିଭାଗ ଓ ଏସ୍‌ଟିପିଏଫ୍‌ ମଧ୍ୟ ଫାଙ୍କା ଗୁଳିଚାଳନା କରିଥିଲେ । ମୟୁରଭଞ୍ଜ ଜିଲ୍ଲା ପୋଡ଼ାଡିହା ରେଞ୍ଜ ମନଭଙ୍ଗା ବିଟ୍‌ ଅଞ୍ଚଳରେ ଘଟିଛି ।

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ପୋଡ଼ାଡିହା ବନ ବିଭାଗ ଏସ୍‌ଟିପିଏଫ୍‌ ମିଳିତ ଭାବେ ମନଭଙ୍ଗା ବିଟ୍‌ ଅଞ୍ଚଳରେ ଚଢାଉ କରିଥିଲେ । ଏହି ସମୟରେ ୬ ଜଣ ଶିକାରୀ ଜଙ୍ଗଲରେ ମଧ୍ୟରେ ରୋଷେଇ କରୁଥିବାର ଦେଖିଥିଲେ । ତେବେ ବନବିଭାଗକୁ ଦେଖି ଶିକାରୀମାନେ ଦୁଇ ରାଉଣ୍ଡ ଗୁଳିଚାଳନା କରି ଖସିଯିବାକୁ ଚେଷ୍ଟା କରିଥିଲେ । ହେଲେ ତାହା ସଫଳ ହୋଇନଥିଲା । ଏସ୍‌ଟିପିଏଫ୍‌ ମଧ୍ୟ ଫାଙ୍କା ଗୁଳିଚାଳନା କରିଥିଲେ । ତେବେ ଘଟଣାସ୍ଥଳରେ ଜଣେ ଶିକାରୀ ଏବଂ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଥିବା ବେଳେ ୫ ଜଣ ଖସିଯାଇଥିଲେ । ଗିରଫ ଶିକାରୀଙ୍କୁ ପଚରାଉଚରା ପରେ ଅଶ୍ୱକୁଟି ଅଞ୍ଚଳରେ ଚଢାଉ ହୋଇଥିଲା । ଯେଉଁଠାରେ ଅନ୍ୟ ୩ ଜଣ ଶିକାରୀଙ୍କୁ ଗିରଫ ସହ ଜଙ୍ଗଲରେ ଲୁଚାଇ ରଖିଥିବା ୩ ବନ୍ଧୁକ ଜବତ ହୋଇଥିଲା । ବାକି ଏବେବି ୨ ଶିକାରୀ ଫେରାର ଅଛନ୍ତି । ଗିରଫ ଶିକାରୀ ମାନେ ହେଲେ ଅଶ୍ୱକୁଟି ଗାଁର ଗାନସା ସିଂ, ବରଜୁ ସିଂ, ଗୁରା ସିଂ ବାଂକ୍ଷୀରା , କାର୍ତ୍ତିକ ସିଂ ବାଂକ୍ଷୀରା ବୋଲି ଜଣାପଡିଛି ।