ଜଙ୍ଗଲରେ ନିଆଁ ଲଗାଇବାବେଳେ ୩ ଗିରଫ
କନ୍ଧମାଳ : ମାଡି ଚାଲିଛି ଜଙ୍ଗଲ ନିଆଁ I ଅନେକ ସ୍ଥାନରେ ଏହି ଜଙ୍ଗଲ ନିଆଁ ମନୁଷ୍ୟକୃତ I ମହୁଲ ସଂଗ୍ରହ ଏବଂ ଜୀବଜନ୍ତୁ ଶିକାର ଉଦ୍ୟେଶରେ ଶିକାରୀ ମାନେ ଜଙ୍ଗଲରେ ନିଆଁ ଲଗାଉଥିବାବେଳେ ଏହା ବର୍ତ୍ତମାନ ଅଣାୟତ୍ତ ହେଲାଣି I ସେହିଭଳି ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଦାରିଙ୍ଗବାଡ଼ି ବନବିଭାଗ ୩ ଜଣ ଦୁର୍ବୁତ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ,ଏନେଇ ACF ପ୍ରଫୁଲ୍ଲ ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ସୂଚନା […]

କନ୍ଧମାଳ : ମାଡି ଚାଲିଛି ଜଙ୍ଗଲ ନିଆଁ I ଅନେକ ସ୍ଥାନରେ ଏହି ଜଙ୍ଗଲ ନିଆଁ ମନୁଷ୍ୟକୃତ I ମହୁଲ ସଂଗ୍ରହ ଏବଂ ଜୀବଜନ୍ତୁ ଶିକାର ଉଦ୍ୟେଶରେ ଶିକାରୀ ମାନେ ଜଙ୍ଗଲରେ ନିଆଁ ଲଗାଉଥିବାବେଳେ ଏହା ବର୍ତ୍ତମାନ ଅଣାୟତ୍ତ ହେଲାଣି I ସେହିଭଳି ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଦାରିଙ୍ଗବାଡ଼ି ବନବିଭାଗ ୩ ଜଣ ଦୁର୍ବୁତ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ,ଏନେଇ ACF ପ୍ରଫୁଲ୍ଲ ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ସୂଚନା ମୁତାବକ ଦାରିଙ୍ଗବାଡ଼ି ବନାଞ୍ଚଳ ଅନ୍ତର୍ଗତ ବୁଡ଼ାଗୁଡ଼ା ସେକ୍ସନ ର ଋତୁଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ଗତକାଲି ରାତିରେ ନିଆଁ ଲାଗିବା ନେଇ ସ୍ୟାଟେଲାଇଟ ମାଧ୍ୟମରେ ସୂଚନା ପାଇ ବନ ବିଭାଗ କର୍ମଚାରୀ ମାନେ ନିଆଁ ଲିଭାଇବା ପାଇଁ ଯାଇଥିଲେ।
ସେହି ସମୟରେ ଜଙ୍ଗଲ ମଧ୍ୟରୁ ୩ଜଣ ଦୁର୍ବୃତ୍ତଙ୍କୁ ବନ ବିଭାଗ କର୍ମଚାରୀ ମାନେ ଧରିବାରେ ସଫଳ ହୋଇଥିଲେ l ୩ଜଣ ଦୁର୍ବୃତ୍ତଙ୍କ ଠାରୁ ଗୋଟିଏ ଗୁଳି ଭର୍ତ୍ତି ହୋଇଥିବା ଦେଶୀ ବନ୍ଧୁକ, ଦିଆସିଲି ସମେତ ଦୁଇଟି ମୋବାଇଲ ଟର୍ଚ୍ଚ ଲାଇଟ ଆଦି ଜବତ କରାଯାଇଛି । ଗିରଫ ତିନି ଅଭିଯୁକ୍ତ ହେଲେ ଗୁମିକିଆ ପଞ୍ଚାୟତ କିଲୁକୁପା ଗ୍ରାମର ମୋହିତ ପ୍ରଧାନ, ରାଜେଶ ପ୍ରଧାନ ଓ କୁନ୍ଦୁପାଙ୍ଗା ଗ୍ରାମର ଅକ୍ଷୟ ପ୍ରଧାନ l ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦାରିଙ୍ଗବାଡି ବନାଞ୍ଚଳ ଅଧିକାରୀ ତଥା ACF ସତୀଶ କୁମାର ଧାରୁଆ ପ୍ରମୁଖ ଉପସ୍ଥିତ ଥିଲେ l
ଅନ୍ୟପଟେ ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି ଯେତିକି ନିଆଁ ଲିଭାଉଛନ୍ତି ଅନ୍ୟସ୍ଥାନରେ ସେତିକି ଜଳୁଥିବା ଦେଖିବାକୁ ମିଳୁଛି। ନିଆଁ ଲିଭା କାମରେ ବନ ବିଭାଗ, ଦମକଳ ବାହିନୀ ଓ ଓଡ୍ରାଫ୍ଟ ଟିମ୍ ନିୟୋଜିତ ଅଛନ୍ତି। ଗୁରୁବାର ଅଭୟାରଣ୍ୟରେ ୩୧ଟି ଫାୟାର ପଏଣ୍ଟ ଚିହ୍ନଟ ହୋଇଥିବା ନେଇ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ(ଆର୍ସିସିଏଫ) ଡ.ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି I ବର୍ଷ ତମାମ ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ବନାଗ୍ନିକୁ ନେଇ ବିଭିନ୍ନ ସଚେତନତା ଭିତ୍ତିିକ କାର୍ଯ୍ୟକ୍ରମ କରାଯାଉଛି। ତେବେ ଶିକାର ଉଦ୍ୟେଶରେ ଶିକାରୀମାନେ ଜଙ୍ଗଲରେ ନିଆଁ ଲଗାଇଦେଉଛନ୍ତି I