ଜଙ୍ଗଲରେ ନିଆଁ ଲିଭାଇବ ATV, ୧୮ ଜିଲ୍ଲାକୁ ଦିଆଗଲା ୧୩୯ ଟି ଗାଡ଼ି
ବାରଙ୍ଗ : ଜଙ୍ଗଲ ରେ ନିଆଁ ଲିଭାଇବ ଏ.ଟି.ଭି । ଦେଶର ପ୍ରଥମ ଅଲ୍ ଟେରାଇନ୍ ଭେଇକିଲ ଦୌଡିବ ଓଡ଼ିଶାର ବିଭିନ୍ନ ଦୁର୍ଗମ ଜଙ୍ଗଲରେ । ନିଆଁ ଲିଭାଇବା ସହିତ ଜୀବଜନ୍ତୁ ଉଦ୍ଧାର କାର୍ଯ୍ୟରେ ସହାୟକ ହେବ । ଏଥର ୧୮ ଟି ଜିଲ୍ଲାର ଜଙ୍ଗଲରେ ପାଇଁତରା ମାରିବ ୧୩୯ ଏ.ଟି.ଭି ଗାଡ଼ି । ନିଆଁକୁ କରିବ ନିୟନ୍ତ୍ରଣ। ଖାଲି ନିଆଁ କୁ ଲିଭାଇବ ତାହା ନୁହେଁ ବାଲି, ମାଟି , କାଦୁଅ ରାସ୍ତା , ପାହାଡିଆ […]

ବାରଙ୍ଗ : ଜଙ୍ଗଲ ରେ ନିଆଁ ଲିଭାଇବ ଏ.ଟି.ଭି । ଦେଶର ପ୍ରଥମ ଅଲ୍ ଟେରାଇନ୍ ଭେଇକିଲ ଦୌଡିବ ଓଡ଼ିଶାର ବିଭିନ୍ନ ଦୁର୍ଗମ ଜଙ୍ଗଲରେ । ନିଆଁ ଲିଭାଇବା ସହିତ ଜୀବଜନ୍ତୁ ଉଦ୍ଧାର କାର୍ଯ୍ୟରେ ସହାୟକ ହେବ । ଏଥର ୧୮ ଟି ଜିଲ୍ଲାର ଜଙ୍ଗଲରେ ପାଇଁତରା ମାରିବ ୧୩୯ ଏ.ଟି.ଭି ଗାଡ଼ି । ନିଆଁକୁ କରିବ ନିୟନ୍ତ୍ରଣ। ଖାଲି ନିଆଁ କୁ ଲିଭାଇବ ତାହା ନୁହେଁ ବାଲି, ମାଟି , କାଦୁଅ ରାସ୍ତା , ପାହାଡିଆ ଅଞ୍ଚଳ ଏବଂ ଯେଉଁଠି ରାସ୍ତା ନାହିଁ ସେଠାକୁ ମଧ୍ୟ ଯାଇପାରିବ। ଏଥିପାଇଁ ରାଜ୍ୟର ବିଭିନ୍ନ ଜଙ୍ଗଲକୁ ମିଳିଛି ଅଲ୍-ଟେରେନ୍ ମୋଟର ଯାନ ବା ଏଟିଭି ଏବଂ ଅଗ୍ନି ନିରାକରଣ ସହାୟତା ୟୁନିଟ୍ ।
ରାଜ୍ୟରେ ଥିବା ୧୯ ଗୋଟି ଅଭୟାରଣ୍ୟ, ଗୋଟିଏ ଜାତୀୟ ଉଦ୍ୟାନ, ୨ଟି ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଏବଂ ୨ ଗୋଟି ସଂରକ୍ଷିତ ଅଞ୍ଚଳକୁ ଏଗୁଡ଼ିକୁ ବଣ୍ଟନ କରାଯାଇଛି । ରାଜ୍ୟ ଉଭିଦ ଉଦ୍ୟାନଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୧୮ଟି ଜିଲ୍ଲାରେ ଥିବା ଜଙ୍ଗଲ ପାଇଁ ୧୩୯ଟି ଅତ୍ୟାଧୁନିକ ଗାଡ଼ି ବଣ୍ଟନ କରାଯାଇଛି । ଯେଉଁଥିରେ ରହିଛି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ୫୧ଟି ଅଲ-ଟେରେନ୍ ମୋଟର ଯାନ ବା ଏଟିଭି ।
ଏହି ଗାଡ଼ିଗୁଡ଼ିକ ଜଙ୍ଗଲର ପ୍ରତି ସ୍ଥାନକୁ ଯିବାକୁ କ୍ଷମତା ରଖିଛି। ବାଲି, ମାଟି, କାଦୁଅ, ପଥର ଉପରେ ଚଢି ଯେକୌଣସି ପରିସ୍ଥିତିରେ ଜଙ୍ଗଲ ଭିତରକୁ ଯାଇ ପାଟ୍ରୋଲିଂ କରିବାରେ ସକ୍ଷମ ହେବ । ପ୍ରାକୃତିକ ବିପଦକୁ କମ୍ କରିବା ସହ ଗୁପ୍ତ କାର୍ୟ୍ୟକଳାପକୁ ରୋକିବାରେ ସହାୟକ ହେବ ।ଏହି ଗାଡ଼ିରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ସେହିପରି କଷ୍ଟୋମାଇଜଡ୍ ସ୍ପ୍ରିଙ୍କଲର ସିଷ୍ଟମ୍ ସହିତ ୪୧ ଅଗ୍ନି ନିର୍ବାପକ ୟୁନିଟ୍ ଏବଂ ୪୭ ଅଗ୍ନି ନିରାକରଣ ସହାୟତା ୟୁନିଟ୍ ଜଙ୍ଗଲ କ୍ଷେତ୍ର ବିଭାଗକୁ ପ୍ରଦାନ କରାଯାଇଛି । ସଡକ ପାର୍ଶ୍ୱରେ ଘଟୁଥିବା ଅଗ୍ନିକାଣ୍ଡକୁ ରୋକିବାକୁ ଦୃଷ୍ଟିରେ ରଖି ସ୍ପ୍ରିଙ୍କଲରକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଜଙ୍ଗଲରେ ଅଗ୍ନିକାଣ୍ଡ ହେତୁ କ୍ଷୟକୁ କମ୍ କରିବା ପାଇଁ ବିଶେଷ ଭାବରେ ଡିଜାଇନ୍ କରାଯାଇଛି ।
ଉନ୍ନତ ଗତିଶୀଳତା ନିଶ୍ଚିତ କରିବା ,ପ୍ରତିକ୍ରିୟା ସମୟ କମ୍ କରିବା ଏବଂ ଗୁପ୍ତ କାର୍ଯ୍ୟକଳାପକୁ ରୋକିବା ପାଇଁ ସ୍ବତନ୍ତ୍ର ଭାବେ କଷ୍ଟୋମାଇଜଡ ହୋଇଛି ୫୧ ଟି ଏ ଟି ଭି । ସ୍ପ୍ରିଙ୍କଲର ସିଷ୍ଟମ ସହିତ ଅଗ୍ନି ନିର୍ବାପକ ଯାନ ଗୁଡ଼ିକ ବିଶେଷ ଭାବରେ ସଡକ ପାର୍ଶ୍ବରେ ଘଟୁଥିବା ଅଗ୍ନିକାଣ୍ଡ ଏବଂ ପ୍ରତିକ୍ରିୟା ସମୟକୁ ହ୍ରାସ କରି ଜଙ୍ଗଲରେ ଅଗ୍ନିକାଣ୍ଡ ହେତୁ କ୍ଷୟକୁ କମ୍ କରିବା ପାଇଁ ବିଶେଷ ଭାବରେ ଏହି ଗାଡ଼ି କୁ ଡିଜାଇନ୍ କରାଯାଇଛି । ଏଥିସହ ଅଗ୍ନି ନିରାପତ୍ତା ୟୁନିଟ୍ ଗୁଡ଼ିକ ଅଗ୍ନି ନିରାପତ୍ତା ତଥା ଅଗ୍ନି ନିର୍ବାପକ ପାଇଁ ତ୍ବରିତ ପଦକ୍ଷେପରେ ଉନ୍ନତି ପାଇଁ ସହାୟକ ହେବ ।ଏହି ଯାନ ଗୁଡ଼ିକୁ ଟାଟା ମୋଟର୍ସ ଏବଂ ମହିନ୍ଦ୍ରା କମ୍ପାନୀର ବରିଷ୍ଠ ଅଧିକାରୀ ଓ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ବିତରଣ କରାଯାଇଛି। ଏହି ବିତରଣ ଉତ୍ସବରେ ପି ସି ସି ଏଫ୍ ସୁଶାନ୍ତ ନନ୍ଦ ,ଦେବିଦତ୍ତ ବିଶ୍ଵାଳ ,ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି ନାୟାର , ଉପ ନିର୍ଦ୍ଦେଶକ ସନତ କୁମାର ନାରାୟଣ ପ୍ରମୁଖ ଯୋଗଦାନ କରିଥିଲେ ।