ଜଙ୍ଗଲି ବାରହା ଜବତ, ୫ ଗିରଫ
ଫୁଲବାଣୀ: କନ୍ଧମାଳ ଜିଲା ଟିକାବାଲି ବନାଞ୍ଚଳ ପକ୍ଷରୁ ରାତ୍ର ପେଟ୍ରୋଲିଂ ବେଳେ ଦୁଇଟି ପୃଥକ ସ୍ଥାନରେ ଦୁଇଟି ବାରହା ଜବତ କରାଯିବା ସହିତ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ଟକାବାଲି ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି। ଗିରଫ ମାନେ ହେଲେ ଫିିରିଙ୍ଗିଆ ଥାନା ଅଞ୍ଚଳର ବୁଆନ କହଁର, ଡ଼ାଗାରି ପଦର ଗ୍ରାମର ମଦୁସୁଦନ କହଁର, ଡ଼ାକରିମୁଣ୍ଡା ଗ୍ରାମର ରସାନ୍ତ କହଁର ଓ ଚକାପାଦ ଥାନା ଅଞ୍ଚଳର ଯୋଗଶ୍ୱର କହଁର ଏବଂ ଟିକାବାଲି ଥାନା ଅଞ୍ଚଳର […]

ଫୁଲବାଣୀ: କନ୍ଧମାଳ ଜିଲା ଟିକାବାଲି ବନାଞ୍ଚଳ ପକ୍ଷରୁ ରାତ୍ର ପେଟ୍ରୋଲିଂ ବେଳେ ଦୁଇଟି ପୃଥକ ସ୍ଥାନରେ ଦୁଇଟି ବାରହା ଜବତ କରାଯିବା ସହିତ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ଟକାବାଲି ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି। ଗିରଫ ମାନେ ହେଲେ ଫିିରିଙ୍ଗିଆ ଥାନା ଅଞ୍ଚଳର ବୁଆନ କହଁର, ଡ଼ାଗାରି ପଦର ଗ୍ରାମର ମଦୁସୁଦନ କହଁର, ଡ଼ାକରିମୁଣ୍ଡା ଗ୍ରାମର ରସାନ୍ତ କହଁର ଓ ଚକାପାଦ ଥାନା ଅଞ୍ଚଳର ଯୋଗଶ୍ୱର କହଁର ଏବଂ ଟିକାବାଲି ଥାନା ଅଞ୍ଚଳର ସଦେଇ ମଲିକ ବୋଲି କୁହାଯାଇଛି। ଏନେଇ ଦୁଇଟି ମାମଲା ରୁଜୁ କରାଯାଇ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚକାପାଦ ଅଞ୍ଚଳରୁ ବାରହା ଗୁଡ଼ିକ ଜବତ କରାଯାଇଥିବା ବେଳେ ଏହି ମାମଲାରେ ଗୋଟିଏ ଅଟୋ, ଗୋଟିଏ ମଟର ସାଇକଲ ସହିତ ଗୋଟିଏ ସ୍କୁଟି ମଧ୍ୟ ଜବତ କରିଛି ବନ ବିଭାଗ।