ଜଣେ ଲେଗ୍ ସ୍ପିନର୍ରୁ କିଭଳି ଦ୍ରୁତ ବୋଲର୍ ହେଲେ ପାଣ୍ଡ୍ୟା? କାରଣ ଜାଣିଲେ…
ନୂଆଦିଲ୍ଲୀ,୧୧।୧୦: ଟିମ୍ ଇଣ୍ଡିଆର ଉଲ୍ଲେଖନୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅକ୍ଟୋବର ୧୧ ଅର୍ଥାତ ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି। ୩୧ ବର୍ଷୀୟ ପାଣ୍ଡ୍ୟା ଆଜି ଭାରତୀୟ ଟିମ୍ର ପେସ୍ର ଭାବେ ପ୍ରମୁଖ ଅଙ୍ଗ ରହି ଆସୁଛନ୍ତି। ଟି୨୦ ବିଶ୍ୱକପ୍ ଫାଇନାଲରେ ସେ ନିଜର ବୋଲିଂ ବଳରେ ହାରୁଥିବା ବାଜି ପଲଟାଇ ଦେଇଥିଲେ। ତେବେ କ’ଣ ଆପଣ ଜାଣନ୍ତି କି ଏଭଳି ଚମତ୍କାର ବୋଲିଂ କରୁଥିବା ପାଣ୍ଡ୍ୟା ଲେଗ୍ ସ୍ପିନର ଥିଲେ। ହେଲେ ଗୋଟିଏ ଘଟଣା ତାଙ୍କ […] The post ଜଣେ ଲେଗ୍ ସ୍ପିନର୍ରୁ କିଭଳି ଦ୍ରୁତ ବୋଲର୍ ହେଲେ ପାଣ୍ଡ୍ୟା? କାରଣ ଜାଣିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୧୧।୧୦: ଟିମ୍ ଇଣ୍ଡିଆର ଉଲ୍ଲେଖନୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅକ୍ଟୋବର ୧୧ ଅର୍ଥାତ ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି। ୩୧ ବର୍ଷୀୟ ପାଣ୍ଡ୍ୟା ଆଜି ଭାରତୀୟ ଟିମ୍ର ପେସ୍ର ଭାବେ ପ୍ରମୁଖ ଅଙ୍ଗ ରହି ଆସୁଛନ୍ତି। ଟି୨୦ ବିଶ୍ୱକପ୍ ଫାଇନାଲରେ ସେ ନିଜର ବୋଲିଂ ବଳରେ ହାରୁଥିବା ବାଜି ପଲଟାଇ ଦେଇଥିଲେ। ତେବେ କ’ଣ ଆପଣ ଜାଣନ୍ତି କି ଏଭଳି ଚମତ୍କାର ବୋଲିଂ କରୁଥିବା ପାଣ୍ଡ୍ୟା ଲେଗ୍ ସ୍ପିନର ଥିଲେ। ହେଲେ ଗୋଟିଏ ଘଟଣା ତାଙ୍କ କ୍ୟାରିୟର ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲା।
ପାଣ୍ଡ୍ୟା ସୁରଟର ବାସିନ୍ଦା। ହେଲେ ବାପା ହିମାଂଶୁ ତାଙ୍କ କ୍ରିକେଟ ଶିକ୍ଷାକୁ ଦୃଷ୍ଟିରେ ରଖି ବରୋଦା ଆସିଥିଲେ। ଏହାପରେ ଦୁଇ ଭାଇଙ୍କ ଆଡମିଶନ ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ କିରଣ ମୋରେଙ୍କ ଏକାଡେମୀରେ କରାଯାଇଥିଲା। ବ୍ୟକ୍ତିଗତ କୋଚ୍ ଜିତେନ୍ଦ୍ର କୁମାରଙ୍କ ମତରେ ୭ ବର୍ଷର ହାର୍ଦ୍ଦିକ ଆରମ୍ଭରୁ ପରିଶ୍ରମୀ ଥିଲେ। ସେ ଏକାଡେମୀରେ ସବୁଠାରୁ ପ୍ରଥମେ ପହଞ୍ଚୁଥିଲେ। ସେ କେବଳ ବ୍ୟାଟିଂ କରୁଥିଲେ। ହେଲେ ବିଳମ୍ବରେ ବୋଲିଂ କରିବା ଆରମ୍ଭ କର ଲେଗ୍ ସ୍ପିନ୍ କରୁଥିଲେ।
ହାର୍ଦ୍ଦିକଙ୍କ ବୋଲିଂ କ୍ଷମତାକୁ କୋଚ୍ ସନଥ କୁମାର ଚିହ୍ନି ପାରିଥିଲେ। ଗୋଟିଏ ଘଟଣା ତାଙ୍କୁ ଲେଗ୍ ସ୍ପିନରରୁ ଦ୍ରୁତ ବୋଲର୍ କରିଥିଲେ। ସେଇଟି ହେଲା କିଛି ଏଭଳି। ଏକଦା ନେଟ୍ ସେଶନ ଚାଲୁଥିଲା। ନିମ୍ନକ୍ରମର ବ୍ୟାଟ୍ସମ୍ୟାନ୍ଙ୍କୁ ଅଭ୍ୟାସ କରିବାର ଆବଶ୍ୟକତା ଥିଲା। ଏଥିଲାଗି କିଛି ଦ୍ରୁତ ବୋଲରଙ୍କ ଆବଶ୍ୟକତା ରହିଥିଲା। ସେତେବେଳେ ସମସ୍ତ ଦ୍ରୁତ ବୋଲର୍ ଥକି ଯାଇଥିଲେ। ହାର୍ଦ୍ଦିକ ସେହି ଭୂମିକା ତୁଲାଇବା ପରେ ପେସ୍ ଏବଂ କଣ୍ଟ୍ରୋଲ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ। ଏହାପରେ ସନଥ ତାଙ୍କୁ ଏହାର ଟ୍ରେନିଂ ଦେବା ଆରମ୍ଭ କରିଥିଲେ। ଯାହାକୁ ନେଇ ଏବେ ସେ ସଫଳ ହୋଇଛନ୍ତି।
The post ଜଣେ ଲେଗ୍ ସ୍ପିନର୍ରୁ କିଭଳି ଦ୍ରୁତ ବୋଲର୍ ହେଲେ ପାଣ୍ଡ୍ୟା? କାରଣ ଜାଣିଲେ… appeared first on Dharitri Odia News.