ଜନତାଙ୍କୁ ଭୋଟଭିକ୍ଷା କଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ : ଗୋବର୍ଦ୍ଧନପୁର ପଞ୍ଚାୟତରେ ବିଜେଡିର ମାରାଥନ ପ୍ରଚାର

କଳାହାଣ୍ଡି,୦୨/୦୫-ଦିନକୁ ଦିନ ରାଜନୈତିକ ଦଳଗୁଡ଼ିକ ନିଜ ନିଜର ପ୍ରଚାର ଜୋରଦାର କରୁଥିବାବେଳେ କଳାହାଣ୍ଡି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଲାଞ୍ଜିଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଶାସକ ବିଜୁ ଜନତା ଦଳ ପ୍ରଚାରରେ ବେଶ ଆଗରେ ରହିଛି। ଏପରିକି ଆଜି ଦିନତମାମ ଲାଞ୍ଜିଗଡରୁ ବିଶ୍ୱନାଥପୁର ପର୍ଯ୍ୟନ୍ତ ବାଇକ ଶୋଭାଯାତ୍ରା, ରୋଡ଼ ସୋ, ବିଶ୍ୱନାଥପୁରଠାରେ ବିଶାଳ ସଂକଳ୍ପ ସମାବେଶ, ମିଶ୍ରଣ ପର୍ବ ପରେପରେ ଗୋବର୍ଦ୍ଧନପୁର ପଞ୍ଚାୟତର ବିଭିନ୍ନ ଗାଁରେ ପ୍ରଚାର ଅଭିଯାନକୁ ଜୋରଦାର କରିବା ସହିତ ଜନସାଧାରଣଙ୍କୁ ଭୋଟ ଭିକ୍ଷା […] The post ଜନତାଙ୍କୁ ଭୋଟଭିକ୍ଷା କଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ : ଗୋବର୍ଦ୍ଧନପୁର ପଞ୍ଚାୟତରେ ବିଜେଡିର ମାରାଥନ ପ୍ରଚାର appeared first on Odisha.News.

ଜନତାଙ୍କୁ ଭୋଟଭିକ୍ଷା କଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ : ଗୋବର୍ଦ୍ଧନପୁର ପଞ୍ଚାୟତରେ ବିଜେଡିର ମାରାଥନ ପ୍ରଚାର

କଳାହାଣ୍ଡି,୦୨/୦୫-ଦିନକୁ ଦିନ ରାଜନୈତିକ ଦଳଗୁଡ଼ିକ ନିଜ ନିଜର ପ୍ରଚାର ଜୋରଦାର କରୁଥିବାବେଳେ କଳାହାଣ୍ଡି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଲାଞ୍ଜିଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଶାସକ ବିଜୁ ଜନତା ଦଳ ପ୍ରଚାରରେ ବେଶ ଆଗରେ ରହିଛି। ଏପରିକି ଆଜି ଦିନତମାମ ଲାଞ୍ଜିଗଡରୁ ବିଶ୍ୱନାଥପୁର ପର୍ଯ୍ୟନ୍ତ ବାଇକ ଶୋଭାଯାତ୍ରା, ରୋଡ଼ ସୋ, ବିଶ୍ୱନାଥପୁରଠାରେ ବିଶାଳ ସଂକଳ୍ପ ସମାବେଶ, ମିଶ୍ରଣ ପର୍ବ ପରେପରେ ଗୋବର୍ଦ୍ଧନପୁର ପଞ୍ଚାୟତର ବିଭିନ୍ନ ଗାଁରେ ପ୍ରଚାର ଅଭିଯାନକୁ ଜୋରଦାର କରିବା ସହିତ ଜନସାଧାରଣଙ୍କୁ ଭୋଟ ଭିକ୍ଷା କରିଥିଲେ। ଆଜି ବିଳମ୍ବିତ ସନ୍ଧ୍ୟାରେ ଲୋକସଭା ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଦିଶାରୀ ଗୋପାଳପୁର ପହଞ୍ଚିବା ପରେ ଜନସାଧାରଣଙ୍କ ତରଫରୁ ଉଭୟ ପ୍ରାର୍ଥୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଲୋକେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ନିଜ ନିଜର ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିବାବେଳେ ନିର୍ବାଚିତ ହେଲାପରେ ପ୍ରାଥମିକତା ସହିତ ସେଗୁଡିକ ସମାଧାନ ପାଇଁ ଯତ୍ନବାନ ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ପରେ ସାଂସଦ ଓ ବିଧାୟକ ପ୍ରାର୍ଥୀ ଭାଲୁଚଞ୍ଚରା, ପାଟଭାଲେର, ଗୋବର୍ଦ୍ଧନପୁର, ପାଣିମୁଣ୍ଡା, ଲକଟାଖମନ ଗାଁରେ ପହଂଚିବା ପରେ ଦଳୀୟ କର୍ମୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ପାଛୋଟି ନେଇଥିଲେ। ଉଭୟ ପ୍ରାର୍ଥୀଙ୍କ ସହିତ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବିଜେଡି ଜୋନ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ବିଜେଡି ଯୁବନେତା ସୌରଭ ପାତ୍ର, ଡିଲେଶ କୁମାର ନାଗ, ଅଶୋକ ପାଢ଼ୀ, ସଂଜୀବ ପଣ୍ଡା, କିରଣ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

The post ଜନତାଙ୍କୁ ଭୋଟଭିକ୍ଷା କଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ : ଗୋବର୍ଦ୍ଧନପୁର ପଞ୍ଚାୟତରେ ବିଜେଡିର ମାରାଥନ ପ୍ରଚାର appeared first on Odisha.News.