ଜନସଂଖ୍ୟା ବୃଦ୍ଧି ହାର ଠାରୁ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ହାର ଅଧିକ; ଡରାଇଲା IC3 ଇନଷ୍ଟିଚ୍ୟୁଟ୍ ରିପୋର୍ଟ
ନୂଆଦିଲ୍ଲୀ: ଏନସିଆରବି ରିପୋର୍ଟରେ ବିଚଳିତ କଲା ଭଳି ତଥ୍ୟ । ଭାରତରେ ବଢ଼ୁଛି ଛାତ୍ରଛାତ୍ରୀ ଆତ୍ମହତ୍ୟା ସଂଖ୍ୟା । ଦେଶ ଜନସଂଖ୍ୟା ବୃଦ୍ଧି ହାର ଠାରୁ ଛାତ୍ର ଆତ୍ମହତ୍ୟା ହାର ଅଧିକ । ଏନସିଆରବି ରିପୋର୍ଟ ଆଧାରରେ କୁହାଯାଇଛି, ଏହି ସଂକଟ ବର୍ଷକୁ ବର୍ଷ ଦ୍ରୁତଗତିରେ ବଢ଼ିରେ ଲାଗିଛି । ପ୍ରତିବର୍ଷ ଆତ୍ମହତ୍ୟା ୨ ପ୍ରତିଶତ ହାରରେ ବୃଦ୍ଧି ପାଉଛି । ଏଥିରେ ଛାତ୍ରଛାତ୍ରୀଙ୍କ ସୁଇସାଇଡ୍ ହାର ଅଧିକ ରହିଛି । ପ୍ରତିବର୍ଷ ୪ ପ୍ରତିଶତ ବଢ଼ୁଛି । ଏହା ମଧ୍ୟରୁ ଅନେକ ଆତ୍ମହତ୍ୟା ରିପୋର୍ଟ ସାମ୍ନାକୁ ଆସୁପାରୁନି । IC3 ଇନଷ୍ଟିଚ୍ୟୁଟ୍ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟରେ ଛାତ୍ରଛାତ୍ରୀ ସୁଇସାଇଡ୍ କେସ୍ ଶୀର୍ଷରେ ରହିଛି । ଭାରତରେ ଏହା ମହାମାରୀ ଭଳି ବଢ଼ି ଚାଲିଛି ବୋଲି ରିପୋର୍ଟ କୁହାଯାଇଛି । ରିପୋର୍ଟ ଏହା ମଧ୍ୟ କୁହାଯାଇଛି, ଗତ ଦୁଇ ଦଶକ ମଧ୍ୟରେ ଛାତ୍ରଛାତ୍ରୀ ଆତ୍ମହତ୍ୟା ମାମଲା ୪ ପ୍ରତିଶତି ହାରରେ ବୃଦ୍ଧି ପାଇଛି । ଏହା ମୋଟ୍ ସୁଇସାଇଡ୍ ମାମଲା ଠାରୁ ଦୁଇ ଗୁଣା ଅଧିକ । ୨୦୨୨ରେ ଆତ୍ମହତ୍ୟାରେ ପ୍ରାଣ ହରାଇଥିବା ମୋଟ୍ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୩ ପ୍ରତିଶତ ପୁଅ ରହିଥିଲେ । ୨୦୨୧ରୁ ୨୦୨୨ ମଧ୍ୟରେ ପ୍ରାଣ ହରାଇଥିବା ପୁରୁଷ ଛାତ୍ରଙ୍କ ମାମଲା ୬ ପ୍ରତିଶତ । ଏହି ସମାନ ସ୍ଥିତିରେ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ମାମଲା ୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଏହା ଏକ ଚିନ୍ତା ଜନକ ବିଷୟ ଯେ, ଶିକ୍ଷା
ନୂଆଦିଲ୍ଲୀ: ଏନସିଆରବି ରିପୋର୍ଟରେ ବିଚଳିତ କଲା ଭଳି ତଥ୍ୟ । ଭାରତରେ ବଢ଼ୁଛି ଛାତ୍ରଛାତ୍ରୀ ଆତ୍ମହତ୍ୟା ସଂଖ୍ୟା । ଦେଶ ଜନସଂଖ୍ୟା ବୃଦ୍ଧି ହାର ଠାରୁ ଛାତ୍ର ଆତ୍ମହତ୍ୟା ହାର ଅଧିକ । ଏନସିଆରବି ରିପୋର୍ଟ ଆଧାରରେ କୁହାଯାଇଛି, ଏହି ସଂକଟ ବର୍ଷକୁ ବର୍ଷ ଦ୍ରୁତଗତିରେ ବଢ଼ିରେ ଲାଗିଛି । ପ୍ରତିବର୍ଷ ଆତ୍ମହତ୍ୟା ୨ ପ୍ରତିଶତ ହାରରେ ବୃଦ୍ଧି ପାଉଛି । ଏଥିରେ ଛାତ୍ରଛାତ୍ରୀଙ୍କ ସୁଇସାଇଡ୍ ହାର ଅଧିକ ରହିଛି । ପ୍ରତିବର୍ଷ ୪ ପ୍ରତିଶତ ବଢ଼ୁଛି । ଏହା ମଧ୍ୟରୁ ଅନେକ ଆତ୍ମହତ୍ୟା ରିପୋର୍ଟ ସାମ୍ନାକୁ ଆସୁପାରୁନି । IC3 ଇନଷ୍ଟିଚ୍ୟୁଟ୍ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟରେ ଛାତ୍ରଛାତ୍ରୀ ସୁଇସାଇଡ୍ କେସ୍ ଶୀର୍ଷରେ ରହିଛି । ଭାରତରେ ଏହା ମହାମାରୀ ଭଳି ବଢ଼ି ଚାଲିଛି ବୋଲି ରିପୋର୍ଟ କୁହାଯାଇଛି ।
ରିପୋର୍ଟ ଏହା ମଧ୍ୟ କୁହାଯାଇଛି, ଗତ ଦୁଇ ଦଶକ ମଧ୍ୟରେ ଛାତ୍ରଛାତ୍ରୀ ଆତ୍ମହତ୍ୟା ମାମଲା ୪ ପ୍ରତିଶତି ହାରରେ ବୃଦ୍ଧି ପାଇଛି । ଏହା ମୋଟ୍ ସୁଇସାଇଡ୍ ମାମଲା ଠାରୁ ଦୁଇ ଗୁଣା ଅଧିକ । ୨୦୨୨ରେ ଆତ୍ମହତ୍ୟାରେ ପ୍ରାଣ ହରାଇଥିବା ମୋଟ୍ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୩ ପ୍ରତିଶତ ପୁଅ ରହିଥିଲେ । ୨୦୨୧ରୁ ୨୦୨୨ ମଧ୍ୟରେ ପ୍ରାଣ ହରାଇଥିବା ପୁରୁଷ ଛାତ୍ରଙ୍କ ମାମଲା ୬ ପ୍ରତିଶତ । ଏହି ସମାନ ସ୍ଥିତିରେ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ମାମଲା ୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଏହା ଏକ ଚିନ୍ତା ଜନକ ବିଷୟ ଯେ, ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ଚାପ ପଡୁଛି ।
ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ହାର ଦେଶର ଜନସଂଖ୍ୟା ଗ୍ରୋଥ୍ ରେଟ୍ ଠାରୁ ଅଧିକ ରହିଛି । ଦେଶରେ ଶୂନରୁ ୨୪ ବର୍ଷ ବୟସ୍କ ସଂଖ୍ୟା ୫୮.୨ ପ୍ରତିଶତ । ହେଲେ ଏହା ୫୮.୧ ପ୍ରତିଶତକୁ ହ୍ରାସ ପାଇଛି । ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ୬,୬୫୪ରୁ ୧୩,୦୪୪ରୁ ବୃଦ୍ଧି ପାଇଛି । IC3 ଇନଷ୍ଟିଚ୍ୟୁଟ୍ ଏକ ସ୍ବେଚ୍ଛାସେବୀ ସଂସ୍ଥା । ଏହି ସଂସ୍ଥା ବିଶ୍ବବ୍ୟାପୀ ସ୍କୁଲ ପ୍ରଶାସନକୁ ପ୍ରଶିକ୍ଷଣ ଦେବାରେ ସହଯୋଗ କରିଥାଏ । ରିପୋର୍ଟରେ କୁହାଯାଇଛି, ମହାରାଷ୍ଟ୍ର, ତାମିଲନାଡୁ ଏବଂ ମଧ୍ୟପ୍ରଦେଶରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ଅଧିକ ରହିଛି ।..