ଜନ୍ମ ଦିନରେ ମା’ ହିରାବେନଙ୍କୁ ମନେ ପକାଇଛନ୍ତି ମୋଦି
ଭୁବନେଶ୍ୱର,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସି ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ୫ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟଙ୍କୁ ଆସିଛି। ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଉଦ୍ବୋଧନ ଦେଇ ଗାଡ଼କଣରେ କ୍ଷୀରି ଖାଇଥିବା କଥା ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସଭାସ୍ଥଳକୁ ଆସିବା ପୂର୍ବରୁ ଆବାସ ଗୃହ ପ୍ରବେଶ କରାଇବାକୁ ମୁଁ ଜଣେ ଆଦିବାସୀ ପରିବାରଙ୍କ ଘରକୁ ଯାଇଥିଲି। ସେଠାରେ ଆଦିବାସୀ […] The post ଜନ୍ମ ଦିନରେ ମା’ ହିରାବେନଙ୍କୁ ମନେ ପକାଇଛନ୍ତି ମୋଦି appeared first on Dharitri Odia News.
ଭୁବନେଶ୍ୱର,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସି ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ୫ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟଙ୍କୁ ଆସିଛି।
‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଉଦ୍ବୋଧନ ଦେଇ ଗାଡ଼କଣରେ କ୍ଷୀରି ଖାଇଥିବା କଥା ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସଭାସ୍ଥଳକୁ ଆସିବା ପୂର୍ବରୁ ଆବାସ ଗୃହ ପ୍ରବେଶ କରାଇବାକୁ ମୁଁ ଜଣେ ଆଦିବାସୀ ପରିବାରଙ୍କ ଘରକୁ ଯାଇଥିଲି। ସେଠାରେ ଆଦିବାସୀ ମା’ ଜଣକ ମୋତେ କ୍ଷୀରି ଖୁଆଇ ଥିଲେ। କ୍ଷୀରି ଖାଇବା ବେଳେ ମୋ ମା’ କଥା ମନେପଡ଼ି ଥିଲା। ମୁଁ ମୋର ଜନ୍ମ ଦିନରେ ମା’ଙ୍କ ପାଖକୁ ଯାଉଥିଲି। ସେତିକିବେଳେ ମୋ ମା’ ହିରାବେନ ମିଠା ଖୁଆଉଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଏପରି କହି ଜନ୍ମ ଦିନରେ ମା’ ହିରାବେନଙ୍କୁ ମନେ ପକାଇଛନ୍ତି ମୋଦି।
The post ଜନ୍ମ ଦିନରେ ମା’ ହିରାବେନଙ୍କୁ ମନେ ପକାଇଛନ୍ତି ମୋଦି appeared first on Dharitri Odia News.