ଜନ୍ମଦିନରେ ଓଲିଉଡ୍ ସୁପରଷ୍ଟାରଙ୍କୁ ବାନ୍ଧବୀଙ୍କ ଗିଫ୍ଟ, ଯାହା ଅନୁଭବ କଲେ କାହାଣୀରେ ଉତାରିଲେ

କଟକ ୨୬/୧୨: ଓଲିଉଡ୍‌ ସୁପରଷ୍ଟାର୍‌ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ତାଙ୍କ ବାନ୍ଧବୀ  ଜାଗ୍ରୁତି ଶୁକ୍ଳା । ଏଥର କୌଣସି ଫିଲ୍ମ କିମ୍ୱା  ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ  ନୁହେଁ ବରଂ ଏକ ବହିକୁ ନେଇ ଚର୍ଚ୍ଚାର  ପରିସରକୁ ଆସିଛନ୍ତି ଜାଗ୍ରୁତି । ଅନୁଭବଙ୍କୁ ନେଇ ସେ ଏକ ବହି ଲେଖିଛନ୍ତି । View this post on InstagramA post shared by Redgrab Books ???? (@redgrabbooks)ଏହି  ବହିର କଭର୍‌ ପେଜ୍‌କୁ ସେ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଛନ୍ତି । ଯେଉଁଥିରେ ଅନୁଭବଙ୍କ ଫଟୋ ସହ "ଆନ୍‌  ଅଫିସିଆଲ୍‌ ବାୟୋଗ୍ରାଫି ଅଫ୍‌ ଅନୁଭବ ମହାନ୍ତି, ବ୍ଲକବ୍ଲଷ୍ଟର୍‌ ଟୁ ବାଲାଟ୍‌ ବକ୍ସ’ ବୋଲି  ଉଲ୍ଲେଖ ରହିଛି । ଯାହା ଖୁବ୍‌ଶୀଘ୍ର ସମସ୍ତଙ୍କ ସାମ୍ନାକୁ ଆସିବ ବୋଲି ଲେଖିଛନ୍ତି । ଦୀର୍ଘ ୪ ବର୍ଷରୁ ଅଧିକ ସମୟ ଧରି  ସେ ଏହି ବହି ଲେଖିଥିବା ସାମାଜିକ  ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି । ଗତ ୨୪ ତାରିଖରେ ଅନୁଭବ ମହାନ୍ତିଙ୍କ ଜନ୍ମଦିନ  ଅବସରରେ ସେ ଲେଖିଥିବା ଏହି ବହି  ସମ୍ପର୍କରେ ସୂଚନା ଦେଇଛନ୍ତି । ଅନୁଭବଙ୍କ ଜୀବନୀ ସମ୍ପର୍କରେ ଆଧାରିତ ଏହି ବହିରେ ବିଭିନ୍ନ ବ୍ଲକ୍‌ବ୍ଲଷ୍ଟର୍‌ ସିନେମାଠାରୁ ଆରମ୍ଭ  କରି ରାଜନୀତିରେ ପାଦ ଦେଇଥିବା ତାଙ୍କର ଅସାଧାରଣ ଯାତ୍ରା ସମ୍ପର୍କରେ ଲେଖିଛନ୍ତି ।  ତେବେ ବହିଟି କାହିଁକି ଏବଂ କେଉ

ଜନ୍ମଦିନରେ ଓଲିଉଡ୍ ସୁପରଷ୍ଟାରଙ୍କୁ ବାନ୍ଧବୀଙ୍କ ଗିଫ୍ଟ, ଯାହା ଅନୁଭବ କଲେ କାହାଣୀରେ ଉତାରିଲେ

କଟକ ୨୬/୧୨: ଓଲିଉଡ୍‌ ସୁପରଷ୍ଟାର୍‌ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ତାଙ୍କ ବାନ୍ଧବୀ  ଜାଗ୍ରୁତି ଶୁକ୍ଳା । ଏଥର କୌଣସି ଫିଲ୍ମ କିମ୍ୱା  ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ  ନୁହେଁ ବରଂ ଏକ ବହିକୁ ନେଇ ଚର୍ଚ୍ଚାର  ପରିସରକୁ ଆସିଛନ୍ତି ଜାଗ୍ରୁତି । ଅନୁଭବଙ୍କୁ ନେଇ ସେ ଏକ ବହି ଲେଖିଛନ୍ତି । 

ଏହି  ବହିର କଭର୍‌ ପେଜ୍‌କୁ ସେ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଛନ୍ତି । ଯେଉଁଥିରେ ଅନୁଭବଙ୍କ ଫଟୋ ସହ "ଆନ୍‌  ଅଫିସିଆଲ୍‌ ବାୟୋଗ୍ରାଫି ଅଫ୍‌ ଅନୁଭବ ମହାନ୍ତି, ବ୍ଲକବ୍ଲଷ୍ଟର୍‌ ଟୁ ବାଲାଟ୍‌ ବକ୍ସ’ ବୋଲି  ଉଲ୍ଲେଖ ରହିଛି । ଯାହା ଖୁବ୍‌ଶୀଘ୍ର ସମସ୍ତଙ୍କ ସାମ୍ନାକୁ ଆସିବ ବୋଲି ଲେଖିଛନ୍ତି । ଦୀର୍ଘ ୪ ବର୍ଷରୁ ଅଧିକ ସମୟ ଧରି  ସେ ଏହି ବହି ଲେଖିଥିବା ସାମାଜିକ  ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି । 

ଗତ ୨୪ ତାରିଖରେ ଅନୁଭବ ମହାନ୍ତିଙ୍କ ଜନ୍ମଦିନ  ଅବସରରେ ସେ ଲେଖିଥିବା ଏହି ବହି  ସମ୍ପର୍କରେ ସୂଚନା ଦେଇଛନ୍ତି । ଅନୁଭବଙ୍କ ଜୀବନୀ ସମ୍ପର୍କରେ ଆଧାରିତ ଏହି ବହିରେ ବିଭିନ୍ନ ବ୍ଲକ୍‌ବ୍ଲଷ୍ଟର୍‌ ସିନେମାଠାରୁ ଆରମ୍ଭ  କରି ରାଜନୀତିରେ ପାଦ ଦେଇଥିବା ତାଙ୍କର ଅସାଧାରଣ ଯାତ୍ରା ସମ୍ପର୍କରେ ଲେଖିଛନ୍ତି ।  ତେବେ ବହିଟି କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ ଲେଖା ହୋଇଛି ତାହା ଜଣାପଡି ନାହିଁ । 

ପୂର୍ବରୁ ଅନୁଭବ ମହାନ୍ତିଙ୍କ ସହ ଜାଗ୍ରୁତି ଶୁକ୍ଳାଙ୍କ ଥିବା ସମ୍ପର୍କ ଓ ବିବାହକୁ  ନେଇ ଅନେକ ଥର ଚର୍ଚ୍ଚା, ଆଲୋଚନା ହୋଇଛି । ଏପରିକି ଅନୁଭବଙ୍କ ସିନେମାରେ ଜାଗ୍ରୁତି ଶୁକ୍ଳାଙ୍କ ଯୋଗଦାନ ମଧ୍ୟ ରହିଛି । ଉଭୟଙ୍କ ଫଟୋ ଓ ପାରିବାରିକ ସମ୍ପର୍କ ବିଷୟରେ ମଧ୍ୟ ଜାଗ୍ରୁତି ଶୁକ୍ଳା ସୋସିଆଲ୍‌  ମିଡିଆରେ ସେୟାର୍‌ କରିଛନ୍ତି ।