ଜନ୍ମମାଟିକୁ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଭେଟି ଦେବେ କୋଟି କୋଟି ଟଙ୍କାର ପ୍ରକଳ୍ପ
ରାଈରଙ୍ଗପୁର ୦୬/୧୨: ଆଜି ରାଈରଙ୍ଗପୁର ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିଜ ଜନ୍ମ ମାଟିକୁ ରାଷ୍ଟ୍ରପତି ଭାବେ ପ୍ରଥମ ଗସ୍ତ । ସୁରକ୍ଷା ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ତାଙ୍କର ପ୍ରାର୍ଥୀ ଘୋଷଣା ପରେ ନୋମିନେସନ ପୂର୍ବରୁ ରାଈରଙ୍ଗପୁର ବାସଗୃହ ନିକଟ ଶିବ ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ସହିତ ବୃଷବ କାନ ରେ କିଛି ମନାସିଥିଲେ । ଆଜି ପୁଣି ସେଇ ମନ୍ଦିର କୁ ଆସି ପୂଜାର୍ଚ୍ଚନା କରିବେ ରାଷ୍ଟ୍ରପତି । ସୂଚନା ଥାଉକି, ବାୟୁସେନାର କଲେଇକୁଣ୍ଡା ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ସେନାବାହିନୀର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଅନ୍ତର୍ଗତ ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡରେ ୧୦ ଟା ୦୫ ମିନିଟରେ ଅବତରଣ କରିବେ । ସେଠାରୁ ସଡ଼କ ପଥରେ ଉପରବେଡା ସରକାରୀ ଉପ୍ରା ବିଦ୍ୟାଳୟରେ ୧୦ ଟା ୨୫ ନିମିଟରେ ପହଞ୍ଚି ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଭାବ ବିନିମୟ କରିବେ । ପରେ ଦିନ ୧୧ ଟା ୧୫ରେ ସଡ଼କ ପଥରେ ଯାଇ ଉପରବେଡା ସ୍ଥିତ ନିଜ ବାସଭବନରେ ପହଞ୍ଚିବେ । ସେଠାରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ପରେ ଦିନ ୧୨ ଟାରେ ସଡ଼କପଥରେ ରାଇରଙ୍ଗପୁର ଅଭିମୁଖେ ଯାଇ ନିଜସ୍ୱ ବାସଭବନରେ ୧୨ ଟା ୩୦ ମିନିଟରେ ପହଞ୍ଚିବେ । ଏହାପରେ ଅପରାହ୍ନ ୪ ଟାରେ ରାଇରଙ୍ଗପୁର ସ୍ଥିତ ମହିଳା ମହାବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକାଙ୍କ ସହ ଭାବ ବିନିମୟ
ରାଈରଙ୍ଗପୁର ୦୬/୧୨: ଆଜି ରାଈରଙ୍ଗପୁର ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିଜ ଜନ୍ମ ମାଟିକୁ ରାଷ୍ଟ୍ରପତି ଭାବେ ପ୍ରଥମ ଗସ୍ତ । ସୁରକ୍ଷା ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ତାଙ୍କର ପ୍ରାର୍ଥୀ ଘୋଷଣା ପରେ ନୋମିନେସନ ପୂର୍ବରୁ ରାଈରଙ୍ଗପୁର ବାସଗୃହ ନିକଟ ଶିବ ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ସହିତ ବୃଷବ କାନ ରେ କିଛି ମନାସିଥିଲେ । ଆଜି ପୁଣି ସେଇ ମନ୍ଦିର କୁ ଆସି ପୂଜାର୍ଚ୍ଚନା କରିବେ ରାଷ୍ଟ୍ରପତି ।
ସୂଚନା ଥାଉକି, ବାୟୁସେନାର କଲେଇକୁଣ୍ଡା ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ସେନାବାହିନୀର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଅନ୍ତର୍ଗତ ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡରେ ୧୦ ଟା ୦୫ ମିନିଟରେ ଅବତରଣ କରିବେ । ସେଠାରୁ ସଡ଼କ ପଥରେ ଉପରବେଡା ସରକାରୀ ଉପ୍ରା ବିଦ୍ୟାଳୟରେ ୧୦ ଟା ୨୫ ନିମିଟରେ ପହଞ୍ଚି ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଭାବ ବିନିମୟ କରିବେ ।
ପରେ ଦିନ ୧୧ ଟା ୧୫ରେ ସଡ଼କ ପଥରେ ଯାଇ ଉପରବେଡା ସ୍ଥିତ ନିଜ ବାସଭବନରେ ପହଞ୍ଚିବେ । ସେଠାରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ପରେ ଦିନ ୧୨ ଟାରେ ସଡ଼କପଥରେ ରାଇରଙ୍ଗପୁର ଅଭିମୁଖେ ଯାଇ ନିଜସ୍ୱ ବାସଭବନରେ ୧୨ ଟା ୩୦ ମିନିଟରେ ପହଞ୍ଚିବେ । ଏହାପରେ ଅପରାହ୍ନ ୪ ଟାରେ ରାଇରଙ୍ଗପୁର ସ୍ଥିତ ମହିଳା ମହାବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକାଙ୍କ ସହ ଭାବ ବିନିମୟ କରିବେ ।