ବଲିଉଡ୍ରେ ପ୍ରିୟଙ୍କାଙ୍କ ଦମ୍ଦାର କମ୍ବ୍ୟାକ୍, ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମରେ ଆସିବେ ନଜର
ମୁମ୍ଵାଇ ୨୩।୦୩: ଗ୍ଲୋବାଲ୍ ଷ୍ଟାର ହୋଇସାରିଥିବା ‘ଦେଶୀ ଗାର୍ଲ’ ପ୍ରିୟଙ୍କା ଚୋପ୍ରା ଏବେ ଭାରତରେ ଅଛନ୍ତି । ନିକଟରେ ଝିଅ ସହ ଭାରତ ଫେରିଛନ୍ତି ସେ । ତାଙ୍କର ଏହି ଗସ୍ତ କାମ ସହିତ ଜଡ଼ିତ ବୋଲି କୁହାଯାଉଛି । ଭାରତରେ ନିଜ ରହଣି ଅବଧି ମଧ୍ୟରେ ସେ କିଛି ଫିଲ୍ମ ନିର୍ମାତାଙ୍କୁ ଭେଟିବେ । ନୂଆ ସ୍କ୍ରିପ୍ଟ ମଧ୍ୟ ପଢ଼ିବେ ବୋଲି ଚର୍ଚ୍ଚା ଚାଲିଛି । ଯେଉଁ ଫିଲ୍ମ ନିର୍ମାତାମାନଙ୍କୁ ପ୍ରିୟଙ୍କା ଭେଟିବାର ଅଛି ସେମାନଙ୍କ ମଧ୍ୟରେ ସଞ୍ଜୟ ଲୀଲା ଭନ୍ସାଲି ସାମିଲ। ଭନ୍ସାଲିଙ୍କର ଅପକମିଂ ଆକ୍ସନ୍ ଫିଲ୍ମ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହେବାର ଅଛି । ତାହା ଏକ ପିରିୟଡ୍ ଫିଲ୍ମ ହୋଇଥିବାବେଳେ ସେଥିରେ ପ୍ରିୟଙ୍କାଙ୍କର ପ୍ରଭାବଶାଳୀ ଭୂମିକା ରହିବ । ରିପୋର୍ଟ ମୁତାବକ, ପ୍ରିୟଙ୍କାଙ୍କୁ କାହାଣୀଟି ପସନ୍ଦ ଆସିଛି । ତେଣୁ ସେମାନେ ଫିଲ୍ମର ଟାଇମଲାଇନ୍, ସୁଟିଂ ଶିଡ୍ୟୁଲ, କଷ୍ଟ୍ୟୁମ ଇତ୍ୟାଦି ସଂପର୍କରେ ବିସ୍ତୃତ ଆଲୋଚନା କରିବେ । ଅନ୍ୟପଟେ ନିଜର ପ୍ରଡକ୍ସନ୍ ହାଉସ୍ ଉପରେ ବି ଫୋକସ୍ କରୁଛନ୍ତି ପ୍ରିୟଙ୍କା । ନିଜ ବ୍ୟାନର ଅଧୀନରେ ୩-୪ଟି ପ୍ରୋଜେକ୍ଟ ଚୂଡ଼ାନ୍ତ କରିବାକୁ କିଛି ଲୋକଙ୍କୁ ଭେଟୁଛନ୍ତି ସେ । ପୂର୍ବରୁ ଭନ୍ସାଲିଙ୍କର ‘ବାଜିରାଓ ମସ୍ତାନି’ରେ ପ୍ରିୟଙ୍କା କାମ କରିସାରିଛନ୍ତି । ସେଥିରେ ତାଙ୍କ ସହିତ ରଣବୀର ସିଂହ, ଦୀପିକା ପାଦୁକୋନ୍ଙ୍କୁ ଦେଖିବାକୁ ମିଳିଥିଲା । ସେହି ଫିଲ୍ମରେ ପ
ମୁମ୍ଵାଇ ୨୩।୦୩: ଗ୍ଲୋବାଲ୍ ଷ୍ଟାର ହୋଇସାରିଥିବା ‘ଦେଶୀ ଗାର୍ଲ’ ପ୍ରିୟଙ୍କା ଚୋପ୍ରା ଏବେ ଭାରତରେ ଅଛନ୍ତି । ନିକଟରେ ଝିଅ ସହ ଭାରତ ଫେରିଛନ୍ତି ସେ । ତାଙ୍କର ଏହି ଗସ୍ତ କାମ ସହିତ ଜଡ଼ିତ ବୋଲି କୁହାଯାଉଛି । ଭାରତରେ ନିଜ ରହଣି ଅବଧି ମଧ୍ୟରେ ସେ କିଛି ଫିଲ୍ମ ନିର୍ମାତାଙ୍କୁ ଭେଟିବେ । ନୂଆ ସ୍କ୍ରିପ୍ଟ ମଧ୍ୟ ପଢ଼ିବେ ବୋଲି ଚର୍ଚ୍ଚା ଚାଲିଛି । ଯେଉଁ ଫିଲ୍ମ ନିର୍ମାତାମାନଙ୍କୁ ପ୍ରିୟଙ୍କା ଭେଟିବାର ଅଛି ସେମାନଙ୍କ ମଧ୍ୟରେ ସଞ୍ଜୟ ଲୀଲା ଭନ୍ସାଲି ସାମିଲ।

ଭନ୍ସାଲିଙ୍କର ଅପକମିଂ ଆକ୍ସନ୍ ଫିଲ୍ମ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହେବାର ଅଛି । ତାହା ଏକ ପିରିୟଡ୍ ଫିଲ୍ମ ହୋଇଥିବାବେଳେ ସେଥିରେ ପ୍ରିୟଙ୍କାଙ୍କର ପ୍ରଭାବଶାଳୀ ଭୂମିକା ରହିବ । ରିପୋର୍ଟ ମୁତାବକ, ପ୍ରିୟଙ୍କାଙ୍କୁ କାହାଣୀଟି ପସନ୍ଦ ଆସିଛି । ତେଣୁ ସେମାନେ ଫିଲ୍ମର ଟାଇମଲାଇନ୍, ସୁଟିଂ ଶିଡ୍ୟୁଲ, କଷ୍ଟ୍ୟୁମ ଇତ୍ୟାଦି ସଂପର୍କରେ ବିସ୍ତୃତ ଆଲୋଚନା କରିବେ । ଅନ୍ୟପଟେ ନିଜର ପ୍ରଡକ୍ସନ୍ ହାଉସ୍ ଉପରେ ବି ଫୋକସ୍ କରୁଛନ୍ତି ପ୍ରିୟଙ୍କା । ନିଜ ବ୍ୟାନର ଅଧୀନରେ ୩-୪ଟି ପ୍ରୋଜେକ୍ଟ ଚୂଡ଼ାନ୍ତ କରିବାକୁ କିଛି ଲୋକଙ୍କୁ ଭେଟୁଛନ୍ତି ସେ ।

ପୂର୍ବରୁ ଭନ୍ସାଲିଙ୍କର ‘ବାଜିରାଓ ମସ୍ତାନି’ରେ ପ୍ରିୟଙ୍କା କାମ କରିସାରିଛନ୍ତି । ସେଥିରେ ତାଙ୍କ ସହିତ ରଣବୀର ସିଂହ, ଦୀପିକା ପାଦୁକୋନ୍ଙ୍କୁ ଦେଖିବାକୁ ମିଳିଥିଲା । ସେହି ଫିଲ୍ମରେ ପ୍ରିୟଙ୍କାଙ୍କ ଅଭିନୟକୁ ଦର୍ଶକେ ବହୁତ ପ୍ରଶଂସା କରିଥିଲେ । ସୂଚନାଥାଉକି, ୨୦୧୯ର ‘ଦ ସ୍କାଏ ଇଜ୍ ପିଙ୍କ୍’ ପରଠାରୁ ସେ କୌଣସି ବଲିଉଡ୍ ଫିଲ୍ମରେ କାମ କରିନାହାନ୍ତି । ଫରହାନ୍ ଅଖତରଙ୍କ ‘ଜି ଲେ ଜରା’ ମାଧ୍ୟମରେ ସେ ବିଗ୍ ସ୍କ୍ରିନ୍କୁ କମ୍ବ୍ୟାକ୍ କରିବାର ଥିଲା । କିନ୍ତୁ ତାହା ମଧ୍ୟ ବିଳମ୍ବିତ ହେଉଛି । ଏପରିସ୍ଥଳେ ଭନ୍ସାଲିଙ୍କ ଫିଲ୍ମ ମାଧ୍ୟମରେ ପ୍ରିୟଙ୍କା କମ୍ବ୍ୟାକ୍ କରିବା ଚର୍ଚ୍ଚା ଚାଲିଛି ।